Posted inପୁରୀ

ପିପିଲିରେ ଚାଲିଲା ଅସ୍ଥାୟୀ ହାଟ

ପିପିଲି,୨୮ା୩(ସ୍ବ.ପ୍ର./ ଡି.ଏନ୍‌.ଏ.) ପିପିଲି ହାଟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଏହାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କିନ୍ତୁ ଶୁକ୍ରବାରଠାରୁ ସ୍ଥାନୀୟ ଇନ୍ଦିରା ମୈଦାନ (ପଦାପଡିଆ)ଠାରେ ଅସ୍ଥାୟୀ ଭାବେ ପିପିଲି ସାପ୍ତାହିକ ହାଟ ଖୋଲିଛି। ତେବେ ସପ୍ତାହର ସୋମବାର ଓ ଶୁକ୍ରବାର ଦିନ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ତହସିଲଦାର ସପନ କୁମାର ନନ୍ଦ, ପିପିଲି ଥାନା ଅଧିକରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ସିଦ୍ଧେଶ୍ୱରଦେବ ବ୍ୟବସାୟ ସଂଘର ସଭାପତି ଧିରେନ୍ଦ୍ର ସାମାନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଅସ୍ଥାୟୀ ପିପିଲି ହାଟକୁ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ନିୟମ ମାନି ବ୍ୟବସାୟୀମାନଙ୍କ ସ୍ଥାନର ବ୍ୟବଧାନ ୧୦ଫୁଟ ରଖାଯାଇଥିବାବେଳେ ଗ୍ରାହକମାନେ ଠିଆ ହେବା ସ୍ଥାନକୁ ଧଳା ଗାର ପକାଯାଇ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। ସକାଳୁ ହାଟରେ ଜନସମାଗମ ଅଧିକା ହେବାରୁ ପିପିଲି ପୋଲିସ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଜା ଦୋକାନୀଙ୍କୁ ଉଠାଇନେଲା ପୋଲିସ, ଲୋକେ ବୋହିନେଲେ ଖଜା, ଯିଏ ଯାହା ପାଇଲା…

ପୁରୀ,୨୯ା୫(ଅଜିତ ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଏକ ନିଆରା ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ବିଭିନ୍ନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri