ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍‌

ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ ପେଁକାଳି ବଜେଇଦେ’ ନାଟକର ସଂଳାପ। ନାତୁଣୀ ମିତାକୁ ନେଇ ତା’ ସ୍ବାମୀ ଶେଖର ଘର ଛାଡ଼ି ଚାଲିଯିବାକୁ ବସିଛି। ମିତାକୁ ଛାଡ଼ି ନାତି ଚିନ୍ମୟ ଘଡ଼ିଏ ରହିପାରିବନି। ରାଜା ସାହେବ ବିକ୍ରମ କେଶରୀ ଜଗଦ୍ଦେବ, ଯାହାଙ୍କର ମଥା କେବେ ନତ ହୁଏନା। ସେ ନାତିର ସୁଖ ପାଇଁ ନିଜ ମୁଣ୍ଡକୁ ତଳକୁ ନୁଅଁାଇ ଦେଇ ନାତୁଣୀଜ୍ୱାଇଁ ଶେଖର ନିକଟରେ ଭୁଲ୍‌ ମାଗୁଛନ୍ତି ଆଉ କହୁଛନ୍ତି : ”ଶେଖର! ମୁଁ ରାଜା ବିକ୍ରମ କେ ଶରୀ ଜଗଦ୍ଦେବ। ଏ ବଂଶର କେହି କେବେ କାହା ପାଖରେ ମୁଣ୍ଡ ନୁଅଁାଇ କଥା କୁହେନା। କାହିଁକିନା ଏ ମୁଣ୍ଡ ହେଉଛି ଏକ ରାଜାର ମୁଣ୍ଡ। କିନ୍ତୁ ଆଜି ଏ ରାଜାର ମୁଣ୍ଡଟାକୁ ନୁଅଁାଇ ଦେଇ ମୁଁ ତମକୁ ଭୁଲ୍‌ ମାଗୁଛି ଶେଖର। ମୋ ନାତୁଣୀକୁ ନେଇ ତମେ ଚାଲିଯାଅନା।“ ରାଜା ବିକ୍ରମ କେଶରୀଙ୍କ ଏହି ସଂଳାପ ସମସ୍ତଙ୍କୁ କିଛି ସମୟ ପାଇଁ ବିବାକ୍‌ ବିସ୍ମୟ କରିଦଉଛି। ଅନନ୍ତ ଓଝାଙ୍କ ପେଁକାଳି ନାଟକରେ ଜେଜେ ଭୂମିକାରେ ଅଭିନୟ କରିଥିବା କଳାକାର ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତା ବୈକୁଣ୍ଠ ବାରେକ୍‌। ତାଙ୍କ ଗମ୍ଭୀର ଗଳାର ସଂଳାପ ମଧ୍ୟ ‘ମୋ ପେଁକାଳି ବଜେଇଦେ’ ନାଟକର ସଫଳତା ପାଇଁ ବହୁଳାଂଶରେ ଦାବିଦାର ଥିଲା। ବୈକୁଣ୍ଠଙ୍କ ଘର କଟକ ଜିଲାର ଦାମୋଦରପୁର। ୧୯୭୭ ମସିହାରେ ସେ ଯାତ୍ରାକୁ ଆସିଲେ। ବାସ୍ତବରେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ବେଶ୍‌ ମଜାଦାର। ନା ସେ ଆଗରୁ ଅଭିନୟ କରିଥିଲେ ନା ତାଙ୍କର ଯାତ୍ରାକୁ ଆସିବାର ନିଶା ଥିଲା। ତାଙ୍କ ଗଁାରେ ହରପାର୍ବତୀ ଗଣନାଟ୍ୟ ଯାତ୍ରା କରୁଥାଏ। ପାର୍ଟିର ଆର୍ଥତ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ, ପାର୍ଟି ଭାଙ୍ଗିପଡ଼ିବା ସ୍ତରକୁ ଚାଲିଆସିଲା। ମାତ୍ର ବୈକୁଣ୍ଠବାବୁ ନିଜେ ଅର୍ଥ ନିବେଶ କରି ସେହି ପାର୍ଟିକୁ ବଞ୍ଚାଇଲେ ଆଉ ସେହି ପାର୍ଟିର ମାଲିକ ହୋଇଗଲେ। ସେଇଠି ମଧ୍ୟ ସେ ଅଭିନୟ କଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ଇତିମଧ୍ୟରେ ନାଟ୍ୟରୂପା, ପଲ୍ଲିଶ୍ରୀ କଳାନିକେତନ, ଶିବାନୀ, ତୁଳସୀ, ତ୍ରିରଙ୍ଗା, କଳିଙ୍ଗ, ତାରିଣୀ, ପାର୍ବତୀ, ଧଉଳି ଆଦିରେ ଅଭିନୟ କରି ସମ୍ପ୍ରତି ଆସି ପହଞ୍ଚତ୍ଛନ୍ତି ଯାତ୍ରା ମାୟା ନଗରୀରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଦିନ ଯାଏ ଚିହ୍ନ ରହେ, ମଇଳା କାଗଜ, ନାମ ଭୂମିକାରେ, ମୋ ପେଁକାଳି ବଜେଇଦେ, ବଉଳଲୋ ମୋର ବର ଆସୁଛି, ବାଜେ ଝିଅକୁ ବାହାହେବି, କାନିରେ ପଡ଼ିଲା ଗଣ୍ଠି, ବାଃ ବାଃରେ ଆମେରିକା, ନିଜେ ପୋଛିଦେଲି ନିଜ ସିନ୍ଦୂର, କନିଆ ଯାଉଛି କାଞ୍ଚନପୁର, ଓଢ଼ଣି ଖୋଲିବୁ ଧୀରେ ଧୀରେ, ରାତିର ରାଣୀ, ତ୍ରାହି ଲକ୍ଷ୍ମଣ, ବାଇଜୀ କୋଠି, କଳିଯୁଗର ରାମାୟଣ, କାହାରିକୁ ଆମେ ଡରିବୁ ନାହିଁ ଏବଂ ଆହୁରି ଅନେକ। ଯାତ୍ରା ମାୟାନଗରୀରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘କଥାଦିଅ ମତେ କରିବନି ପର, ନିଜ ନିଜର ରାମାୟଣ ଏବଂ ଦେଲେ ଧରା କଥା ସରେ।’


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

ଫ୍ଲାଟ୍‌ କିଣିଲେ ଜନ୍‌ ଆବ୍ରାହମ୍‌: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍‌ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri