ପୁଅ, ୩ ସହଯୋଗୀ ଗିରଫ

ଅନୁଗୋଳ ଅଫିସ,୧୦।୧୦ – ବାପାଙ୍କୁ ମାଡ଼ ମାରି ଟଙ୍କା ଲୁଟିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣେ ପୁଅ ସହ ତାଙ୍କର ୩ ସହଯୋଗୀଙ୍କୁ ସୋମବାର ଗିରଫ କରିଛି। ଲୁଟ୍‌ର ଶିକାର ହୋଇଥିବା ପଞ୍ଚାନନ ଘୋଷଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୮୦୮/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଗୌରବ ଘୋଷ, ଅମଲାପଡାର ବିନୋଦ ବେହେରା, ଲିଙ୍ଗରାଯୋଡିର ଶକ୍ତି ପ୍ରସାଦ ମହାନ୍ତି, ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁଙ୍କୁ କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ଅନୁଗୋଳ ଶିମିଳିପଡା ଠାରେ ରହୁଥିବା ପଞ୍ଚାନନଙ୍କ ପୁଅ ଗରବ ଘୋଷ(୨୦)ଙ୍କୁ ରବିବାର ଅପରାହ୍ନରେ ସମଲ ଥାନା ଅଞ୍ଚଳର ପପୁନ ସାହୁ ଫୋନ କରି ବାକି ଥିବା ୪୦ ହଜାର ଟଙ୍କା ମାଗିଥିଲେ। ଫଳରେ ଗୌରବ ଘରୁ ଚାଳିଶ ହଜାର ଟଙ୍କା ନେଇ ବାହାରକୁ ଯାଇଥିଲେ। ସନ୍ଧ୍ୟାରେ ପଞ୍ଚାନନଙ୍କ ନିକଟକୁ ଶକ୍ତି ପ୍ରସାଦ ମହାନ୍ତି ଫୋନ କରି ପଚିଶ ହଜାର ଟଙ୍କା ନ ଦେଲେ ପୁଅ ଗୌରବ ଆଉ ଘରକୁ ଫେରିବନି ବୋଲି ଚେତାବନୀ ଦେଇଥିଲେ। ପୁଅ ଜୀବନ ପ୍ରତି ବିପଦ ଥିବା ଭାବି ପଞ୍ଚାନନ ପିଟିସି ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ସମୟରେ ଟଙ୍କା ନେଇ ପହଞ୍ଚିଥିଲେ। ଏହି ସମୟରେ ହଠାତ୍‌ ୪ ଜଣ ଯୁବକ ତାଙ୍କୁ ମାଡ଼ ମାରି ୨୫ ହଜାର ଟଙ୍କା ଝାମ୍ପି ନେଇଥିଲେ। ଏହି ଘଟଣାରେ ପୁଅ ଗୌରବଙ୍କ ହାତ ଥିବା ସନ୍ଦେହ ହେବାରୁ ପଞ୍ଚାନନ ରାତିରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ପଞ୍ଚାନନଙ୍କ ପୁଅ ଗୌରବ ଏବଂ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ ହୋଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri