Posted inଜାତୀୟ

ପୁଣିଥରେ ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ୨ଜି ମୋବାଇଲ ନେଟଓ୍ବର୍କ ସେବା

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ରବିବାର ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠାରୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ଏହାକୁ ନେଇ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ବିଶେଷ କରି ରାଜଧାନୀ ଦିଲ୍ଲୀ ସମେତ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦୀର୍ଘଦିନ ପରେ ଜମ୍ମୁ-କଶ୍ମୀରରେ ଗତ ଶନିବାର ୨ଜି ମୋବାଇଲ ନେଟଓ୍ବର୍କ ସେବା ଲାଗୁ କରାଯାଇଥିବା ବେଳେ ଏବେ ପୁଣିଥରେ ଏହାକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ତେବେ ରବିବାର ସାଧାରଣତନ୍ତ୍ର ଦିବସ ଥିବାରୁ ଓ ପୂର୍ବରୁ ଏହିଦିନ ଆତଙ୍କବାଦୀ ଆକ୍ରମଣ ସୂଚନା ମିଳିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବାକୁ ପୁଣିଥରେ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ଏହା୨୫ ଜାନୁୟାରୀ ସନ୍ଧ୍ୟା ୬ଟାରୁ ୨୬ ଜାନୁୟାରୀ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ଅର୍ଥାତ୍‌ ରବିବାର ସନ୍ଧ୍ୟା ୬ଟା ପରେ ପୁଣିଥରେ ଏହା କାର୍ଯ୍ୟକ୍ଷମ ହେବ। ସେହିପରି ଭଏସ୍‌ କଲିଂ ଓ ମେସେଜିଂ ସେବାକୁ ୨୬ ତାରିଖ ସକାଳୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ କ୍ଷମା ମାଗିଲେ ଅଭିଜିତ୍‌ ଦୀପକେ: କହିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ଦଳର ମୁଖ୍ୟ ଅଭିଜିତ୍‌ ଦୀପକେ ମଙ୍ଗଳବାର ଜନ୍ତର ମନ୍ତରରେ ପହଞ୍ଚିଛନ୍ତି। ସେ ତାଙ୍କ ସମର୍ଥକମାନଙ୍କୁ କ୍ଷମା ମାଗିଛନ୍ତି। Xରେ ସେ ଲେଖିଛନ୍ତି, ମୁଁ…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ…

ଏହି ଦଳରୁ ନିର୍ବାଚନ ଲଢିବେ CJP ମୁଖ୍ୟ ଅଭିଜିତ ଦୀପକେ? ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୧।୭: ଭାଜପା ନେତା ନିଶିକାନ୍ତ ଦୁବେ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଦୁବେ ଉତ୍ତର ପ୍ରଦେଶ…

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ କିଏ? କରାଟେରେ ପାଇଛନ୍ତି ବ୍ଲାକ ବେଲ୍ଟ, ଓଡ଼ିଶା ସହ ରହିଛି…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସମ୍ପ୍ରତି ତାଙ୍କ ଆନ୍ଦୋଳନ ଏବଂ ଅନଶନ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ, ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ମଧ୍ୟ…

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିଲା ଜଗନ୍ନାଥଙ୍କ ରଥ, ୨ ଛାତ୍ର ମୃତ, ୭ ଗୁରୁତର

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ଟୋରପା ଥାନା ଅଞ୍ଚଳର କୋଟେଙ୍ଗସେରାର ‘ମାଉସି ବାରି’ ନିକଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ୧୧,୦୦୦ ଭୋଲ୍ଟର ହାଇ-ଟେନସନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri