ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ଏପରି କି ସଦର ଥାନାକୁ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଡାକି ଖଟ ନ ବୁଲାଇବା ପାଇଁ ଧମକ ଦେଇଥିଲା। ହେଲେ ସଦର ପୋଲିସର ଏହି ଧମକକୁ ମାନିନାହାନ୍ତି ଗ୍ରାମବାସୀ। ଥାନାରୁ ଯିବା ପରେ ଶନିବାର ରାତି ୧୨ଟାରେ ଗ୍ରାମରେ ବୁଲାଇଛନ୍ତି ଖଟ। ଆଉ ଖଟଟି ଜଣଙ୍କ ଘରେ ଲାଗିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି କରିଛନ୍ତି। ତେଣେ ଏତେଟଙ୍କା ଦେବାକୁ ସକ୍ଷମ ନ ଥିବା ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହେବାକୁ ବାହାରିଥିଲେ ମଧ୍ୟ ଧମକ ଯୋଗୁ ଯାଇ ନ ପାରି ଦୁଶ୍ଚିନ୍ତାରେ ରହିଛନ୍ତି।
ପ୍ରକାଶ ଯେ, ୧୧ଦିନ ପୂର୍ବେ ନୟାଗଡ଼ ବ୍ଲକ ନଡ଼ିଆଳି ପଞ୍ଚାୟତ ଉଦୟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୁଅର ଏକୋଇଶିଆ ହୋଇଥିଲା। ଏହି ଅବସରରେ ପାଲା ହୋଇଥିଲା। ପାଲାରୁ କିଛି ଟଙ୍କା ଓ ଏକୋଇଶିଆ ପାଇଁ କିଛି ଉପହାର ମିଳିଥିଲା। ଉକ୍ତ ଟଙ୍କା ଓ ଉପହାର ଥିବା ବାକ୍ସକୁ କେହି ଚୋରିକରି ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଗ୍ରାମରେ କହିଥିଲେ। ଗ୍ରାମରେ ବୈଠକ ବସି ଗୁଣିଆ ଡକାଇ ଖଟ ବୁଲାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତ ମଙ୍ଗଳବାର ଜଣେ ଗୁଣିଆ ଆସି ଖଟ ବୁଲାଇଥିଲେ ହେଁ ସେ ଚୋର ଧରିବାରେ ସକ୍ଷମ ହୋଇ ନ ଥିଲେ। ପରେ ବୁଧବାର ଗାଁ ଲୋକେ ଅନ୍ୟ ଜଣେ ଗୁଣିଆ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଶନିବାର ଆଉ ଦୁଇଜଣ ଗୁଣିଆଙ୍କୁ ଗ୍ରାମବାସୀ ଡକାଇ ଖଟ ବୁଲାଉଥିବା ବେଳେ ଗ୍ରାମରେ ପୋଲିସ ପହଞ୍ଚତ୍ ତାଗିଦ୍‌ କରି ଫେରିଥିଲା। ଏହା ପରେ ଗ୍ରାମରେ ଖଟ ବୁଲା ବନ୍ଦ ହୋଇଥିଲା। ହେଲେ ପୋଲିସର ତାଗିଦ ସତ୍ତ୍ୱେ ଗ୍ରାମବାସୀ ଶନିବାର ରାତି ୧୨ଟାରେ ଖଟ ବୁଲାଇଥିଲେ। ରାତ୍ର ୨ଟା ସମୟରେ ଗ୍ରାମମୁଣ୍ଡରେ ଥିବା ମାଧବ ବେହେରାଙ୍କ ଘରେ ଖଟ ଲାଗିଥିଲା। ଏହା ପରେ ମାଧବଙ୍କୁ ଗ୍ରାମର କିଛି ବ୍ୟକ୍ତି ଖଟ ଦ୍ୱାରା ଧକ୍କାଦେଇ ଗ୍ରାମ ମଝିକୁ ଘୋଷାରି ନେଇଥିଲେ। ଖଟ ତୋ ଘରେ ଲାଗିଛି, ତୁ ଚୋରି କରିଛୁ, ତେଣୁ ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। ଏହି ଘଟଣା ଶୁଣି ମାଧବ ମୁଣ୍ଡରେ ହାତଦେଇ ବସିଛନ୍ତି। ଖଟ ଧକ୍କାରେ ସେ ଆହତ ହୋଇଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେ ନେଇ ମାନସିକ ଚାପରେ ଅଛନ୍ତି। ଅନ୍ୟପଟେ ନ୍ୟାୟ ପାଇଁ ରବିବାର ସକାଳେ ସଦର ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବେଳେ ଧମକ ପାଇ ଅଧାବାଟରୁ ଘରକୁ ଫେରି ଯାଇଛନ୍ତି। ଗ୍ରାମବାସୀ ଧମକ ଦେଇଛନ୍ତି ଯଦି ଥାନାରେ ଅଭିଯୋଗ କରିବୁ ତେବେ ଗ୍ରାମରୁ ନିଆଁପାଣି ବାସନ୍ଦ କରାଯାଇ ଏକଘରିଆ କରାଯିବ ବୋଲି କୋହଭରା କଣ୍ଠରେ କହିଛନ୍ତି ମାଧବ ଓ ତାଙ୍କ ସ୍ତ୍ରୀ ସୁକାନ୍ତି। ଏତେ ଟଙ୍କା କେଉଁଠୁ ଆଣିବେ ନା ଥାନାର ଦ୍ୱାରସ୍ଥ ହେବେ ଏହିଭଳି ଦୋଛକିରେ ଅଛନ୍ତି ଏହି ଦମ୍ପତି। ସୂଚନାଯୋଗ୍ୟ ମାଧବଙ୍କ ସାନଭାଇଙ୍କ ନାତିର ଏକୋଇଶିଆ ହେଉଥିବା ବେଳେ ସେ ଓ ତାଙ୍କ ସ୍ତ୍ରୀ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ସେମାନେ ଘରକୁ ଫେରିଥିବା ବେଳେ ସେ କୌଣସି ଚୋରିକରି ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା କହନ୍ତି, ଥାନାରେ ଅଭିଯୋଗ ହୋଇନାହିଁ, ଅଭିଯୋଗ ହେବା ପରେ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri