ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣବଳାତ୍କାର, ହତ୍ୟା ମାମଲା: ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମାଲକାନଗିରି ଏସ୍‌ପିଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ପାଇବା ପରେ ତାହାକୁ ସେ ଅନୁଧ୍ୟାନ କରିବେ। ଯଦି ଆବଶ୍ୟକ ପଡ଼େ ତେବେ ସେ ନିଜେ ଉକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିବା ସହ ପୀଡ଼ିତାଙ୍କ ପରିବାରବର୍ଗକୁ ଭେଟିବେ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି।
ଅନ୍ୟପକ୍ଷରେ ବୁଧବାର ଏ ନେଇ କଂଗ୍ରେସ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ପୋଲିସ ଉପରେ ବର୍ଷିଥିଲା। ଉକ୍ତ ଘଟଣାରେ ପୋଲିସର ହାତ ରହିଥିବା ଓ ସେଥିପାଇଁ ପୋଲିସ ଜାଣିଶୁଣି ଚୁପ ବସିଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଥିଲେ। ଏହି ଖବରଦାତା ସମ୍ମିଳନୀ ଯୋଗୁ ଚାପ ପଡ଼ିବାରୁ ମହିଳା କମିଶନ ଉପରୋକ୍ତ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ମେ ୭ତାରିଖରେ ପୀଡ଼ିତାଙ୍କୁ ଗଣବଳାତ୍କାର କରାଯାଇଥିଲା। ଅଚେତ ଅବସ୍ଥାରେ ସେ ପୋଲିସ କ୍ୟାଣ୍ଟିନ୍‌ରେ ପଡ଼ିଥିବାବେଳେ ତାଙ୍କୁ ପୋଲିସ ଉଦ୍ଧାର କରି ମାଲକାନଗିରି ସଦର ହସ୍ପିଟାଲକୁ ନେଇଥିଲା। ଏଥିସହ ମହିଳାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲା। ସେ ହସ୍ପିଟାଲକୁ ଯାଇ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ପଡ଼ିଥିବା ଓ ଶରୀରରେ କ୍ଷତଚିହ୍ନ ଥିବା ଦେଖିବାକୁ ପାଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ସ୍ବାମୀ ଅଭିଯୋଗ ଆଣିଛନ୍ତି ଯେ, ବାଟରେ ପୋଲିସ ତାଙ୍କଠାରୁ ସାଦା କାଗଜରେ ୬ଟି ଦସ୍ତଖତ କରାଇନେବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲା। ଏହି ମାମଲାରେ ପୋଲିସ ସମ୍ପୃକ୍ତ ଥିବାରୁ ଜାଣିଶୁଣି ଏହାକୁ ଚପାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri