ପିପିଲିରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ

ପିପିଲି,୧୧ା୫(ଡି.ଏନ.ଏ): ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପିପିଲି ଅଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିତ୍ବାବେଳେ ବିନା ମାସ୍କରେ ବୁଲୁଛନ୍ତି। ତୃତୀୟ ପର୍ଯ୍ୟାୟ ତାଲା ବନ୍ଦ ନିୟମରେ ପ୍ରଶାସନ କେତେକାଂଶରେ କଟକଣାକୁ କୋହଳ କରିଛନ୍ତି। ପ୍ରଚଳିତ ନିୟମ ମୁତାବକ, ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହୁଛି। ଅନ୍ୟ ସବୁ ବନ୍ଦ ଥିବାବେଳେ ଦୋକାନ ବଜାର ଖୋଲିବା ଦିନଠାରୁ ଭିଡ଼ ରହୁଥିବାବେଳେ ଗ୍ରାହକ ଏବଂ ଦୋକାନୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁନି। ସ୍ଥାନୀୟ ପୋଲିସ ପକ୍ଷରୁ ବଜାର ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ବ୍ୟବସାୟୀଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା, ବିନା ମାସ୍କରେ ନ ବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉ ଥିଲେ ମଧ୍ୟ ଅନେକେ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳୁଛି। ଆଇନ ଅବମାନନା ହେତୁ ଲୋକମାନେ ଜରିମାନା ଦେଉଥିଲେ ମଧ୍ୟ ସୁଧୁରୁ ନାହାନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ବାହାରେ ଛେପ ନ ପକାଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବା ଆଦି ସଚେତନ ବାର୍ତ୍ତା ଲେଖାଥିବା ଫ୍ଲେକ୍ସ ପୋଷ୍ଟର ଲଗାଇଛି। ସନ୍ଧ୍ୟା ୭ଟା ହେଲେ ପୋଲିସ ବଜାର ଅଞ୍ଚଳରେ ପାଟ୍ରୋଲିଂ କରି ଦୋକାନୀ, ଗ୍ରାହକଙ୍କୁ ସଚେତନ କରାଉଛି। ଏଭଳି କ୍ଷେତ୍ରରେ ଯାଞ୍ଚକୁ ଆହୁରି ଅଧିକ କଡାକଡି କରାଯିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri