ପୋକତୁଙ୍ଗା ଡମସାହିରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ଦୂଷିତ କୂଅ ପାଣି ମୁଖ୍ୟ କାରଣ

ବନ୍ତଳା,୭।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ପ୍ରତିନିଧି ଦଳ ବୁଧବାର ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପୋକତୁଙ୍ଗା ଗ୍ରାମକୁ ଯାଇ ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଏଥିସହ ଝାଡାବାନ୍ତି ବ୍ୟାପିବାର କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସାହି ମଝିରେ ଥିବା ଏକ ଖୋଲା କୂଅର ଦୂଷିତ ପାଣି ଗ୍ରାମବାସୀ ବ୍ୟବହାର କରୁଥିବାରୁ ଏହା ବ୍ୟାପୁଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ୨୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଆଉ ୬ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଛବି ବେହେରା (୬୫), ସ୍ବାଧୀନ ବେହେରା(୧୪), ସୁବ୍ରତ ବେହେରା(୧୬), ସାଇ ବେହେରା(୪), ଶିଖା ବେହେରା(୨), ଭରତ ବେହେରା(୮୦)।
ଗ୍ରାମକୁ ଯାଇଥିବା ସ୍ବାସ୍ଥ୍ୟ ଟିମ୍‌ରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ରାକେଶ ସାହୁ, ଏପିଡେମିଓଲୋଜିଷ୍ଟ ଡ. ବିନୋଦ ସାହୁ, ମାଇକ୍ରୋ ବାୟୋଲୋଜିଷ୍ଟ ଡ. ଏସ୍‌. ଏସ୍‌. ତ୍ରିପାଠୀ, ଆଟେଣ୍ଡାଣ୍ଟ ସତ୍ୟରଞ୍ଜନ ଦାଶ, ଜିଲା ସୁପରଭାଇଜର ଋଷି କୁମାର ବେହେରା, ପ୍ରୋଗ୍ରାମ ମ୍ୟାନେଜର ରୋଜାଲିନ ସାହୁ, ପୁରୁଷ ସୁପରଭାଇଜର ସତ୍ୟସୁନ୍ଦର ଦାସ, ଆକାଶ କୁମାର ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଆକ୍ରାନ୍ତଙ୍କ ଘରକୁ ଯାଇ ଝାଡାବାନ୍ତିର କାରଣ ଅନୁଧ୍ୟାନ କରିଥିଲେ। ସାହି ମଝିରେ ଥିବା ଏକ ଖୋଲା ପାଣି ବ୍ୟବହାର ନ କରିବାକୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। କୂଅର ଚର୍ତୁଃପାର୍ଶ୍ୱରେ ୫୦ରୁ ଊର୍ଦ୍ଧ୍ୱ ପାଇଖାନା ଓ ୧୦୦ରୁ ଅଧିକ ଆବର୍ଜନା ପାଣି ହାଣ୍ଡି ରହିଛି। ଏଥିସହିତ ଅଧିକାଂଶ ଲୋକେ ପାଇଖାନା ଥାଇ ମଧ୍ୟ ଖୋଲାରେ ଶୌଚ ହେଉଛନ୍ତି। ସେହିପରି ସାହିବାସୀ ପାଣି ସଂଗ୍ରହ ପାଇଁ ବ୍ୟବହୃତ କରୁଥିବା ପାତ୍ର ପରିଷ୍କାର ପରିଚ୍ଛନ୍ନ ରଖୁ ନ ଥିବା ଟିମ୍‌ ଜାଣିବାକୁ ପାଇଥିଲା। ସମସ୍ତ ସାହିବାସୀଙ୍କୁ ଏହି ପ୍ରତିନିଧି ଦଳ ସଚେତନ କରାଇବା ସହିତ ଶୌଚ ପରେ ଓ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇବା, ପାଣିରେ ହାଲୋଜେନ ବଟିକା ପକାଇ ବ୍ୟବହାର କରିବା, ତାଜା ଖାଦ୍ୟ ଖାଇବା, କୂଅ ଠାରୁ ବହୁ ଦୂରରେ ଗାଧୋଇବା ଆଦି ବିଷୟରେ ସଚେତନ କରିଥିଲେ। ଏଥିସହିତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଆରଡବ୍ଲ୍ୟୁଏସଏସର ଏକଜ୍ୟୁକୁଟିଭ ଇଞ୍ଜିନିୟରଙ୍କୁ ନଳକୂପର ତୁରନ୍ତ ମରାମତି କରିବା ପାଇଁ ଫୋନ ଯୋଗେ ଜଣାଇଥିଲେ। ଗୁରୁବାର ନଳକୂପ ମରାମତି କରାଯିବ ବୋଲି ଉକ୍ତ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସେହିପରି ସା ୭ଟାରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଉକ୍ତ ସାହିକୁ ଆସି ସାହିବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିରେ ଡା. ବୀରେନ କୁମାର ସାହୁ, ଫାର୍ମାସିଷ୍ଟ ଛବିନ୍ଦ୍ର କୁମାର ସାମଲ, ସତ୍ୟଜିତ୍‌ ଦେହୁରି, ବରିଷ୍ଠ ସ୍ବାସ୍ଥ୍ୟ ସହାୟକ ଅଶୋକ କୁମାର ତ୍ରିପାଠୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri