ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଜଣେ ଗୁରୁତର

ନୂଆଗାଁ, ୭।୧୧(ଡି.ଏନ୍‌.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ଧାରଖଣି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁରୁବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ଅନ୍ଧାରଖଣି ଗ୍ରାମର ଲକ୍ଷ୍ମଣ ନାୟକ(୫୮)।
ପ୍ରକାଶ ଯେ, ଲକ୍ଷ୍ମଣ ଓ ଗୋବର୍ଦ୍ଧନ ନାୟକ ଗୋଟିଏ ସାହିରେ ରୁହନ୍ତି। କୌଣସି କାରଣକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଗୁରୁବାର ପୂର୍ବାହ୍ନରେ ଲକ୍ଷ୍ମଣ ଗହମ ଆଣିବା ପାଇଁ ସାଇକେଲ ଧରି ବଜାରକୁ ବାହାରୁଥିବା ବେଳେ ଗୋବର୍ଦ୍ଧନ ଛେଳିଧରି ଜଙ୍ଗଲରୁ ଫେରୁଥିଲେ । ଏହି ସମୟରେ ଲକ୍ଷ୍ମଣ ତାଙ୍କୁ କିଛି କହୁଥିବା ଭାବି ଗୋବର୍ଦ୍ଧନ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ହାତରେ ଧରିଥିବା ଟାଙ୍ଗିଆରେ ଲକ୍ଷ୍ମଣଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ତାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଦୌଡିଆସିବାରେ ଗୋବର୍ଦ୍ଧନ ଦୌଡି ପଳାଇଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହବାହିନୀଙ୍କ ଆଗମନୀ ପାଇଁ ସିମଟିଲା ସିମନବାଡ଼ି, ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?