ପିଇବା ପାଣି, ଶୌଚ ପାଇଁ ଟ୍ରାଫିକ କର୍ମଚାରୀ ହଟହଟା

ଭୁବନେଶ୍ୱର, ୩ା୩(ବ୍ୟୁରୋ): କମିଶନରେଟ ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଇଁ ରହିଛି ସବୁକିଛି ବ୍ୟବସ୍ଥା। ହେଲେ କ୍ଷେତ୍ର ସ୍ଥଳରେ କାର୍ଯ୍ୟ କରୁଥିବା ତଳିଆ କର୍ମଚାରୀ ବର୍ଷ ତମାମ ଭୋଗୁଛନ୍ତି ନାନା ହୀନସ୍ତା। ବିଶେଷକରି ସବୁଠୁ ବଳିଯାଇଛି ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଦୁର୍ଦ୍ଦଶା। ଖରା, ବର୍ଷା, ଶୀତରେ ଲୋକଙ୍କ ସୁରକ୍ଷିତ ତଥା ସହଜ ଯାତାୟାତ ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ କାର୍ଯ୍ୟ କରୁଥିବା ଏହି କର୍ମଚାରୀ କିନ୍ତୁ ପିଇବା ପାଣି ଓ ଶୌଚ ଲାଗି ପ୍ରତିଦିନ ହେଉଛନ୍ତି ହଟହଟା। ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ହେଲା ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ କମିଶନରେଟ ପୋଲିସ ପୂରାପୁରି ବେଖାତିର କରିଚାଲିଛି। ମୋବାଇଲ୍‌ ଟଏଲେଟ୍‌ ଓ ପାନୀୟ ଜଳ ବ୍ୟବସ୍ଥା କରିଥିଲେ ମଧ୍ୟ ମାତ୍ର କେଇଟା ଦିନରେ ତାହା ଅଚଳ ହୋଇ ପଡ଼ିଛି। ଫଳରେ ଟ୍ରାଫିକ କର୍ମଚାରୀମାନେ ପୁଣି ପୂର୍ବଭଳି ପିଇବା ପାଣି ଓ ଶୌଚ ପାଇଁ ଆଖପାଖ ଘର କିମ୍ବା ଦୋକାନକୁ ଦୌଡ଼ୁଛନ୍ତି। କାର୍ଯ୍ୟସ୍ଥଳ ଛାଡ଼ି ଯିବା ସମ୍ଭବ ନ ହେବାରୁ ବେଳେ ବେଳେ ଚାପି ରଖିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, ଟ୍ରାଫିକ କର୍ମଚାରୀଙ୍କ ପିଇବା ପାଣି, ଶୌଚ ଆଦି କେତେକ ସମସ୍ୟାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ। କମିଶନଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୮ ମୋବାଇଲ୍‌ ଟଏଲେଟ୍‌ ସହ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ନଭେମ୍ବର ୭ରେ ଖୋଦ୍‌ ଟ୍ରାଫିକ ଡିସିପି ସାଗରିକା ନାଥ ଆଚାର୍ଯ୍ୟ ବିହାର ଛକରେ ଏହାର ଉଦ୍‌ଘାଟନ କରିଥିଲେ। ଏଥିସହ ଜୟଦେବବିହାର ଛକ, ସିଟି ଓମେନ୍ସ କଲେଜ ଛକ, କଳ୍ପନା ଛକ, ଏୟାରପୋର୍ଟ ଛକ, ନାଲ୍‌କୋ ଛକ, ରସୁଲଗଡ ଛକ ଆଦି ସ୍ଥାନରେ ମୋବାଇଲ୍‌ ଟଏଲେଟ୍‌ ରଖାଯାଇ ସେବା ଯୋଗାଇବା ଆରମ୍ଭ କରିଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଗୋଟିକ ପରେ ଗୋଟିଏ ଅଚଳ ହୋଇପଡିଲା। ଏବେ ମୋବାଇଲ୍‌ ଟଏଲେଟ୍‌ ବ୍ୟବସ୍ଥାର ସ୍ଥିତି ପରଖିବାକୁ ଆମ ପ୍ରତିନିଧି କ୍ଷେତ୍ର ଅନୁଧ୍ୟାନ କରିଥିଲେ। ସମସ୍ତ ଟଏଲେଟ୍‌ ଆବର୍ଜନାପୂର୍ଣ୍ଣ ଭାବେ ଅବ୍ୟବହୃତ ହୋଇପଡିଛି। କେଉଁଠି ତାଲା ପଡିଛି ତ, ଆଉ କେଉଁଠି ପାଣି ଟ୍ୟାପ୍‌ଠାରୁ ଆରମ୍ଭ କରି ପାଇପ୍‌, କାଚ ଆଦି ଭାଙ୍ଗିରୁଜି ଯାଇଛି। ଅଧିକାଂଶ ଟଏଲେଟ୍‌ରେ ରହିଥିବା ପାଣି ପଚିଗନ୍ଧ ଛାଡୁଛି।
ଏନେଇ ଆଚାର୍ଯ୍ୟ ବିହାର ଓ ବିମାନବନ୍ଦର ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ ପଚାରିବାରୁ ସେମାନେ ନାମ ଗୋପନ ରଖି କହିଛନ୍ତି, ଏହା ରହିବା ଦିନଠାରୁ କୌଣସି ଟ୍ରାଫିକ କର୍ମଚାରୀ ଶୌଚ ଯାଉନାହାନ୍ତି। ନା ସେଠାରେ ପାଣି ରହୁଛି ଅବା ଫିନାଇଲ। ଅଧିକାଂଶ ସମୟରେ ତାଲା ପଡ଼ିଥିବାବେଳେ ଚାବି କାହା ପାଖରେ ରହୁଛି ତାହା ଆମେ ଜାଣି ପାରୁନୁ। ଆମେ ଏଠିସେଠି ଚଳାଇ ନେଉଛୁ, କିନ୍ତୁ ମହିଳା କର୍ମଚାରୀ ଭାରି ହଇରାଣ ହେଉଛନ୍ତି। କେବଳ ଶୌଚ ସମସ୍ୟା ନୁହେଁ, ଟାଣ ଖରାରେ କାର୍ଯ୍ୟ କରିବାକୁ ପଡୁଛି। ଅଧିକାଂଶ ସମୟରେ ଶୋଷରେ ରହୁଛୁ। ପ୍ରତି ଛକକୁ ବୁଲି ବୁଲି ପିଇବା ପାଣି ଦେବାକୁ ଏକ ଗାଡି ରହିଥିଲେ ମଧ୍ୟ କିଛିଦିନ ପରେ ତାହା ଆଉ ଆସୁନି। ଆମ ଭଳି ଅନ୍ୟମାନେ ବାଧ୍ୟ ହୋଇ ଘରୁ ପାଣି ଆଣି ଆସୁଛୁ। ଖରା ଯୋଗୁ ତାହା ଗରମ ହୋଇ ଗନ୍ଧ ହେଉଥିଲେ ମଧ୍ୟ ଢୋକେ ପିଇ କାମ ଚଳାଇବାକୁ ପଡୁଛି। ବେଳେବେଳେ ଅନ୍ୟ କାହାକୁ କହି ପାଣି ମଗାଇ ପିଉଛୁ।
ଏ ନେଇ ମାନବିକ ଅଧିକାର କର୍ମୀ କାନୁନଗୋ କହିଛନ୍ତି, ପୋଲିସ ଯେତେବେଳେ ନିଜ କର୍ମଚାରୀଙ୍କ ସମସ୍ୟା ବୁଝୁନାହିଁ, ଜରୁରୀ ଆବଶ୍ୟକକୁ ପୂରଣ କରିପାରୁନି, କିପରି ଲକ୍ଷ ଲକ୍ଷ ଲୋକଙ୍କ କଥା ଭଲ ଭାବେ ବୁଝିବ। ଏପରି କି ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶକୁ ପୋଲିସ ଫୁର୍‌ କରିଦେବା ଘଟଣା ନିଶ୍ଚିତ ଅତି ସମ୍ବେଦନଶୀଳ। ଟ୍ରାଫିକି ଏସିପି ସ୍ବସ୍ତିକ୍‌ ପଣ୍ଡା କହିଛନ୍ତି, କର୍ମଚାରୀଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ବିଭିନ୍ନ ଛକରେ ୮ ମୋବାଇଲ୍‌ ଟଏଲେଟ ରଖାଯାଇଛି। ଏହାର ରକ୍ଷଣବେକ୍ଷଣା କରାଯାଉ ନ ଥିବାରୁ ଏଭଳି ଅବସ୍ଥା ହୋଇଛି। ଏହାକୁ ଖୁବ୍‌ ଶୀଘ୍ର ଠିକ୍‌ କରାଯିବ ବୋଲି ସେ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?