ପିଲାଙ୍କୁ ଦିଅନ୍ତୁ ଉତ୍ତମ ଶିକ୍ଷା: ଧ୍ୟାନ ଦିଅନ୍ତୁ କେତୋଟି କଥାପ୍ରତି

ଛୋଟ ପିଲାମାନଙ୍କୁ ଉତ୍ତମ ବ୍ୟବହାର ସମ୍ପର୍କରେ ଶିକ୍ଷା ଦେବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। କାରଣ ଏହା ପିଲାର ବର୍ତ୍ତମାନ ସହିତ ଭବିଷ୍ୟତକୁ ସୁନ୍ଦରକରି ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ମାତ୍ର ଅଜାଣତରେ ଅଭିଭାବକ ଏମିତି କିଛି ଭୁଲ କରିଥାନ୍ତି, ଯାହାର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡ଼ିଥାଏ। ଫଳରେ ପିଲାମାନଙ୍କଠାରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ। ଅଜାଣତରେ ଅଭିଭାବକ କରୁଥିବା କେତୋଟି ଭୁଲ…

ବିନା କାରଣରେ ଗାଳି କରିବା:
ଭୁଲ ସମସ୍ତଙ୍କ ଦ୍ୱାରା ହୋଇଥାଏ। ବଡ ପିଲା ହେଉ ଅବା ଛୋଟ। କିନ୍ତୁ ଛୋଟ ପିଲା ଭୁଲ କଲେ ଅଭିଭାବକ ସେମାନଙ୍କୁ ଗାଳି କରିଥାନ୍ତି। ବେଳେବେଳେ ଆବଶ୍ୟକଠାରୁ ଅଧିକ ଗାଳି କରିଥାନ୍ତି। ଏପରି କରିବା ଦ୍ୱାରା ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଅନ୍ୟ ସମ୍ମୁଖରେ ଗାଳି କରିବା:
ପିଲାମାନଙ୍କୁ ଅନୁଶାସନ ମଧ୍ୟରେ ରଖିବା ଭଲ କଥା। ହେଲେ ଅଧିକାଂଶ ଅଭିଭାବକ ପିଲାମାନଙ୍କୁ ଗାଳି କରିବା ସମୟରେ ଭୁଲି ଯାଇଥାନ୍ତି ଯେ, ସେମାନେ କାହା ସମ୍ମୁଖରେ ପିଲାମାନଙ୍କୁ ଗାଳି କରୁଛନ୍ତି। ବାହାର ଲୋକଙ୍କ ସମ୍ମୁଖରେ ଗାଳି କରିବା ଦ୍ୱାରା ପିଲାମାନେ ନିଜକୁ ଲଜ୍ଜିତ ମନେ କରିଥାନ୍ତି।

ଉତ୍ସାହିତ ନ କରିବା:
ସବୁ ସମୟରେ ପିଲାମାନଙ୍କୁ ଉପଦେଶ ଦେବା ଖରାପ କଥା। ପିଲା ଯେତେବେଳେ ନିଜେ କୌଣସି କାମ କରୁଛି ସେତେବେଳେ ତା’ର ଭୁଲ ବାହାର କରିବା ପରିବର୍ତ୍ତେ ତାକୁ ସବୁବେଳେ ଉତ୍ସାହିତ କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ପିଲାର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ଅନ୍ୟସହ ତୁଳନା କରିବା:
ପ୍ରତ୍ୟେକ ପିଲା ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିଏ ପାଠ ପଢ଼ାରେ ଭଲ ତ ଆଉ କିଏ ଡ୍ରଇଂରେ। ନିଜ ପିଲାର ଟ୍ୟାଲେଣ୍ଟକୁ ଜାଣନ୍ତୁ ଏବଂ ଅନ୍ୟ ପିଲା ସହ ତୁଳନା କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ପିଲା ଉପରେ ଚାପ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri