ପିତାଙ୍କୁ ଅମିତାଭ ପିଟୁଥିବା ଦେଖି ଶୁଟିଂ ସେଟ୍‌ରେ କାନ୍ଦିଥିଲେ ଏହି କୁନି ଝିଅ, ଏବେ ଲୋକପ୍ରିୟ ଅଭିନେତ୍ରୀ

ବିଗ୍‌ ବି ଅମିତାଭ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି କଳାଧଳା ଫଟୋରେ ତାଙ୍କ ସହିତ ଜଣେ ଛୋଟ ଝିଅ ଅଛନ୍ତି। ଫଟୋ ଶେୟାର କରି ଅମିତାଭ ଲେଖିଛନ୍ତି ‘ ଚିହ୍ନନ୍ତୁ କିଏ’। ଏହି ଫଟୋ ୧୯୮୩ ମସିହାର। ଗୋଆରେ ପୁକାର ଫିଲ୍ମର ଶୁଟିଂ ଚାଲିଥିବାବେଳେ ପିତା ରଣଧୀର କପୁରଙ୍କ ସହିତ ସେଟ୍‌କୁ ଆସିଥିଲେ କରୀନା। ସେତେବେଳେ ତାଙ୍କୁ ୩ ବର୍ଷ ହୋଇଥିଲା। ‘ପୁକାର’ ଫିଲ୍ମରେ ଅମିତାଭଙ୍କ ସହିତ ରଣଧୀର କପୁର, ଜୀନତ ଅମାନ ଏବଂ ଟୀନା ମୁନିମ ଥିଲେ।

ଏକ ଫାଇଟ୍‌ ଦୃଶ୍ୟରେ ଅମିତାଭ ରଣଧୀରଙ୍କୁ ପିଟୁଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା କରୀନା ଜୋର୍‌ରେ ପାଟି କରିବାକୁ ଲାଗିଲେ। ପିତାଙ୍କୁ ମାଡ଼ ମରାଯାଉଥିବା ଦୃଶ୍ୟ ଦେଖି କରୀନା ନିଜକୁ ସମ୍ଭାଳି ପାରିଲେନି। ସିଧା ଦୌଡ଼ି ଚାଲିଆସିଲେ ଅମିତାଭଙ୍କ ନିକଟକୁ।

ଶେଷରେ ଅମିତାଭଙ୍କ ଗୋଡ଼ି ଧରିନେଲେ ଆଉ କହିଲେ, ‘ମେରେ ପାପା କୋ ମତ୍‌ ମାରୋ’। ଫଳରେ ଶୁଟିଂକୁ ବନ୍ଦ କରି ଦିଆଗଲା। ପରେ ଅମିତାଭ କରୀନାଙ୍କୁ କୋଳକୁ ନେଇଯାଇଥିଲେ। ତାଙ୍କୁ ବୁଝାଇଲେ ଏସବୁ ଫିଲ୍ମରେ ହୁଏ। ପ୍ରକୃତରେ ମଁୁ ତୁମ ପିତାଙ୍କୁ ମାରୁ ନ ଥିଲି। ବହୁତ ବୁଝାଇବା ପରେ ଶେଷରେ କରୀନା ବୁଝିଗଲେ। ପରେ ପୁଣି ଶୁଟିଂ ଚାଲିଲା। ଯେତେବେଳେ ଫିଲ୍ମଟି ରିଲିଜ ହେଲା ଏହା ସୁପରହିଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲ୍‌ଙ୍କ ପରଲୋକ

ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍‌ର ଅଲଟାଇମ୍‌ ସୁପରହିଟ ଫିଲ୍ମ ‘ଜୁରାସିକ୍‌ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ବର୍ଷ ବୟସରେ…

ଖୁସି ଖବର ଦେଲେ ଗୋବିନ୍ଦା: ୭ ବର୍ଷ ପରେ…

‘ହିରୋ ନମ୍ବର ୧’ ଗୋବିନ୍ଦା ପୁଣି ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ସେ ‘ରୂପା’ ଚଳଚ୍ଚିତ୍ରରେ ନଜର ଆସିବେ। ଗୋବିନ୍ଦା ନିଜେ ଏହି ପ୍ରୋଜେକ୍ଟ ଘୋଷଣା…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri