Posted inଖେଳ

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ: ପଞ୍ଜାବ ଦଳଗତ ଚାମ୍ପିୟନ, ସାବିତ୍ରୀ ଫୁଲେ ରନର୍ସଅପ୍‌

ଭୁବନେଶ୍ୱର,୨।୩(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ର ପ୍ରଥମ ସଂସ୍କରଣ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର ହଲ୍‌ରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ମେଗା ଇଭେଣ୍ଟର ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ପଞ୍ଜାବ ବିଶ୍ୱବିଦ୍ୟାଳୟ ୧୭ ସ୍ବର୍ଣ୍ଣ, ୧୯ ରୌପ୍ୟ ଓ ୧୦ ବ୍ରୋଞ୍ଜ୍‌ ସହ ମୋଟ୍‌ ୪୬ ପଦକ ହାସଲ କରି ପଦକ ତାଲିକାର ଶୀର୍ଷରେ ରହିବା ସହ ଦଳଗତ ଚାମ୍ପିୟନ ହୋଇଛି। ଅନ୍ୟପଟେ ସାବିତ୍ରୀ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ୧୭ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୯ ବ୍ରୋଞ୍ଜ ସହ ମୋଟ ୩୭ ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହି ରନର୍ସଅପ୍‌ ବିବେଚିତ ହୋଇଛି। ସେହିପରି ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୩ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୧୪ ବ୍ରୋଞ୍ଜ୍‌ ସହ ମୋଟ୍‌ ୩୩ ପଦକ ପାଇ ତୃତୀୟ ସ୍ଥାନରେ ରହିବା ସହ ସେକେଣ୍ଡ ରନର୍ସଅପ୍‌ ହୋଇଛି। ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟ ୪ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ମୋଟ ୭ ପଦକ ହାସଲ କରି ୧୭ତମ ସ୍ଥାନ ଅଧିକାର କରିଛି। ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ସହ ୨ ପଦକ ପାଇ ୪୫ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଉତ୍କଳ କେବଳ ଗୋଟିଏ ବ୍ରୋଞ୍ଜ ପଦକ ପାଇ ୯୭ତମ ସ୍ଥାନରେ ରହିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ଜିତି ମୋଟି ୩ ପଦକ ପାଇ ୪୦ତମ ସ୍ଥାନ ପାଇଛି। ପଞ୍ଜାବ ଗୋଟିଏ କମ୍‌ ସ୍ବର୍ଣ୍ଣ ପଦକ ପାଇ ପଛରେ ପଡିଥିଲା। ଶନିବାର ପଞ୍ଜାବ ବକ୍ସିଂରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରି ସାବିତ୍ରୀକୁ ପଛରେ ପକାଇଥିଲା। ତେବେ ଅନ୍ତିମ ଦିବସରେ ସାବିତ୍ରୀ ଆଥଲେଟିକ୍ସରେ ଆଉ ଏକ ସ୍ବର୍ଣ୍ଣ ଜିତିଥିଲା।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଯୁବବ୍ୟାପାର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଏଓ) ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଲ ଇଣ୍ଡିଆ ୟୁନିଭର୍ସିଟି (ଏଆଇୟୁ) ସାଧାରଣ ସମ୍ପାଦକ ଡ. ପଙ୍କଜ ମିତ୍ତଲ, ରାଜ୍ୟ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚାମ୍ପିୟନ, ରନର୍ସଅପ୍‌ ଓ ସେକେଣ୍ଡ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ବେଶ୍‌ ସଫଳତାର ସହ ଆୟୋଜନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ୍‌ ଖୁସି ଜାହିର କରିଥିଲେ। ଏହା ଦେଶ ତଥା ରାଜ୍ୟର କ୍ରୀଡ଼ାବିତ୍‌ଙ୍କୁ ଭବିଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବ ବୋଲି ସେ କହିଥିଲେ। ଆଗାମୀ ଦିନରେ ଦେଶର କ୍ରୀଡ଼ା ନୂଆ ସୋପାନରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସେହିପରି କେଆଇୟୁଜି ବେଶ୍‌ ସଫଳ ହୋଇଛି ବୋଲି ରିଜିଜୁ କହିଥିଲେ। ସବୁ ଖେଳାଳି ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏବେ କେଆଇୟୁଜି ପ୍ରତିବର୍ଷ ନିୟମିତ ଭାବେ ଆୟୋଜନ ହେବ। କଶ୍ମୀରରେ ଖେଲୋ ଇଣ୍ଡଆ ଶୀତକାଳୀନ ଗେମ୍ସ ଆୟୋଜନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି। ଏହା ଭବିଷ୍ୟତରେ ଦେଶ ପାଇଁ ଅଲିମ୍ପିକ୍‌ ମେଡାଲିଷ୍ଟ ସୃଷ୍ଟି କରିବ। ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। କେଆଇୟୁଜିର ପରବର୍ତ୍ତୀ ସଂସ୍କରଣ କେଉଁ ବିଶ୍ୱବିଦ୍ୟାଳୟ ଆୟୋଜନ କରିବ ତାହା ଖୁବ୍‌ଶ୍ରୀଘ୍ର ଘୋଷଣା କରାଯିବ ବୋଲି ସେ କହିଥିଲେ। କ୍ରୀଡ଼ା ବିକାଶରେ ଓଡ଼ିଶା ସରକାରଙ୍କ ଦୃଷ୍ଟାନ୍ତମୂଳକ ତଥା ନିରବଚ୍ଛିନ୍ନ ପ୍ରୟାସ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଆୟୋଜକ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେଆଇୟୁଜିର ସଫଳ ଆୟୋଜନ ପାଇଁ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇମାସରୁ କମ୍‌ ସମୟ ଆମକୁ ମିଳିଥିଲା। ତେବେ ଏହା ସତ୍ତ୍ୱେ ଏହି ମେଗା ଇଭେଣ୍ଟ ସଫଳତାର ସହ ଆୟୋଜନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ମଧ୍ୟ କେଆଇୟୁଜିର ସଫଳ ଆୟୋଜନକୁ ବେଶ୍‌ ପ୍ରଶଂସା କରିଥିଲେ। କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥିଲେ। ସେହିପରି ଦେଶରେ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ନରିନ୍ଦର ବାତ୍ରା ବେଶ୍‌ ପ୍ରଶଂସା କରିଥିଲେ। ଓଡ଼ିଶାରେ ଏକାଧିକ ବିଶ୍ୱସ୍ତରୀୟ ଇଭେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି। ଏଥିପାଇଁ ସେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri