ପିତାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେନି ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ୬୭ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ କ୍ୟାନସରରେ ପୀଡିତ ଥିବା ରିଷି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁକୁ ସହଜରେ ବଲିଉଡ୍‌ ତଥା କପୁର ପରିବାର ଗ୍ରହଣ କରିପାରୁନାହିଁ। ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ସବୁଥିଲା ଠିକ୍‌ଠାକ୍‌। ହେଲେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ଗୁରୁବାର ଏପ୍ରିଲ ୩୦ ତାରିଖରେ ରିଷି ହସ୍ପିଟାଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପାଇବା ପରେ ଦିଲ୍ଲୀରେ ରହୁଥିବା ଝିଅ ରିଦ୍ଧିମା ପିତାଙ୍କ ଶେଷ ଦର୍ଶନ ପାଇଁ ସରକାରଙ୍କ ଅନୁମତି ମାଗିଥିଲେ। କାରଣ ଏବେ କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଯାତାୟାତ ବନ୍ଦ ରହିଛି। ଅନ୍ୟପଟେ ଆଲୋଚନା ହେଉଛି କି ରିଷିଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେ ନାହିଁ ପୁଅ ରଣବୀର। ଏକଦା ଏକ ସାକ୍ଷାତ୍‌କାରରେ ରିଷି କହିଥିଲେ ମୃତ୍ୟୁ ପୂର୍ବରୁ ସେ ରଣବୀଙ୍କ ବିବାହ ଦେଖିବାକୁ ଚାହାଁନ୍ତି। ହେଲେ ଏହି ଆଶା ତାଙ୍କର ଆଶାରେ ହିଁ ରହିଗଲା। ରଣବୀର ବିବାହ ନ କରିଥିବାରୁ ସେ ତାଙ୍କ ପିତାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେ ନାହିଁ ବୋଲି କୁହାଯାଉଛି। କିଛିଦିନ ହେବ ଯଦିଓ ରଣବୀର ଓ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ଆଲୋଚନା ହେଉଥିଲା ରିଷି କିନ୍ତୁ ଚାହୁଁଥିଲେ ରଣବୀର ତାଙ୍କ ପସନ୍ଦର ଝିଅକୁ ବିବାହ କରନ୍ତୁ ଏଥିରେ ସେ ଖୁସି ହେବେ। ଏକ ସାକ୍ଷତ୍‌କାରରେ ରିଷି କହିଥିଲେ ମୁଁ ୨୭ ବର୍ଷ ବୟସରେ ବିବାହ କରିଥିଲି ଆଉ ରଣବୀରଙ୍କୁ ୩୫ ବର୍ଷ ହେଲାଣି। ତେଣୁ ମୁଁ ମୃତ୍ୟୁ ପୂର୍ବରୁ ନାତି ନାତୁଣୀଙ୍କ ସହ କିଛି ସମୟ କାଟିବାକୁ ଇଚ୍ଛା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri