ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ନଦୀଘାଟରୁ ବଡ ଗାଡ଼ିରେ ବାଲି ପରିବହନ କରାଯାଇ ରାସ୍ତାଗୁଡ଼ିକ ଖରାପ ହୋଇଯାଇଛି। ଏହାଦ୍ୱାରା ଯାତାୟାତରେ କଷ୍ଟ ହେଉଥିବା କୁହାଯାଇଛି। ପୂର୍ବ ଟେଣ୍ଡର ଅବଧି ଶେଷ ହୋଇଥିବା ବେଳେ ଆଉ ଟେଣ୍ଡର ନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ସରପଞ୍ଚ ଡମ୍ବରୁଧର ପୂଜାରୀଙ୍କ ନେତୃତ୍ୱରେ ଗ୍ରାମବାସୀ କୋରାପୁଟ ଅତିରିକ୍ତ ଜିଲାପାଳ ତପନ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲିଘାଟ ଯୋଗୁ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାରୁ ଏହାକୁ ବନ୍ଦ କରାଯାଉ ଓ ରାସ୍ତା ମରାମତି କରାଯାଉ ବୋଲି କୁହାଯାଇଛି। ଏହି ସମୟରେ ଭକ୍ତରାମ ଭତ୍ରା, ଧନସିଂ ଭତ୍ରା, ଜଳେନ୍ଦ୍ର ଭତ୍ରା ଓ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ଡ୍ୟୁଟି ସାରି ବାଇକ୍‌ରେ ଫେରୁଥିଲେ, ଅଟୋ ସହ ହେଲା ମୁହାଁମୁହିଁ ଧକ୍କା: ଚାଲିଗଲା କନଷ୍ଟେବଳଙ୍କ ଜୀବନ

ଗୁଣପୁର,୧୮।୮(ସୁଜାତା ପାଢ଼ୀ)- ରାୟଗଡ଼ା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ପ୍ରାଣହାନି ହୋଇଛି। କୁମ୍ଭିକୋଟା ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ କିଶୋର ପତି (୫୦)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri