ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ବଳାତ୍କାର ଘଟଣା: ପୀଡିତାଙ୍କ ପରିବାର, ଏସପିଙ୍କୁ ଭେଟିଲେ ପୂର୍ବତନ ଏମପି

ମାଲକାନଗିରି,୧୫ା୫ (ଡି.ଏନ.ଏ.) – ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ଜଣେ ମହିଳା ବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାକୁ ନେବା ସମୟରେ ରାୟଗଡା ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପୂର୍ବତନ ଏମପି ପ୍ରଦୀପ ମାଝି ପୀଡିତାଙ୍କ ଘରକୁ ଯାଇ ତାଙ୍କ ସ୍ବାମୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପରେ ସେ ଏସ୍‌ପି ହ୍ରିଷିକେଶ ଡି. ଖିଲାରିଙ୍କୁ ଭେଟି ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ କଂଗ୍ରେସ ଏହାର ପ୍ରତିବାଦରେ ଆନ୍ଦୋଳନ କରିବ ବୋଲି ମାଝୀ ଚେତାବନୀ ଦେଇଛନ୍ତି। ମାଝୀଙ୍କ ସହ ଜିଲା ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ, ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, କମଳା ବରାଳ, ପି. କେଶୁ ରାଓ, ଜି ଶ୍ରୀନିବାସରାଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?