ପୂରା ହେଲା ଆକାଶରେ ଉଡ଼ିବାର ସ୍ବପ୍ନ: ବିମାନଯାତ୍ରାର ମଜା ନେଲେ ୪୮ ଦିବ୍ୟାଙ୍ଗ ଶିଶୁ, କିଶୋର

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବପ୍ନ ବାସ୍ତବ ରୂପ ନେଲା। ଆକାଶରେ ଉଡ଼ିବାର ଇଚ୍ଛା ପୂରଣ ହେଲା। ସମସ୍ତଙ୍କ ଆଖିରେ ଥିଲା ଚମକ, ମୁହଁରେ ଖୁସି, ଓଠରେ ହସ ଓ ମନରେ ପରିତୃପ୍ତି। ପ୍ରଥମଥର ପାଇଁ ୪୮ ଦିବ୍ୟାଙ୍ଗ ଶିଶୁ ଓ କିଶୋର ବିମାନଯାତ୍ରାର ଆନନ୍ଦ ଲାଭ କରିବାର ସୁଯୋଗ ପାଇଥିଲେ। ଦିବ୍ୟାଙ୍ଗମାନଙ୍କ ସ୍ବପ୍ନକୁ ବାସ୍ତବରେ ପରିଣତ କରିବାକୁ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ବୁଧବାର ସକାଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ନିଆରା ପରିବେଶରେ ଦିବ୍ୟାଙ୍ଗମାନେ ପ୍ରଥମଥର ପାଇଁ ବିମାନ ଯାତ୍ରାର ମଜା ନେଇଥିଲେ।
ଏହି ‘ଡ୍ରିମ୍‌ ଫ୍ଲାଇଟ୍‌’ ବା ସ୍ବପ୍ନର ଉଡ଼ାଣ କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗମାନେ ଆମ ସାମାଜିକ ମୂଳସ୍ରୋତର ଅଂଶ ଓ ସେମାନଙ୍କ ପାଇଁ ସମସ୍ତଙ୍କର ପ୍ରତିବଦ୍ଧତା ରହିବା ଆବଶ୍ୟକ ବୋଲି କହିଥିଲେ। ଦିବ୍ୟାଙ୍ଗମାନଙ୍କ ଲାଗି କାର୍ଯ୍ୟ କରୁଥିବା ‘ସ୍ବାଭିମାନ’ର ମୁଖ୍ୟ ଡ. ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ ଏବଂ ଇଣ୍ଡିଆନ୍‌ ଏୟାରଲାଇନ୍ସ, ଏୟାର ଆଲିଆନ୍ସ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସହଯୋଗକ୍ରମେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳେ ‘ମୋ ବସ୍‌’ ଯୋଗେ ପିଲାମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ବିମାନବନ୍ଦର ଲାଉଞ୍ଜରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ସାର୍ଥକ ପାଣିଗ୍ରାହୀ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିବାବେଳେ ଉଡ଼ାଣ ପୂର୍ବରୁ କେକ୍‌ କଟାଯାଇଥିଲା। ମନ୍ତ୍ରୀ ପଣ୍ଡାଙ୍କ ସମେତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଯୁଗ୍ମ ଶାସନ ସଚିବ ଉଷା ପାଢ଼ୀ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ, ଏୟାର ଆଲିଆନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ସି.ଏସ୍‌. ହୋତା, ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ ଏବଂ ଶିଳ୍ପପତି ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ‘ମୋ କଲେଜ’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଆକାଶ ଦାସ ନାୟକ ଉପସ୍ଥିତ ରହି ପିଲାମାନଙ୍କୁ ସ୍ବାଗତ କରିଥିଲେ। ଏହି ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଅଧିକାଂଶ ବସ୍ତିବାସିନ୍ଦା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

ପାକିସ୍ତାନର ପୋଲ୍‌ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ…

ଇରାନ ଆମେରିକା ସହିତ ପୁଣିଥରେ ଯୁଦ୍ଧ ଆରମ୍ଭ କରିବାରୁ କ୍ଷୁବ୍ଧ ହେଲା ପାକିସ୍ତାନ, ବିଶେଷଜ୍ଞ କହିଲେ -‘ଏହା ଶକ୍ତି ନୁହେଁ ବରଂ…’

ଇସଲାମାବାଦ,୧୯।୭: ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ଦାୟିତ୍ୱକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ପାକିସ୍ତାନ ମଧ୍ୟ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri