ପିପି, ଏପିପିଙ୍କ ସହ ଆଲୋଚନା: ଦଣ୍ଡ ହାର ବୃଦ୍ଧି ଉପରେ ଏସ୍‌ପିଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗୁରୁବାର ଜିଲାର ପବ୍ଲିକ୍‌ ପ୍ରୋସିକ୍ୟୁଟର(ପିପି), ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର(ଏପିପି)ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟଠାରେ ଚାଲିଥିବା ଏହି ଆଲୋଚନା ବେଳେ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉତ୍‌ଥାପନ କରାଯାଇଥିଲା । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କିଭଳି ଦଣ୍ଡହାର ବୃଦ୍ଧି ପାଇବ ତଥା ଦୋଷୀ ଦଣ୍ଡ ପାଇବେ ତାହା ଉପରେ ଏସ୍‌ପି ଗୁରୁତ୍ୱାରୋପ କରିଥିଲେ । ଜିଲାର ବିଭିନ୍ନ କୋର୍ଟରେ ସାକ୍ଷୀ ବିଚାର ସମୟରେ ହେଉଥିବା ବିଭିନ୍ନ ସମସ୍ୟା ତଥା ପ୍ରମାଣ ଅଭାବରୁ ଖଲାସ ହେଉଛନ୍ତି ବୋଲି ଗଞ୍ଜାମ ପିପି ତ୍ରିଲୋଚନ ପରିଡ଼ା କହିଥିଲେ। ଏ ସମ୍ପର୍କରେ ସେ ଏସ୍‌ପିଙ୍କୁ ଅବଗତ କରାଇବା ସହ ପୋଲିସର ସହଯୋଗ ଲୋଡିଥିଲେ । ଗତବର୍ଷ ଜିଲାରେ ଥିବା ବିଭିନ୍ନ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଦଣ୍ଡ ବିଧାନ ହେବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିଥିବାରୁ ଏସପି ରଏ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ଏସ୍‌ପିଙ୍କୁ ପୁଷ୍ପଗୁଛ ଦିଆଯାଇ ନୂତନବର୍ଷର ଶୁଭେଛା ଜଣାଯାଇଥିଲା । ପରେ ପିପି ପରିଡାଙ୍କ ନେତୃତ୍ୱରେ ଏହି ଟିମ୍‌ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ୨୦୨୦ ମସିହାରେ ଜିଲାରେ ପୂର୍ବବର୍ଷ ଅପେକ୍ଷା ଆଇନଶୃଙ୍ଖଳା ସ୍ଥିତିରେ କିପରି ସୁଧାର ଘଟିବ ତାହା ଉପରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁଙ୍କୁ ମଧ୍ୟ ଉକ୍ତ ଟିମ୍‌ ଭେଟି ଗଞ୍ଜାମ ପବ୍ଲିକ୍‌ ପ୍ରୋସିକ୍ୟୁଟରଙ୍କ ଅଫିସର ବିଭିନ୍ନ ସମସ୍ୟା ଜଣାଇଥିଲେ । ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ । ଗଞ୍ଜାମ ପିପି ତ୍ରିଲୋଚନ ପରିଡା, ବ୍ରହ୍ମପୁରର ବହୁ ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର ତଥା ଛତ୍ରପୁର ଏସଡିଜେଏମ୍‌ କୋର୍ଟର ଏପିପି ରାଜେଶ କୁମାର ମିଶ୍ର, କୃଷ୍ଣ ଚନ୍ଦ୍ର ବେହେରା, ସୌରୀ ପ୍ରସାଦ ବେହେରା, ସିଭିଲ ଜଜ୍‌ ସିନିୟର ଡିଭିଜନର ଏପିପି ପ୍ରଦୀପ ପାତ୍ର, ସ୍ପେଶାଲ ପିପି ଡମିନାଥ ସାହୁ ଓ ସରକାରୀ ଓକିଲ ସୁରେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିଲା ଜଗନ୍ନାଥଙ୍କ ରଥ, ୨ ଛାତ୍ର ମୃତ, ୭ ଗୁରୁତର

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ଟୋରପା ଥାନା ଅଞ୍ଚଳର କୋଟେଙ୍ଗସେରାର ‘ମାଉସି ବାରି’ ନିକଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ୧୧,୦୦୦ ଭୋଲ୍ଟର ହାଇ-ଟେନସନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇଜଣ…

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri