ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ଏପରି କି ସଦର ଥାନାକୁ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଡାକି ଖଟ ନ ବୁଲାଇବା ପାଇଁ ଧମକ ଦେଇଥିଲା। ହେଲେ ସଦର ପୋଲିସର ଏହି ଧମକକୁ ମାନିନାହାନ୍ତି ଗ୍ରାମବାସୀ। ଥାନାରୁ ଯିବା ପରେ ଶନିବାର ରାତି ୧୨ଟାରେ ଗ୍ରାମରେ ବୁଲାଇଛନ୍ତି ଖଟ। ଆଉ ଖଟଟି ଜଣଙ୍କ ଘରେ ଲାଗିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି କରିଛନ୍ତି। ତେଣେ ଏତେଟଙ୍କା ଦେବାକୁ ସକ୍ଷମ ନ ଥିବା ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହେବାକୁ ବାହାରିଥିଲେ ମଧ୍ୟ ଧମକ ଯୋଗୁ ଯାଇ ନ ପାରି ଦୁଶ୍ଚିନ୍ତାରେ ରହିଛନ୍ତି।
ପ୍ରକାଶ ଯେ, ୧୧ଦିନ ପୂର୍ବେ ନୟାଗଡ଼ ବ୍ଲକ ନଡ଼ିଆଳି ପଞ୍ଚାୟତ ଉଦୟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୁଅର ଏକୋଇଶିଆ ହୋଇଥିଲା। ଏହି ଅବସରରେ ପାଲା ହୋଇଥିଲା। ପାଲାରୁ କିଛି ଟଙ୍କା ଓ ଏକୋଇଶିଆ ପାଇଁ କିଛି ଉପହାର ମିଳିଥିଲା। ଉକ୍ତ ଟଙ୍କା ଓ ଉପହାର ଥିବା ବାକ୍ସକୁ କେହି ଚୋରିକରି ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଗ୍ରାମରେ କହିଥିଲେ। ଗ୍ରାମରେ ବୈଠକ ବସି ଗୁଣିଆ ଡକାଇ ଖଟ ବୁଲାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତ ମଙ୍ଗଳବାର ଜଣେ ଗୁଣିଆ ଆସି ଖଟ ବୁଲାଇଥିଲେ ହେଁ ସେ ଚୋର ଧରିବାରେ ସକ୍ଷମ ହୋଇ ନ ଥିଲେ। ପରେ ବୁଧବାର ଗାଁ ଲୋକେ ଅନ୍ୟ ଜଣେ ଗୁଣିଆ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଶନିବାର ଆଉ ଦୁଇଜଣ ଗୁଣିଆଙ୍କୁ ଗ୍ରାମବାସୀ ଡକାଇ ଖଟ ବୁଲାଉଥିବା ବେଳେ ଗ୍ରାମରେ ପୋଲିସ ପହଞ୍ଚତ୍ ତାଗିଦ୍‌ କରି ଫେରିଥିଲା। ଏହା ପରେ ଗ୍ରାମରେ ଖଟ ବୁଲା ବନ୍ଦ ହୋଇଥିଲା। ହେଲେ ପୋଲିସର ତାଗିଦ ସତ୍ତ୍ୱେ ଗ୍ରାମବାସୀ ଶନିବାର ରାତି ୧୨ଟାରେ ଖଟ ବୁଲାଇଥିଲେ। ରାତ୍ର ୨ଟା ସମୟରେ ଗ୍ରାମମୁଣ୍ଡରେ ଥିବା ମାଧବ ବେହେରାଙ୍କ ଘରେ ଖଟ ଲାଗିଥିଲା। ଏହା ପରେ ମାଧବଙ୍କୁ ଗ୍ରାମର କିଛି ବ୍ୟକ୍ତି ଖଟ ଦ୍ୱାରା ଧକ୍କାଦେଇ ଗ୍ରାମ ମଝିକୁ ଘୋଷାରି ନେଇଥିଲେ। ଖଟ ତୋ ଘରେ ଲାଗିଛି, ତୁ ଚୋରି କରିଛୁ, ତେଣୁ ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। ଏହି ଘଟଣା ଶୁଣି ମାଧବ ମୁଣ୍ଡରେ ହାତଦେଇ ବସିଛନ୍ତି। ଖଟ ଧକ୍କାରେ ସେ ଆହତ ହୋଇଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେ ନେଇ ମାନସିକ ଚାପରେ ଅଛନ୍ତି। ଅନ୍ୟପଟେ ନ୍ୟାୟ ପାଇଁ ରବିବାର ସକାଳେ ସଦର ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବେଳେ ଧମକ ପାଇ ଅଧାବାଟରୁ ଘରକୁ ଫେରି ଯାଇଛନ୍ତି। ଗ୍ରାମବାସୀ ଧମକ ଦେଇଛନ୍ତି ଯଦି ଥାନାରେ ଅଭିଯୋଗ କରିବୁ ତେବେ ଗ୍ରାମରୁ ନିଆଁପାଣି ବାସନ୍ଦ କରାଯାଇ ଏକଘରିଆ କରାଯିବ ବୋଲି କୋହଭରା କଣ୍ଠରେ କହିଛନ୍ତି ମାଧବ ଓ ତାଙ୍କ ସ୍ତ୍ରୀ ସୁକାନ୍ତି। ଏତେ ଟଙ୍କା କେଉଁଠୁ ଆଣିବେ ନା ଥାନାର ଦ୍ୱାରସ୍ଥ ହେବେ ଏହିଭଳି ଦୋଛକିରେ ଅଛନ୍ତି ଏହି ଦମ୍ପତି। ସୂଚନାଯୋଗ୍ୟ ମାଧବଙ୍କ ସାନଭାଇଙ୍କ ନାତିର ଏକୋଇଶିଆ ହେଉଥିବା ବେଳେ ସେ ଓ ତାଙ୍କ ସ୍ତ୍ରୀ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ସେମାନେ ଘରକୁ ଫେରିଥିବା ବେଳେ ସେ କୌଣସି ଚୋରିକରି ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା କହନ୍ତି, ଥାନାରେ ଅଭିଯୋଗ ହୋଇନାହିଁ, ଅଭିଯୋଗ ହେବା ପରେ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri