Posted inଫୁରସତ

ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି

ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି। ପ୍ରସିଦ୍ଧ ବେହେଲା ବାଦକ ଏଲ. ସୁବ୍ରମଣ୍ୟମ୍‌ ହେଉଛନ୍ତି ତାଙ୍କର ସ୍ବାମୀ…

ଭାରତୀୟ ସଙ୍ଗୀତ ଜଗତରେ କବିତା କ୍ରିଷ୍ଣମୂର୍ତ୍ତି ଏକ ଅତି ଜଣାଶୁଣା ନଁା। ମୁଖ୍ୟତଃ ହିନ୍ଦୀ ଫିଲ୍ମର ପ୍ରଚ୍ଛଦପଟ ଗାୟିକା ଭାବରେ ସେ ସୁନାମ ଅର୍ଜନ କରିଥିଲେ ମଧ୍ୟ ସେ ଭାରତର ବହୁ ଆଞ୍ଚଳିକ ଭାଷାର ଗୀତରେ କଣ୍ଠଦାନ କରିଛନ୍ତି। ସେଥି ମଧ୍ୟରେ ରହିଛି ଓଡ଼ିଆ, ତେଲୁଗୁ, ମରାଠୀ, ଉର୍ଦ୍ଦୁ, ତାମିଲ, ମାଲୟାଲମ୍‌, କନ୍ନଡ଼, ଗୁଜରାଟୀ, ନେପାଳୀ, ବେଙ୍ଗଲୀ, ଅହମିୟା, କୋଙ୍କଣୀ ଏବଂ ଆହୁରି ଅନେକ। ଶାସ୍ତ୍ରୀୟ ସଙ୍ଗୀତରେ ତାଲିମପ୍ରାପ୍ତ ଏହି ଗାୟିକା ପ୍ରାୟ ୧୬ଟି ଭାଷାରେ ୨୫ହଜାରରୁ ଅଧିକ ଗୀତ ରେକର୍ଡ କରି ସାରିଛନ୍ତି। ସେହିପରି ସେ ଭାରତର ସମସ୍ତ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌, ନୌସାଦ, ଏସ.ଏଚ୍‌.ବିହାରୀ, କୈଫ୍‌ ଆଜମୀ, ଅଞ୍ଜନ ଓ ପି ନାୟାର, ଖୟାମ୍‌, ହେମନ୍ତ କୁମାର, ରବୀନ୍ଦ୍ର ଜୈନ, ବାପି ଲାହିରି, ଅନୁ ମଲ୍ଲିକ, ଆର.ଡି.ବର୍ମନ, ହିମେଶ ରେସମିୟା, ଏ.ଆର.ରେହମାନ୍‌। ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ ସେ ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରସିଦ୍ଧ ବେହେଲା ବାଦକ ଏଲ. ସୁବ୍ରମଣ୍ୟମ୍‌ ହେଉଛନ୍ତି ତାଙ୍କର ସ୍ବାମୀ। ସେମାନେ ସମ୍ପ୍ରତି ବେଙ୍ଗାଲୁରୁରେ ବାସ କରୁଛନ୍ତି।

ଜନ୍ମ ଓ ପିଲାବେଳ: ନୂଆଦିଲ୍ଲୀରେ ଅବସ୍ଥାନ କରିଥିବା ଏକ ତାମିଲ ଆୟାର ପରିବାରରେ କବିତା କ୍ରିଷ୍ଣମୂର୍ତ୍ତି ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଟି.ଏସ୍‌.କ୍ରିଷ୍ଣମୂର୍ତ୍ତି ଶିକ୍ଷା ମନ୍ତ୍ରଣାଳୟର ଜଣେ କର୍ମଚାରୀ ଥିଲେ। ତାଙ୍କର ପିଲାବେଳର ନାମ ଥିଲା ଶାରଦା। କବିତା ବା ସେତେବେଳର ଶାରଦାଙ୍କ ମଧ୍ୟରେ ଜଣେ ଗାୟିକା ଲୁଚି ରହିଛି ବୋଲି ପ୍ରଥମେ ତାଙ୍କର ଜଣେ ମାଈଁ ପ୍ରତିମା ଭଟ୍ଟାଚାର୍ଯ୍ୟ ଆବିଷ୍କାର କରିଥିଲେ। ଆଉ ସେ ହିଁ କବିତାଙ୍କୁ ସଙ୍ଗୀତ ଶିଖିବା ପାଇଁ ବାଧ୍ୟ କରିଥିଲେ। ସର୍ବପ୍ରଥମେ ଗୁରୁ ସୁରୁମା ବସୁଙ୍କ ଠାରୁ ରବୀନ୍ଦ୍ର ସଙ୍ଗୀତ ଶିକ୍ଷା କରିଥିଲେ କବିତା। ଶାସ୍ତ୍ରୀୟ ଗୁରୁ ବଳରାମ୍‌ ପୁରିଙ୍କ ଠାରୁ ସେ ପ୍ରଥମେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାକଲେ। ମାତ୍ର ଆଠବର୍ଷ ବୟସରେ କବିତା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇ ଗୋଲ୍ଡ ମେଡାଲ ଜିତି ପାରିଥିଲେ। ଏହା ପରେ ତାଙ୍କ ଭିତରେ ସଙ୍ଗୀତକୁ ନେଇ ଆସ୍ଥା ବଢ଼ିବାକୁ ଲାଗିଥିଲା। ଆଉ ସେ ଅଧିକରୁ ଅଧିକ ସଙ୍ଗୀତ ସାଧନା କରିବାରେ ମନୋନିବେଶ କରିଥିଲେ।

ପ୍ରଥମ ସୁଯୋଗ : କଲେଜରେ ପାଠ ପଢ଼ିବା ବେଳକୁ କବିତା ଜଣେ ଗାୟିକା ଭାବରେ ସୁନାମ ଅର୍ଜନ କରି ସାରିଥିଲେ। ରବୀନ୍ଦ୍ର ସଙ୍ଗୀତ ଗାଉଥିବା କାରଣରୁ ତାଙ୍କୁ ବିଭିନ୍ନ ସ୍ଥାନରୁ ଡକରା ଆସୁଥିଲା ଗୀତ ଗାଇବା ପାଇଁ। ସେମିତି ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିଥିଲେ ଓ ତାଙ୍କର ଗୀତ ଶୁଣିଥିଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହେମନ୍ତ କୁମାର। କବିତାଙ୍କର ଗାଇବାର ଶୈଳୀ ଓ କଣ୍ଠସ୍ବର ତାଙ୍କୁ ଭାରି ଭଲ ଲାଗିଥିଲା। ସେ ତାଙ୍କୁ ଏକ ବଙ୍ଗଳା ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ସବୁଠୁ ମଜାର କଥା ହେଉଛି ସେହି ଫିଲ୍ମରେ ସେହି ଗୀତଟିକୁ ଗାଉଥିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ସହିତ ଡୁଏଟ୍‌ ଗାଇବାର ଥିଲା କବିତାଙ୍କୁ। ଫିଲ୍ମର ନାମ ଥିଲା ‘ଶ୍ରୀମାନ୍‌ ପୃଥ୍ବୀରାଜ’। ଏହା କବିତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଥିଲା। ପରେପରେ ସେ ମୁମ୍ବାଇ ଚାଲିଆସିଲେ। ଉଦ୍ଦେଶ୍ୟ ଥିଲା ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବା। ମୁମ୍ବାଇ ଆସିବା ପରେ ମାନ୍ନା ଦେ’ଙ୍କ ସହିତ ତାଙ୍କର ପରିଚୟ ହେଲା। ଆଉ ମାନ୍ନା ଦେ’ ତାଙ୍କୁ ବିଜ୍ଞାପନର ଜିଙ୍ଗଲ୍‌ ଗାଇବାର ସୁଯୋଗ ଦେଲେ। ଏମିତି ଭାବରେ ଆରମ୍ଭ ହେଲା ମୁମ୍ବାଇରେ କବିତାଙ୍କ ସଂଘର୍ଷ।

ମିଳିଲା ସଫଳତା: ମୁମ୍ବାଇରେ ତିଷ୍ଠି ରହିବା ପାଇଁ ସେ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ଙ୍କ କ୍ୟାମ୍ପରେ ଯୋଗଦେଲେ। ତାଙ୍କର ଶାସ୍ତ୍ରୀୟ ସଙ୍ଗୀତରେ ଗଭୀର ପ୍ରବେଶ ଥିବା ଜାଣି ଉଭୟ ଲକ୍ଷ୍ମୀ-ପ୍ୟାରେ ବେଶ୍‌ ଖୁସି ଥିଲେ। ପ୍ରଥମେ ସେ ଲତା, ଆଶା ଆଦିଙ୍କ ପାଇଁ ଡମି ଗାଉଥିଲେ। ଆଉ ଏହି ଡମି ଗାଇବା ଅବସରରେ ସେ ପ୍ଲେବ୍ୟାକ୍‌ ସିଙ୍ଗିଙ୍ଗ୍‌ର କଳାକୌଶଳ ହାସଲ କରୁଥିଲେ। ଇତିମଧ୍ୟରେ ତାଙ୍କର କେତୋଟି କନ୍ନଡ଼ ଗୀତ ମଧ୍ୟ ହିଟ୍‌ ହୋଇ ସାରିଥିଲା। ୧୯୮୦ରେ ସେ ପ୍ରଥମେ ହିନ୍ଦୀ ଫିଲ୍ମରେ ଗାଇବାର ସୁଯୋଗ ପାଇଲେ। ଫିଲ୍ମ ଥିଲା ‘ମାଙ୍ଗ ଭରୋ ସଜନା’। ତେବେ ଦୁର୍ଭାଗ୍ୟଜନକ ଭାବରେ ଗୀତଟି ଫିଲ୍ମର ଫାଇନାଲ ଏଡିଟିଂରେ ବାଦ୍‌ ପଡ଼ିଥିଲା। ଏହା ପରେ ସେ ‘ପ୍ୟାର ଝୁକ୍‌ତା ନେହିଁ’ ଫିଲ୍ମରେ କଣ୍ଠଦାନ କରିଥିଲେ। ଆଉ ଏହି ଫିଲ୍ମର ରୋମାଣ୍ଟିକ୍‌ ଗୀତ ‘ତୁମସେ ମିଲକର ନା ଜାନେ କୁଁ୍ୟ’ ତାଙ୍କୁ ରାତାରାତ ସଫଳ କରି ଦେଇଥିଲା। ସେତିକି ନୁହେଁ, ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଆସିଲା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’। ଏଥିରେ ‘ହଓ୍ବା ହଓ୍ବାଇ’ ଏବଂ ‘କରତେ ହେଁ ହମ୍‌ ପ୍ୟାର ମିଷ୍ଟର ଇଣ୍ଡିଆ ସେ’ ଗୀତ ଦୁଇଟି ତାଙ୍କ ପାଇଁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି ନିମନ୍ତେ ଯଥେଷ୍ଟ ଥିଲା। ବାସ୍‌, ଭାରତର ଜଣେ ସୁକଣ୍ଠୀ ଗାୟିକାର ମର୍ଯ୍ୟାଦା ମିଳିଗଲା କବିତାଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri