ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି। ଭିଡ଼ିଓକନଫରେନ୍ସିଙ୍ଗ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା।

ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ କିଣାଯିବା ସହିତ ରାଜ୍ୟରେ କିଭଳି ଅଧିକ ସ୍ଥାନରେ କରୋନା ସଂକ୍ରମଣ ପରୀକ୍ଷା ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଆର.ଏମ.ଆର. ସି ଓ ଏମସ୍ ଏବଂ କଟକର ଏସସିବିରେ ଏହି ପରୀକ୍ଷା ହେଉଛି। ଆଗାମୀ ଦିନରେ ବୁର୍ଲାର ଭୀମସାର, ବ୍ରହ୍ମପୁରର ଏମକେସିଜି, ରାଉରକେଲାର ଆରଜିଏଚ ସହିତ ରାୟଗଡ଼ା ଓ କଳାହାଣ୍ଡିରେ ଯେଭଳି ଏହି ପରୀକ୍ଷା ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।

ସେହିଭଳି ବର୍ତ୍ତମାନ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇଥିବାବେଳେ କଟକର ଅଶ୍ବିନୀ ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ହୋଇଛି। ରାଉରକେଲାର ହାଇଟେକ ହସ୍ପିଟାଲ ସହିତ ମିଳିତ ଭାବେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ବୈଠକରେ ସ୍ଥିର ହୋଇଛି। ଏଥି ସହିତ ଆଗାମୀ ଦିନରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି ପିଲାଙ୍କୁ ଘରେ ଖାଦ୍ୟ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ଆଗାମୀ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସ୍ଥିର ହୋଇଛି। ଆଜି ବୈଠକରେ ଏହିସବୁ ନିଷ୍ପତ୍ତି ହୋଇଥିବା ବେଳେ ଆଗାମୀ ଦିନରେ ପୁଣି ବୈଠକ ବସି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri