ପ୍ରକୃତି ହସୁଛି

ପ୍ରକୃତି ହସୁଛି। ହସିବାର ଗୂଢ଼ ତାତ୍ପର୍ଯ୍ୟ ମଧ୍ୟ ରହିଛି, କାରଣ ଯେତେବେଳେ ସେ କହୁଥିଲା ଓ କାନ୍ଦୁଥିଲା ଯେ ମୋ ଉପରେ ଆଉ ଦାଉ ସାଧ ନାହିଁ। ମାତ୍ର ଏହି ନରରୂପୀ ରାକ୍ଷସ ମଣିଷ ଜାତି ତା’ ଉପରେ ନାହିଁ ନ ଥିବା ଅତ୍ୟାଚାର କରିଚାଲିଥିଲା। ତା’ ସୃଷ୍ଟିରେ ସେ ଜନ୍ମ ଦେଇଛି କୋଟି କୋଟି ଜୀବଜନ୍ତୁ, ବୃକ୍ଷଲତା, ନଦୀନାଳ, ସମୁଦ୍ର, ପାହାଡ଼ପର୍ବତ ଏମିତି ବହୁକିଛି। ତା’ ସୃଷ୍ଟିର ସବୁଠୁ ଶ୍ରେଷ୍ଠ ହେଲା ସମଗ୍ର ମନୁଷ୍ୟ ଜାତି। କାରଣ କେବଳ ମଣିଷର ବୁଦ୍ଧି, ବିବେକ ଓ କେଉଁଟା ଭଲ ଏବଂ କେଉଁଟା ମନ୍ଦର ବିଚାର ଶକ୍ତିକୁ ସେ ପର୍ଯ୍ୟାପ୍ତ ମାତ୍ରାରେ ତା’ ଭିତରେ ଖଞ୍ଜିଦେଇଛି। ତା’ ସହିତ କିପରି ସମୟ ସହ ତାଳଦେଇ ଚାଲିବା ସଙ୍ଗେ ସଙ୍ଗେ ସୃଷ୍ଟିର ନିୟମ ଓ ଧର୍ମକୁ ସୁଚାରୁ ରୂପେ ପ୍ରତିପାଦନ କରିପାରିବ ସେଥିପାଇଁ ସବୁଠୁ ଶ୍ରେଷ୍ଠ ବିଚାର ଶକ୍ତି ଯୋଗାଇଦେଇଛି। କିନ୍ତୁ ପରିତାପର ବିଷୟ ହେଲା ଯେ, ମହାଦେବ ଭସ୍ମାସୁରକୁ ଅମର ବର ଦେବା ପରେ ଭସ୍ମାସୁର ନିଜର ହିତାହିତ ଜ୍ଞାନ ଭୁଲି ମହାଦେବଙ୍କୁ ହତ୍ୟା କରିବା ପାଇଁ ଗୋଡ଼ାଇଥିଲା। ବୁଦ୍ଧିଭ୍ରଷ୍ଟ ଭସ୍ମାସୁର ଜାଣିପାରିଲାନି ଯେ, ଯିଏ ତାକୁ ଏହି ଅମର ବର ଦେଇଛନ୍ତି ସେ ତା’ର ନିଧନର ବାଟ ମଧ୍ୟ ଜାଣିଛନ୍ତି। ତେଣୁ ଭସ୍ମାସୁରର ମୃତ୍ୟୁ ସୁନିଶ୍ଚିତ ଥିଲା। ଠିକ୍‌ ସେହିପରି ବର୍ତ୍ତମାନ ସମଗ୍ର ମନୁଷ୍ୟ ଜାତି ଭସ୍ମାସୁର ପାଲଟି ଯାଇଛି। ପ୍ରକୃତିର ଧର୍ମକୁ ଭୁଲି ଗୋଟିଏ ପରେ ଗୋଟିଏ ଅଧର୍ମ କରିଚାଲିଛି। ପୌରାଣିକ କାଳର ଇତିହାସ କହୁଛି ଯେ, ଯେତେବେଳେ ପୃଥିବୀରେ ଅଧର୍ମ ବଢ଼ିଚାଲେ ସ୍ବୟଂ ଭଗବାନ ଭିନ୍ନ ଭିନ୍ନ ରୂପ ନେଇ ପୃଥିବୀପୃଷ୍ଠରେ ଅବତରଣ କରଥାନ୍ତି ଅଧର୍ମକୁ ନାଶ କରିବା ପାଇଁ। ଉଦାହରଣସ୍ବରୂପ ଶ୍ରୀରାମଚନ୍ଦ୍ରଙ୍କ ରାବଣ ବଧ, ମା’ ଦୁର୍ଗାଙ୍କ ମହିଷାସୁର ବଧ, ଶ୍ରୀକୃଷ୍ଣଙ୍କ କଂସ ବଧର ଆଭିମୁଖ୍ୟ ଗୋଟିଏ ଥିଲା ଯେ, ଏମାନେ ସମସ୍ତେ ପ୍ରକୃତିର ବିପକ୍ଷରେ ଯାଇ ଅତ୍ୟାଚାର, ଲୁଣ୍ଠନ, ରାହାଜାନି, ବଳାତ୍କାର ଆଦି କାର୍ଯ୍ୟରେ ଲିପ୍ତ ରହି ସମଗ୍ର ମାନବ ଓ ଦେବଗଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ବୟଂ ଭଗବାନ ‘କରୋନା’ ରୂପୀ ଏକ ସଂକ୍ରମିତ ଭୂତାଣୁ ହୋଇ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଉଦ୍ଧତ ମନୁଷ୍ୟକୁ ଉଚିତ ଶିକ୍ଷା ଦେବା ପାଇଁ। ପ୍ରକୃତିର ନିୟମକୁ ଖିନ୍‌ଭିନ୍‌ କରି ନଷ୍ଟ କରିଦେଇଥିବା ୭୫୦ କୋଟିରୁ ଊର୍ଦ୍ଧ୍ୱ ମନୁଷ୍ୟଙ୍କ ପାଇଁ କରୋନା ଭୂତାଣୁ ଏବେ ଯମସଦୃଶ ପାଲଟି ଯାଇଛି। ଏହାର ମୁଖ୍ୟ କାରଣ ହେଲା, ପ୍ରକୃତିର ନିୟମକୁ ଭଙ୍ଗକରି ପ୍ରକୃତି ଯୋଗାଇ ଦେଇଥିବା ଉପଯୁକ୍ତ ଖାଦ୍ୟ, ପାନୀୟ, ବାୟୁ, ଅଗ୍ନି, ଜଳକୁ ଭୁଲିଯାଇ ଅଖାଦ୍ୟ ଭୁଞ୍ଜିବା ସହିତ ସୃଷ୍ଟିର ଅନ୍ୟ ସମସ୍ତ ନିରୀହ ପ୍ରାଣୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ହିଁ ଏକମାତ୍ର କାରଣ।
୩୧ ଡିସେମ୍ବର, ୨୦୧୯ରେ ପ୍ରଥମେ ଏହି କାଳରୂପୀ କରୋନା ଭୂତାଣୁର ଉପତ୍ତ୍ତି ହୋଇଥିଲା ଚାଇନାର ପ୍ରମୁଖ ସହର ଉହାନ୍‌ରେ। ୭ ଜାନୁୟାରୀ ୨୦୨୦ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେ. ଡ୍ରୋସ୍‌ ଆଧାନାମୋ ଏହି ଭୂତାଣୁର ନାମକୁ କରୋନା ଭାଇରସ୍‌ର ନାମ ଦେଇ ଏହାକୁ ବିଶ୍ୱ ମହାମାରୀ ରୋଗ ଭାବରେ ଘୋଷଣା କରିଥିଲେ। ଏହାର ଉପତ୍ତ୍ତି ଉପରେ ଗବେଷଣା କରି ଗବେଷକମାନେ ଜାଣିବାକୁ ପାଇଲେ ଯେ, ଉହାନ୍‌ ସହରରେ ଥିବା ପଶୁ ଓ ମତ୍ସ୍ୟ ବଜାରର କୌଣସି ଏକ ପଶୁ ବା ପକ୍ଷୀର ଦେହରେ ଥିବା ରୋଗରୁ ଉପତ୍ତ୍ତି ହୋଇଛି। ଏହି ବଜାରରେ ବିଶ୍ୱର ସବୁ ପଶୁ, ପକ୍ଷୀ, କୀଟଙ୍କର କଞ୍ଚା ଏବଂ ରନ୍ଧାମାଂସ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକ ଏବଂ ଚାଇନାବାସୀଙ୍କୁ ଭୋଜନରେ ଆପ୍ୟାୟିତ କରାଯାଇଥାଏ। ମିଳିଥିବା ସୂଚନା ଅନୁଯାୟୀ ମାଛ, ଛେଳି, ମେଣ୍ଢା, କୁକୁଡ଼ା ଏବଂ ଘୁଷୁରି ଛଡ଼ା ଏହି ବଜାରରେ ଭିଡ଼ ଜମିଥାଏ ଗୋରୁ, କୁକୁର, କୁମ୍ଭୀର, ସାପ, ମାଙ୍କଡ଼, ଗୋଧି, ବଜ୍ରକାପ୍ତା, ବେଙ୍ଗ, ଗଧ ଏବଂ ୧୧୨ ପ୍ରଜାତିର ମାଂସର ସ୍ବାଦ ନେବା ପାଇଁ। ଚାଇନାବାସୀ ଏହିସବୁ ବିରଳ ଓ ପ୍ରକୃତିର ବ୍ୟତିକ୍ରମ ଅଖାଦ୍ୟ ଖାଇବା ପାଇଁ ବହୁମୂଲ୍ୟ ଦେଇଥାନ୍ତି। ମାତ୍ର ପ୍ରକୃତିର ସାମାନ୍ୟ କଡ଼ ଲେଉଟା ପ୍ରଥମେ ଏହି ଉହାନ୍‌ ବଜାରକୁ ବନ୍ଦ କରିଦେଲା। ଧୀରେ ଧୀରେ ସଂକ୍ରମିତ କରୋନା ଭୂତାଣୁରୂପୀ ନରରାକ୍ଷସର ପ୍ରଭାବ ଅନ୍ୟ ଦେଶଗୁଡ଼ିକୁ ବ୍ୟାପିଚାଲିଛି। ୟୁରୋପରେ ଏହାର ପ୍ରଭାବ ଅଧିକ ବଢ଼ି ବଢ଼ି ଚାଲିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ, ପ୍ରତି ଶହେ ବର୍ଷରେ ପୃଥିବୀରେ ଏଭଳି ଗୋଟିଏ ଗୋଟିଏ ମହାମାରୀ ଭୂତାଣୁଜନିତ ରୋଗର ଆବିର୍ଭାବ ହୋଇଛି। କରୋନା ପରି ୟୁରୋପରେ ପ୍ଲେଗ୍‌ ରୋଗ ୧୭୨୦ ମସିହାରେ ସମଗ୍ର ବିଶ୍ୱକୁ ସଂକ୍ରମିତ ହୋଇ ୨୦କୋଟି ଲୋକଙ୍କର ପ୍ରାଣ ନେଇଥିଲା। ସେହି ସମୟରେ ପ୍ଲେଗ୍‌ର ନାମ ବ୍ଲାକ୍‌ଡେଥ୍‌ ନାମରେ ନାମିତ କରାଯାଇଥିଲା। ତା’ପରେ ପରେ ହଇଜା, କଲେରା ଭଳି ପ୍ରକୃତିର ସଂକ୍ରମିତ ରୋଗ ବହୁଲୋକଙ୍କର ଜୀବନ ନେଇଥିଲା। ବସନ୍ତ ରୋଗ ଯୋଗୁ ଆଫ୍ରିକାର ୩୫ଲକ୍ଷ ଲୋକ ୧୭୨୦-୧୮୨୦ ମସିହା ମଧ୍ୟରେ ଜୀବନ ହାରିଥିଲେ। ୧୯୨୦ ମସିହାରେ ସ୍ପାନିସ୍‌ ଫ୍ଲୁ ବଡ଼ ଭୟଙ୍କର ଥିଲା। ଫୁସ୍‌ଫୁସ୍‌ରେ ପାଣି ଜମି ଏହା ମଣିଷର ମୃତ୍ୟୁ ପୂର୍ବରୁ ଶରୀରକୁ ସମ୍ପୂର୍ଣ୍ଣ ନୀଳରଙ୍ଗ କରିଦେଉଥିଲା। ଏହି ରୋଗ ପାଖାପାଖି ୫କୋଟି ଲୋକଙ୍କର ଜୀବନ ନେଇଥିଲା। ଏବେ କରୋନା ଭୂତାଣୁର ପ୍ରାଦୁର୍ଭାବ ଦିନକୁ ଦିନ ଆତଙ୍କ ସୃଷ୍ଟି କରିସାରିଛି, ଯଦିଓ ବର୍ତ୍ତମାନ ସୁଦ୍ଧା ୭୦ହଜାରରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇଥିବାର ଖବର ହସ୍ତଗତ ହୋଇଛି।
ପୁଣ୍ୟଭୂମି ଭାରତ ଅନ୍ୟ ଦେଶଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ା ଏଠାରେ ଯେକୌଣସି ମହାମାରୀର ପ୍ରଭାବ ବହୁତ କମ୍‌ ରହିଥାଏ। କାରଣ ଏଠି ବସବାସ କରୁଥିବା ଧାର୍ମିକ ମନୁଷ୍ୟଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ବହୁ ଅଧିକ। ଯୋଗାଭ୍ୟାସ, ବ୍ୟାୟାମ, ଖାଦ୍ୟପେୟରେ ନିୟନ୍ତ୍ରଣତା, ଅଖାଦ୍ୟଠାରୁ ଦୂରରେ ରହିବା ଏବଂ ସବୁଠୁ ବଡ଼ କଥା ହେଲା ଧର୍ମଭାବନା ଓ ଧର୍ମବିଶ୍ୱାସ ଭାରତକୁ ସମଗ୍ର ପୃଥିବୀପୃଷ୍ଠରେ ଏକ ଆଦର୍ଶ ଦେଶର ମାନ୍ୟତା ଦେଇଛି। ସେଥିପାଇଁ ତ କରୋନା ହସ୍ତମର୍ଦ୍ଦନ ଜାଗାରେ ସମଗ୍ର ବିଶ୍ୱକୁ ନମସ୍କାର କରିବା ପାଇଁ ଯେପରି ଏକପ୍ରକାର ବାଧ୍ୟ କରିଦେଇଛି। କାରଣ କରୋନା ଭୂତାଣୁର ସମ୍ପ୍ରସାରଣ କରମର୍ଦ୍ଦନ, ଆଲିଙ୍ଗନ ଓ ଚୁମ୍ବନ ଉପରେ ବିଶେଷ ଭାବରେ ନିର୍ଭର କରିଥାଏ। ଏହି ପାଶ୍ଚାତ୍ୟ ସଂସ୍କୃତିକୁ ଏକଦା ବହୁ ରାଷ୍ଟ୍ର ଗୁରୁତ୍ୱ ଦେଉଥିବା ବେଳେ ଏବେ ସବୁ ରାଷ୍ଟ୍ର ଭାରତୀୟ ସଂସ୍କୃତିର ବାର୍ତ୍ତାବହ ସାଜିଛନ୍ତି। ଅନୁକରଣ କରୁଛନ୍ତି ଭାରତୀୟ ଅତିଥି ଚର୍ଚ୍ଚାର ଶୈଳୀ, ଯେମିତି କି ଖାଇବା ପୂର୍ବରୁ ହାତ ଧୋଇବା, ଗୃହ ପ୍ରବେଶ ପୂର୍ବରୁ ଗୋଡ଼ ଧୋଇବା, ଭଲଭାବରେ ଗାଧୋଇବା ଇତ୍ୟାଦି ଇତ୍ୟାଦି। ଏହାଛଡ଼ା ପ୍ରକୃତିର ଭାରତକୁ ସର୍ବଶ୍ରେଷ୍ଠ ଦାନ ହେଲା ଯେ ଏହା ଏକ ଗ୍ରୀଷ୍ମପ୍ରଧାନ ଦେଶ। ଏଠାରେ କୌଣସି ପ୍ରକାର ସଂକ୍ରମିତ ଭୂତାଣୁର ପ୍ରାଦୁର୍ଭାବ ବେଶି ସମୟ ବା ମୋଟେ ରହେ ନାହିଁ ଏବଂ ତା’ର ପ୍ରମୁଖ କାରଣ ହେଲା ବାୟୁମଣ୍ଡଳର ଗଭୀର ଉଷ୍ମତା। ସେଥିପାଇଁ ଆଗରୁ ଭୂତାଣୁଜନିତ ରୋଗ ଇବୋଲା, ୟେଲୋ ଫିଭର, ସାର୍ସମାର୍ସ ଭଳି ସଂକ୍ରମିତ ରୋଗର କୌଣସି ପ୍ରଭାବ ଭାରତ ଉପରେ ପଡ଼ିନାହିଁ। କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅବଶ୍ୟ ଏହାର ଉପତ୍ତ୍ତିସ୍ଥଳ ଚାଇନାର ଅବସ୍ଥାରେ ବହୁତ ସୁଧାର ଆସିଲାଣି। ପ୍ରକୃତିକୁ ଉପଯୁକ୍ତ ସମ୍ମାନ ଦେଲେ ପ୍ରକୃତି ମଧ୍ୟ ତା’ର ଧର୍ମ ନିଶ୍ଚୟ ନିଭେଇବ। ମାତ୍ର ଆଜି ସମଗ୍ର ମନୁଷ୍ୟ ଜାତି ପାର୍ଥତ୍ବ ସୁଖଜନିତ କର୍ମରେ ଲିପ୍ତ ରହି ଏଭଳି ବର୍ବରୋଚିତ ବିନାଶର ସମ୍ମୁଖୀନ ହେଉଛନ୍ତି। ଏଥିରୁ ରକ୍ଷା ପାଇବାକୁ ହେଲେ ସମଗ୍ର ବିଶ୍ୱକୁ ଏକପ୍ରକାର ନିଶ୍ଚିତ ସାଧାରଣ ଜୀବନଶୈଳୀ ନେଇ ବଞ୍ଚତ୍ବାକୁ ପଡ଼ିବ। ପ୍ରଥମତଃ ଅପ୍ରାକୃତିକ ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିବା, ଅଖାଦ୍ୟ ନିବାରଣ, ଧାର୍ମିକ ମନୋଭାବ, ସହଜ ଜୀବନଚର୍ଯ୍ୟା, ଅହିଂସା, ବିଜ୍ଞାନର ଦ୍ରୁତଗତିକୁ ବିଶେଷ ପ୍ରୋତ୍ସାହନ ନ ଦେବା, ସବୁ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ ସମ୍ମାନ ଦେବା ଏବଂ ସର୍ବଶ୍ରେଷ୍ଠ ଉପଚାର ହେଲା ପ୍ରକୃତିକୁ ଯଥାମାନ୍ୟ ସମ୍ମାନ ଦେଇ ବଞ୍ଚତ୍ବାକୁ ଚେଷ୍ଟା କଲେ ଏଭଳି କୌଣସି ସଂକ୍ରମିତ ଭୂତାଣୁ ମନୁଷ୍ୟର କିଛି କ୍ଷତି କରିପାରିବ ନାହିଁ।

ଡ. ଆଲୋକ ରଞ୍ଜନ ମିଶ୍ର

ଭୁବନେଶ୍ୱର, ମୋ- ୯୮୬୧୧୨୬୮୦୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?