ପିଲାମାନଙ୍କ ବ୍ୟବହାରିକ ସମସ୍ୟା

 

ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲା ମାନଙ୍କର ବୟସ ବଢ଼ିଥାଏ, ସେମାନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। କିନ୍ତୁ ବେଳେବେଳେ ସେମାନଙ୍କଠାରେ ଅନେକ ଗୁରୁତର ବ୍ୟବହାରଜନିତ ସମସ୍ୟା ଦେଖାଦେଇଥାଏ।
ପିଲାମାନେ ଚଞ୍ଚଳ ରହିବା ଏକ ସାଧାରଣ କଥା। ଏହା ସାଧାରଣତଃ ଛୋଟ ପିଲାମାନଙ୍କଠାରେ ଦେଖା ଯାଇଥାଏ। ପିଲାର ବୟସ ବଢ଼ିଲେ ତାହାର ଚଞ୍ଚଳାମି କମିଯାଇଥାଏ। ପିଲାର ଏକାଗ୍ରତା ବଢ଼ିଥାଏ। ମାତ୍ର କିଛି ପିଲାଙ୍କଠାରେ ଚଞ୍ଚଳାମି ଅଧିକ ମାତ୍ରାରେ ରହିଥାଏ ଓ ପିଲାର ଏକାଗ୍ରତା କମ୍‌ ଥାଏ। ଏହାକୁ Attention Deficit Hyperactivity Disorder (ADHD) ରୋଗ ବୋଲି କହିଥାଉ। ଏଥିରେ ପିଲା ମାତ୍ରାଧିକ ଚଞ୍ଚଳ ରହିଥାଏ, କୌଣସି ଗୋଟେ ଜାଗାରେ ସ୍ଥିରହୋଇ ବସେନାହିଁ। ଲଗାତର କିଛି ସମୟ ଘରେ, କ୍ଲାସ ରୁମ୍‌ରେ କିମ୍ବା ଟିଭି ସାମ୍ନାରେ ବସିପାରେନାହିଁ। ଟିଭି ଦେଖିଲାବେଳେ ସେ ବାରମ୍ବାର ଚ୍ୟାନେଲ ବଦଳାଉଥାଏ। ପିଲା ଅଧିକ କଥା ହୋଇଥାଏ। ପିଲାର ଧ୍ୟାନ ଓ ଏକାଗ୍ରତା କମ୍‌ ରହିବା ଯୋଗୁ ସେ ଠିକ୍‌ସେ ପାଠ ପଢ଼ିପାରେନାହିଁ। ଶିକ୍ଷକମାନେ ବାରମ୍ବାର ଅଭିଯୋଗ କରିଥାନ୍ତି ଯେ ପିଲା କ୍ଲାସ୍‌ରେ ଧୈର୍ଯ୍ୟଧରି ବସୁନାହିଁ, ଯାହା ପାଠ ପଢ଼ାଯାଉଛି ତାକୁ ଶୁଣୁନାହିଁ। ତା’ର ପାଠ ମନେ ରହୁନାହିଁ। ଅନ୍ୟ ପିଲାଙ୍କୁ କ୍ଲାସ୍‌ରେ ହଇରାଣ କରୁଛି। ସେ ପରୀକ୍ଷାରେ ଧୈର୍ଯ୍ୟଧରି ସବୁ ପ୍ରଶ୍ନକୁ ପଢ଼େନାହିଁ। ଅଧା ପ୍ରଶ୍ନର ଉତ୍ତର ନ ଦେଇ ପଳାଇଆସେ। ପିଲା ତାହାର ଖାତା, ବହି ଓ ପେନ୍‌ ବାରମ୍ବାର ହଜାଇ ଦେଇଥାଏ। ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥାଏ। ପିଲାକୁ କୌଣସି ପ୍ରଶ୍ନ ପଚାରିଲେ ସେ ତାହା ପୂରା ନ ଶୁଣି ତରତର ହୋଇ ଉତ୍ତର ଦେଇଥାଏ।
୧୦-୧୨ ପ୍ରତିଶତ ପିଲାଙ୍କଠାରେ ବୟସ ବଢ଼ିବା ସହିତ ଦୁଷ୍ଟାମି ବଢ଼ିଯାଇଥାଏ। ଏହା ସାଧାରଣତଃ ପୁଅପିଲାଙ୍କଠାରେ ଅଧିକ ଦେଖାଦେଇଥାଏ। ଏହାକୁ Oppositional Difiant Disorder (ODD) ବୋଲି କୁହାଯାଏ। ଏଥିରେ ପିଲା ଅତ୍ୟନ୍ତ ଦୁଷ୍ଟ ହୋଇଥାଏ। କାହା କଥା ମାନେନାହିଁ, ଅଯଥା ଯୁକ୍ତି କରିଥାଏ, ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ହୋଇଯାଏ କିମ୍ବା ରାଗିଯାଏ। ଅନ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଥାଏ। ପିଲା ନିଜେ ଭୁଲ୍‌ କରି ଅନ୍ୟମାନଙ୍କର ଦୋଷ ଦେଇଥାଏ। ପିଲା ଅତ୍ୟଧିକ ଜିଦିଆ ହୋଇଥାଏ। ପାଠପଢ଼ାରେ କମ୍‌ ଧ୍ୟାନ ଦେଇଥାଏ। ଯଦି ଏ ପ୍ରକାର ପିଲାମାନଙ୍କର ଠିକ୍‌ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସେମାନଙ୍କର ସମସ୍ୟା ଆହୁରି ବଢ଼ିଯାଏ ଏବଂ ଏହା ଅନ୍ୟ ଏକ ବ୍ୟବହାରିକ ସମସ୍ୟାରେ ପରିଣତ ହୋଇଯାଏ। ତାହାକୁ ଆମେ Conduct Disorder ବୋଲି କହିଥାଉ। ଏଥିରେ ପିଲା ମିଛ କହେ, ଚୋରି କରେ, ଘର ଓ ବାହାର ଲୋକଙ୍କୁ ଧମକାଏ ଓ ଝଗଡ଼ା ମଧ୍ୟ କରିଥାଏ। ପଶୁପକ୍ଷୀଙ୍କୁ ନିର୍ଦ୍ଦୟ ଭାବେ ଶାରୀରିକ ନିର୍ଯାତନା ଦେଇଥାଏ। ଘରୁ ଓ ସ୍କୁଲରୁ ବାରମ୍ବାର ଲୁଚି ପଳାଇ ଯାଇଥାଏ। ଅନ୍ୟ ଦୁଷ୍ଟପିଲାଙ୍କ ସହିତ ସାଙ୍ଗ ହୋଇଥାଏ। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଯେମିତିକି ସିଗାରେଟ୍‌, ଗୁଟ୍‌ଖା, ମଦ ଆଦି ବ୍ୟବହାର କରିଥାଏ।
ଅଟିଜମ୍‌ ରୋଗରେ ଶିଶୁ ଅନ୍ୟମାନଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ନିଜ ଆଖପାଖ ଲୋକଙ୍କ ସହିତ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ। ୧ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ। ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଅନ୍ୟମାନଙ୍କ ଆଖିରେ ଆଖି ମିଳାଇ ପାରନ୍ତି ନାହିଁ। ଅନ୍ୟର ମନର ଭାବନା ଓ ସ୍ନେହକୁ ଠିକ୍‌ ଭାବେ ବୁଝିପାରନ୍ତି ନାହିଁ। ନିଜର ପାରିପାର୍ଶ୍ୱିକ ଅବସ୍ଥା ପ୍ରତି କମ୍‌ ସମ୍ବେଦନଶୀଳ ରହିଥାନ୍ତି। ଏହି ପିଲାମାନେ ନିଜ ମନର ଆବେଗକୁ ନିୟନ୍ତ୍ରଣ କରିପାରନ୍ତିନାହିଁ। ଫଳରେ ସେମାନେ ବିନା କାରଣରେ ହସନ୍ତି, କାନ୍ଦନ୍ତି ଏବଂ ରାଗନ୍ତି। କେତେକ ପିଲା ନିଜକୁ କ୍ଷତି କଲାଭଳି ବ୍ୟବହାର ଯଥା ନିଜକୁ କାମୁଡିବା, ମୁଣ୍ଡ ବାଡ଼େଇବା, ଚୁଟି ଟାଣିବା ଆଦି ବାରମ୍ବାର କରିଥାନ୍ତି। ଅଟିଜମ ରୋଗରେ ପିଲାମାନଙ୍କ ଖେଳିବା ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖାଯାଇଥାଏ। ସେମାନେ ସାଧାରଣ ଭାବେ ବ୍ୟବହାର ହେଉଥିବା ଖେଳଣା ସହିତ ଖେଳି ନ ଥାନ୍ତି। ଘରକରଣା ଜିନିଷ ଯଥା ସାବୁନ, ଦଉଡ଼ି, ମଗ ଆଦି ସହିତ ଖେଳିବାକୁ ବେଶି ପସନ୍ଦ କରିଥାନ୍ତି। ଅନ୍ୟ ପିଲାମାନଙ୍କ ସହିତ ନ ଖେଳି ସବୁବେଳେ ଏକୁଟିଆ ଖେଳିଥାନ୍ତି। ଏହି ରୋଗରେ ପିଲାମାନେ କୌଣସି ଉଚ୍ଚ ଶବ୍ଦ କିମ୍ବା ଅତି ଉଜ୍ଜ୍ୱଳ ଆଲୋକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ଏସବୁ ପ୍ରତି ଅସ୍ବାଭାବିକ ପ୍ରତିକ୍ରିୟା ପ୍ରକାଶ କରନ୍ତି।
ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି। ଯେମିତି କି ଅଧିକ ଚିଡ଼ିଚିଡ଼ା ହେବା, ପାଠପଢ଼ାରେ କମ୍‌ ଧ୍ୟାନ ଦେବା, ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ମିଳାମିଶା କମ୍‌ କରିବା, ଏକୁଟିଆ ରହିବାକୁ ପସନ୍ଦ କରିବା, ସ୍ମରଣଶକ୍ତି ହ୍ରାସ ପାଇବା, ନିଦ କମିଯିବା, ଖାଦ୍ୟ କମ୍‌ ଖାଇବା, ଛୋଟ ଛୋଟ କଥାରେ ଭୟଭୀତ ହୋଇଯିବା ଆଦି। ଛୋଟ ପିଲାମାନେ ମୋବାଇଲ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁ ସେମାନଙ୍କର କଥା କହିବା ଆରମ୍ଭ କରିବାରେ ବିଳମ୍ବ ହୋଇଥାଏ। କିଛି ପିଲାଙ୍କର ମସ୍ତିଷ୍କର ବିକାଶ ବାଧାପ୍ରାପ୍ତ ହୋଇଥାଏ। ମୋବାଇଲ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନେ ଅଯଥା ଅନେକ ସମୟ ନଷ୍ଟ କରୁଛନ୍ତି। ଯାହାଦ୍ୱାରା ସେମାନଙ୍କ ପାଠପଢ଼ା ଉପରେ କୁପ୍ରଭାବ ପଡୁଛି।
କାରଣ
ପିଲାମାନଙ୍କର ଏସବୁ ବ୍ୟବହାରିକ ସମସ୍ୟାର ଅନେକ କାରଣ ହୋଇପାରେ। ପିଲା ଜନ୍ମ ପୂର୍ବରୁ ଗର୍ଭାବସ୍ଥାରେ ମା’ର କୁପୋଷଣ, ବିଭିନ୍ନ ରୋଗ, ଡାକ୍ତରଙ୍କ ବିନା ପରାମର୍ଶରେ କେତେକ ନିର୍ଦ୍ଦିଷ୍ଟ ଔଷଧ ସେବନ, ମାଦକଦ୍ରବ୍ୟ ସେବନ, ଏକ୍ସରେ ବିକିରଣ ଆଦି। ପିଲା ଜନ୍ମବେଳେ ଡେରିରେ କାନ୍ଦିବା କିମ୍ବା ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା କିମ୍ବା ମସ୍ତିଷ୍କରେ ଆଘାତ ଲାଗିବା ଦ୍ୱାରା, ପିଲା ଜନ୍ମ ହୋଇସାରିଲା ପରେ ମସ୍ତିଷ୍କ ଜ୍ୱର, ଅପସ୍ମାର ବାତ, ଜଣ୍ଡିସ୍‌, ଦୁର୍ଘଟଣାରୁ ମୁଣ୍ଡରେ ଆଘାତ ଲାଗିବା ଆଦି। ଜିନ୍‌ଗତ କାରଣ ଯୋଗୁ କିଛି ପିଲାଙ୍କଠାରେ ବ୍ୟବହାରିକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ପିଲାର ଲାଳନପାଳନ ଯଦି ଠିକ୍‌ସେ କରା ନ ଯାଏ, ତେବେ ପିଲାର ବୌଦ୍ଧିକ ବିକାଶ ଠିକ୍‌ସେ ହୁଏନାହିଁ। ଫଳରେ ପିଲାର ବିଭିନ୍ନ ବ୍ୟବହାରିକ ସମସ୍ୟା ଆରମ୍ଭ ହୋଇଥାଏ। ଅନେକ ପିଲାଙ୍କଠାରେ ଏସବୁ ବ୍ୟବହାରିକ ସମସ୍ୟାର କୌଣସି ନିର୍ଦ୍ଦିଷ୍ଟ କାରଣ ମିଳି ନ ଥାଏ।
ଉପଚାର
ଏ ସବୁ ସମସ୍ୟା ମଧ୍ୟରୁ କିଛି ବି ନିଜ ପିଲାଠାରେ ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏ ସବୁ ସମସ୍ୟାକୁ ଆଦୌ ଅବହେଳା କରନ୍ତୁ ନାହିଁ। କାରଣ ବୟସ ବଢ଼ିଲେ ଏସବୁ ସମସ୍ୟା ବଢ଼ିଥାଏ। ଡେରିରେ ଚିକିତ୍ସା ଆରମ୍ଭ କଲେ ଲକ୍ଷଣଗୁଡିକ ଚିହ୍ନିବାରେ ବିଳମ୍ବ ହୋଇଥାଏ। ଏହାଛଡ଼ା ପିଲାର ଉପଯୁକ୍ତ ମାନସିକ ବିକାଶ ହୋଇ ନ ଥାଏ। ତାହାର ପାଠପଢ଼ା ଉପରେ କୁପ୍ରଭାବ ପଡ଼ିଥାଏ।
ଏ ସବୁ ବ୍ୟବହାରିକ ସମସ୍ୟା ପାଇଁ କାଉନ୍‌ସେଲିଙ୍ଗ ସହିତ ବେଳେବେଳେ କିଛି ଔଷଧ ଦରକାର ପଡ଼ିପାରେ। କାଉନ୍‌ସେଲିଂରେ ପିଲା ସହିତ ମା’ବାପାମାନେ କିଭଳି ବ୍ୟବହାର କରିବେ, ତାହା ବିଷୟରେ ବିସ୍ତାରରେ ପ୍ରଶିକ୍ଷଣ ଦିଆଯାଇଥାଏ। ପିଲାକୁ ମଧ୍ୟ ଏ ବିଷୟରେ କାଉନ୍‌ସେଲିଙ୍ଗ କରାଯାଇଥାଏ। ଏଥିରେ କିଭଳି ପିଲାର ଭଲ ବ୍ୟବହାରକୁ ବଢ଼ାଯାଇପାରିବ ଓ ଖରାପ ବ୍ୟବହାରକୁ କମାଯାଇପାରିବ ସେ ବିଷୟରେ ମାତାପିତାଙ୍କୁ ଟ୍ରେନିଂ ଦିଆଯାଇଥାଏ। କିଛି ପିଲାଙ୍କ ପାଇଁ ଔଷଧ ଦିଆଯାଇଥାଏ। ଆଜିକାଲି ପିଲାମାନଙ୍କ ପାଇଁ ସୁରକ୍ଷିତ ଔଷଧ ବ୍ୟବହାର କରାଯାଉଛି। ଏ ଔଷଧଗୁଡ଼ିକର ସେମିତି କିଛି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ତେଣୁ ଅଭିଭାବକମାନେ ପିଲାର ଚିକିତ୍ସା ପାଇଁ ଆଦୌ ଡରନ୍ତୁ ନାହିଁ କିମ୍ବା ବିଳମ୍ବ କରିବା ଉଚିତ ନୁହେଁ। ଅଭିଭାବକମାନେ ପିଲାର ଭଲ ବ୍ୟବହାର ସୃଷ୍ଟି ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ନେଇପାରିବେ।
ବ୍ୟବହାର ଉପରେ ସବୁବେଳେ ନଜର ରଖନ୍ତୁ।
ଯଥେଷ୍ଟ ସମୟ ଦିଅନ୍ତୁ। ପିଲାର ମନକଥା ବୁଝିବାକୁ ଚେଷ୍ଟାକରନ୍ତୁ।
କୌଣସି ଭୁଲ୍‌ କାମ କଲେ ତାକୁ ଗାଳି କିମ୍ବା ମାଡ଼ ଦିଅନ୍ତୁ ନାହିଁ। ପ୍ରଥମେ ତାକୁ ସ୍ନେହର ସହିତ ତା’ ଭୁଲକୁ ବୁଝାନ୍ତୁ। ଯଦି ସେ ନ ବୁଝେ, ତେବେ ତା’ ପସନ୍ଦର ଜିନିଷ କିଛି ସମୟ ପାଇଁ ଦିଅନ୍ତୁ ନାହିଁ।
ଭଲ କାମ କଲେ ତାକୁ ପ୍ରଶଂସା ଏବଂ ଉତ୍ସାହିତ କରନ୍ତୁ।
ମୋବାଇଲ ଫୋନ୍‌ରୁ ଦୂରେଇ ରଖନ୍ତୁ।
ସା ସମୟରେ ବାହାରେ ଖେଳିବାକୁ ଛାଡ଼ନ୍ତୁ।
ପଢ଼ିବା ଓ ଅଧିକ ନମ୍ବର ରଖିବା ପାଇଁ ପିଲା ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରନ୍ତୁ ନାହିଁ।
ପିଲାକୁ ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ।
ସମସ୍ତ ଜିଦିକୁ ମାନିନିଅନ୍ତୁ ନାହିଁ। ଅଯଥା ଜିଦିକୁ ମାନନ୍ତୁ ନାହିଁ।
ଧୈର୍ଯ୍ୟଧରି କାମ କରିବାର କଳା ଶିଖାନ୍ତୁ।

ଡା.ସତ୍ୟକାମ ମହାପାତ୍ର
-ମାନସିକ ରୋଗ ବିଶେଷଜ୍ଞ,କଟକ
ମୋ: ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ, କାହା ଚାପରେ…

ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଉମରକୋଟ, ୩୧।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍‌ର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସିସ୍…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

‘ଯୁଦ୍ଧରେ ମୃତ ଭାରତୀୟଙ୍କ ପରିବାରକୁ କେନ୍ଦ୍ର ସାହାଯ୍ୟ କରିବା ଉଚିତ’: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୭: ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର; ଜୈଶ ଆତଙ୍କବାଦୀ ଗିରଫ

କୋଲକାତା,୩୧।୭: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ହମିମ ମଣ୍ଡଳ ଭାବରେ…

ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓମାର ଅବଦୁଲ୍ଲା: ଆଗକୁ…

ଶ୍ରୀନଗର,୩୧।୭: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଖୁବଶୀଘ୍ର ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri