ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାଲେଶ୍ୱର ଅଫିସ/ରେମୁଣା,୨୬।୯(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦା ସ୍ଥିତ ନୋସି ବିଜିନେସ୍‌ ପାର୍କ ପରିସରରେ ଥିବା ଏକ ପୋଖରୀ ଭିତରୁ ବୁଧବାର ସନ୍ଧ୍ୟା ୭ଟା ସମୟରେ ଜଣେ ଯୁବକଙ୍କ ମୃତଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା। ଶିଳ୍ପାଞ୍ଚଳ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ମୃତକ ହେଲେ ଔପଦା ବ୍ଲକ ଚିନ୍ତାମଣିପୁର ଗ୍ରାମର ଅଚ୍ୟୁତାନନ୍ଦ ମୁଦୁଲି (୩୩) । ତାଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ଦାବି କରି ସେମାନେ ପାର୍କର ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି।
ପରିବାରବର୍ଗ ଦର୍ଶାଇଛନ୍ତି ଯେ, ଜିଲା ଶିଳ୍ପ କେନ୍ଦ୍ର ତତ୍ତ୍ୱାବଧାନରେ ଗତ ୧୫ ରୁ ୨୪ ତାରିଖ ପର୍ଯ୍ୟନ୍ତ ନୋସି ବିଜିନେସ୍‌ ପାର୍କ ପରିସରରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଅଚ୍ୟୁତାନନ୍ଦ ଏହି ଣିବିରରେ କାରୀଗର ଭାବେ ଯୋଗଦେଇଥିଲେ। ମଙ୍ଗଳବାର ଅପରାହ୍ନରେ ସେ ନିଖୋଜ ଥିବା ଜଣାପଡିଥିଲା। ଏହାପରେ ତାଙ୍କ ଭାଇ ରମେଶ ଚନ୍ଦ୍ର ମୁଦୁଲି ଖୋଜାଖୋଜି କରି କୌଣସି ସନ୍ଧାନ ନପାଇବାରୁ ୁ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁଧବାର ସନ୍ଧ୍ୟା ସମୟରେ ଅଚ୍ୟୁତାନନ୍ଦଙ୍କ ମୃତଦେହ ପୋଖରୀରେ ଭାସୁଥିବା ଶୁଣି ପରିବାରଲୋକେ ସେଠାରେ ପହଞ୍ଚିଥିଲେ। ଅଚ୍ୟୁତାନନ୍ଦ ଆମତ୍ହତ୍ୟା କରିବାର କୌଣସି କାରଣ ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସରେ ଅଭିଯୋଗ କରିଛନ୍ତି। ଏନେଇ ଶିଳ୍ପାଞ୍ଚଳ ଥାନାର ପୋଲିସ ଏକ ମାମଲା (ନଂ. ୧୬/୧୯) ରୁଜୁ କରି ତଦନ୍ତ ଜାରି ରଖିଥିବା କହିିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri