ପୁଣି ଚେନ୍ନାଇରୁ ବୋଟରେ ଫେରିଲେ ୩୯ ଦାଦନ ଶ୍ରମିକ

ଚିକିଟି,୨୭ା୪(ଡି.ଏନ.ଏ.)- ଲକ୍‌ଡାଉନ କଟକଣା ପରେ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ଦାଦନ ଶ୍ରମିକ ବିପଦପୂର୍ଣ୍ଣ ଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୮ଜଣ ଶନିବାର ଆସି ପହଞ୍ଚତ୍ଥିବାବେଳେ ସୋମବାର ପୁଣି ୩୯ ଦାଦନ ବୋଟ୍‌ ଯୋଗେ ଚେନ୍ନାଇରୁ ସମୁଦ୍ର ପଥ ଦେଇ ଆସି ପହଞ୍ଚତ୍ଛନ୍ତି। ଅପରାହ୍ନ ପ୍ରାୟ ୩ଟାରେ ଚିକିଟି ବ୍ଲକ ରାମେୟାପାଟଣା ମୁହାଣରେ ବୋଟ୍‌ଟି ଲାଗିଥିଲା। ସେଥିରେ ରାମେୟାପାଟଣାର ୧୨ଜଣ ଶ୍ରମିକ ଥିବାବେଳେ ପାଟିସୁନୁପୁରର ୯ ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୪ଜଣ ଏବଂ ଆନ୍ଧ୍ରପ୍ରଦେଶର ୧୪ଜଣ ଶ୍ରମିକ ଥିବାବେଳେ ୮ଜଣ ବାଟରେ ଓହ୍ଲାଇ ପଡିଥିବା ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ କହିଛନ୍ତି। ଏକ ମୋଟର ଚାଳିତ ବୋଟ୍‌ ୭୦ହଜାର ଟଙ୍କାରେ କିଣି ଗତ ୨୩ ତାରିଖରେ ଏମାନେ ଚେନ୍ନାଇରୁ ସମୁଦ୍ରପଥ ଦେଇ ବାହାରିଥିଲେ। ଆନ୍ଧ୍ର ସୀମାନ୍ତ ପଲାସା ଓ କାବେଟି ମଧ୍ୟସ୍ଥଳରେ ଡିଜେଲ ସରିଯିବା ଫଳରେ ଗ୍ରାମବାସୀଙ୍କୁ ଫୋନ କରି ଜଣାଇଥିଲେ। ପରେ ଗ୍ରାମର କେତେଜଣ ଲୋକ ଡିଜେଲ ଧରି ଅନ୍ୟଏକ ବୋଟ୍‌ରେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଡିଜେଲ ଭରିବା ପରେ ଦୁଇଟି ବୋଟ୍‌ ସେଠାରୁ ବାହାରି ସୋମବାର ଅପରାହ୍ନରେ ରାମେୟାପାଟଣା ମୁହାଣରେ ପହଞ୍ଚତ୍ଛି। ପୂର୍ବରୁ ସୂଚନା ପାଇ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଚିକିଟି ତହସିଲ୍‌ଦାର, ବିଡିଓ ଫାଲ୍‌ଗୁନି ମାଝି ଏବଂ ଗୋଳନ୍ଥରା ଓ ମେରାଇନ୍‌ ଥାନା ପୋଲିସ୍‌ ରାମେୟାପାଟଣା ମୁହାଣରେ ପହଞ୍ଚତ୍ଥିଲେ। ସମସ୍ତ ଦାଦନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ରାମେୟାପାଟଣା ଗ୍ରାମସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri