ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ

ପଟ୍ଟାଙ୍ଗି,୨୫ା୮(ଡି.ଏନ୍‌.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଶନିବାର ଏଭଳି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଅମ୍ପାବାଲି ପଞ୍ଚାୟତ ମୁସୁରିଗୁଡ଼ା ଗ୍ରାମର ଚିନ୍ତା ବାନି, କାରେସପାଡୁ ଗ୍ରାମର ବେଟକାରି ଭୀମ, ଗାଲୁଙ୍ଗୁ ବୋଇ ରାଜୁ ଶନିବାର ସନ୍ଧ୍ୟାରେ ଅମ୍ପାବାଲି ସିମେଣ୍ଟ କାରଖାନା ନିକଟସ୍ଥ ହୋଟେଲରୁ ଖାଇସାରି ପବିତ୍ର ଜାନିଙ୍କ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ବାଟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଚିନ୍ତାଙ୍କ ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଥିବା ବେଳେ ବେଟକାରୀ ଆଖି ବୁଜିଥିଲେ। ଗାଲୁଙ୍ଗୁଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ସୁଙ୍କି ଡାକ୍ତରଖାନା ନିଆ ନଯାଇ ଆନ୍ଧ୍ରର ସାଲୁର ବ୍ଲକସ୍ଥିତ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରବିବାର ଦୁର୍ଘଟଣା ସମ୍ପର୍କରେ ଲିଖିତ ଏତଲା ହେବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ବିଧାୟକ ପ୍ରୀତମ ପାଢ଼ୀ ଥାନାରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଥିଲେ। ପୋଲିସ ୨ଟି ମୃତଦେହ ଜବତ କରି ଏହାର ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ରାଇପାହାଡ଼ରେ ଆନ୍ଧ୍ର ନେତା: ଆନ୍ଧ୍ର ଯୋଜନାରେ ସାମିଲ ପାଇଁ ପ୍ରଲୋଭନ

ନନ୍ଦପୁର/ପାଡୁଆ,୬ା୨(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଲୁର ପଞ୍ଚାୟତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ନେତାମାନେ ଗୁରୁବାର ବୈଠକ କରିଛନ୍ତି। ଆନ୍ଧ୍ରର…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri