ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ମିଳୁନି ମୌଳିକ ସୁବିଧା

ବ୍ରହ୍ମପୁର ଅଫିସ,୧ା୯-ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ବିସ୍ଥାପିତ ପରିବାରକୁ ମିଳୁନି ମୌଳିକ ସୁବିଧା । ସମାଧାନ ଲାଗି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା (ଆରପିଡିଏସି) କମିଟି ବୈଠକ। ଏଥିରେ ନିର୍ବାଚିତ ଲୋକ ପ୍ରତିନିଧି ତଥା ଏମ୍‌ପି, ବିଧାୟକ, ଗ୍ରାମାଞ୍ଚଳ ପ୍ରତିିନିଧି, ଜିଲାପାଳ ଏବଂ ବିଭାଗୀୟ ଅଧିକାରୀ ତଥା ଇଞ୍ଜିନିୟରମାନେ ଯୋଗ ଦେଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ନିଆଯାଉଥିବା ନିଷ୍ପତ୍ତି ବିଡ଼ା ବାନ୍ଧି ପକାଇ ଦିଆଯାଉଛି। ଗତ ୧୮ ଦିନ ମଧ୍ୟରେ ଦୁଇ ଆରପିଡିଏସି ବୈଠକ ବ୍ରହ୍ମପୁରରେ ହୋଇଛି। ବିସ୍ଥାପିତ ହେଉଥିବା ଲୋକେ କେତେ ସଫଳତା ପାଇବେ ସେଥିପାଇଁ ଅପେକ୍ଷା କରାଯାଇଛି।
୧୩ ତାରିଖରେ ଗଜପତି ଜିଲାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ଆଦିବାସୀଙ୍କ ବିକଳ୍ପ ଥଇଥାନ ଯୋଜନା ନେଇ ଆରପିଡିଏସି ବୈଠକ ଆରଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଅନ୍ୟ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ଗଜପତି ଜିଲାପାଳ ଅନୁପମ ଶାହା, ଏସ୍‌ପି ସାରା ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ଏହାର ୧୮ ଦିନ ବିତିଛି ଏବଂ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହେଉଥିବା ଅଳ୍ପ କେତେକ ପରିବାରକୁ ଦିଗପହଣ୍ଡି ବ୍ଲକର ସାମନ୍ତରାପୁର ନିକଟରେ ନିର୍ମିତ କଲୋନୀ ପରିସରରେ କେବଳ ଚାରାରୋପଣ ବ୍ୟତୀତ ଆଉ କିଛି ହୋଇ ନ ଥିବା ଅଞ୍ଚଳବାସୀଙ୍କ ଠାରୁ ଖବର ମିଳିଛି।
ଟାଟା କମ୍ପାନୀର ଗୋପାଳପୁର ବନ୍ଦର ଭିତ୍ତିକ ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ଅନେକ ଗ୍ରାମର ଶହ ଶହ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଟାଟା ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ନେଇ ଗତ ଶୁକ୍ରବାର ହୋଇଥିବା ସମୀକ୍ଷା ବୈଠକରେ ଏମ୍‌ପି ଚନ୍ଦ୍ରଶେଖର ସାହୁ, ଗୋପାଳପୁର ଓ ଛତ୍ରପୁର ବିଧାୟକ ଯଥାକ୍ରମେ ପ୍ରଦୀପ ପାଣିଗ୍ରାହୀ ଓ ସୁବାସ ବେହେରା, ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଓ ଗଞ୍ଜାମ ଏସପି ପ୍ରମୁଖ ଯୋଗ ଦେଇଥିଲେ। ବିସ୍ଥାପିତଙ୍କୁ ମୌଳିକ ସମସ୍ୟାର ସମାଧାନ, ଅଧିକ କ୍ଷତିପୂରଣ ଏବଂ ଯୋଗ୍ୟତା ଭିତ୍ତିରେ ପରିବାରର ପିଲାଙ୍କୁ କମ୍ପାନୀରେ ଚାକିରି ଦେବା ପ୍ରସଙ୍ଗ ଉଠିଥିଲା। କେବଳ ସେତିକି ନୁହେଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ କ୍ଷତିଗ୍ରସ୍ତଙ୍କ ପ୍ରତିନିଧି ଏବଂ ଉପସ୍ଥିତ ଅଞ୍ଚଳବାସୀ ଗୁରୁତ୍ୱ ଦେଇଥିଲେ। ଟାଟା କମ୍ପାନୀ କିଭଳି ସମସ୍ୟା ସମାଧାନ କରିବ ସେନେଇ ଚାଲିଛି ଆଲୋଚନା। ବୈଠକରେ କମ୍ପାନୀ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri