ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିବେଶ ପ୍ରଧାନଙ୍କ ପୁଅ ସୁମନ ଓରଫ ଚିଣ୍ଟୁ (୧୪)। ଚିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ଆର୍.ଉଦୟଗିରି ଥାନାରେ ନଂ.୮/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ବୁଧବାର ସାଇଣ୍ଟିଫିକ୍ ଟିମ୍ ପହଞ୍ଚତ୍ ତଦନ୍ତ କରିଛି।
ଚିଣ୍ଟୁ ମଙ୍ଗଳବାର ମଧ୍ୟାହ୍ନରେ ଖାଇସାରି ୫ଜଣ ସାଙ୍ଗଙ୍କ ସହ ପୋଖରୀକୁ ଗାଧୋଇ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ପରିବାର ଲୋକେ ସାଙ୍ଗମାନଙ୍କୁ ପଚାରିବାରୁ ସେ ବୁଡି ଯାଇଥିବା କହିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲା। ମୁହଁରେ କ୍ଷତଚିହ୍ନ ଓ ଅଣ୍ଡକୋଷ ଫାଟି ଯାଇଥିବାରୁ ହତ୍ୟା କରାଯାଇଥିବା ମା’ ସୁନୀତା ସନ୍ଦେହ କରିଥିଲେ। ମାମୁ ତ୍ରିପ୍ତି ଲିମା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନାଧିକାରୀ ମମତା ନାୟକ କହିଛନ୍ତି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ସ୍ବାମୀଙ୍କ ସହ ବାଇକ୍ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ
ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…
ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA
ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…
ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ
ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…
ଲଭ୍-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍ ଥାନାର SI ଅଟକ
ବାରିପଦା,୨୨।୮: ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…
କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…
ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…
ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି
ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…
କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…
ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…
ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…
ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…
Archives

