Posted inଜାତୀୟ

ପାର୍ଲାମେଣ୍ଟରେ ଶାସକ- ବିରୋଧୀ ଧସ୍ତାଧସ୍ତି

ନୂଆଦିଲ୍ଲୀ,୩ା୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ଦଙ୍ଗାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକ ସଭାରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଇସ୍ତଫା ଦାବି କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟ ଆରମ୍ଭ କରିବା ପରେ କଳା ବ୍ୟାନର ଧରି ସେମାନେ ଟ୍ରେଜେରି ବେଞ୍ଚ୍‌ ଆଡ଼କୁ ଯାଇଥିଲେ। ପଛ ବେଞ୍ଚ୍‌ରେ ବସିଥିବା ଭାଜପା ସଦସ୍ୟମାନେ କଂଗ୍ରେସର ଏଭଳି ଆଚରଣକୁ ବିରୋଧ କରିଥିଲେ। ଏହା ପରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ପ୍ରଥମେ ହଟ୍ଟଗୋଳ ଓ ପରେ ଠେଲାପେଲା ହୋଇଥିଲା। କିଛି ସମୟ ଗୃହ ରଣାଙ୍ଗନରେ ପରିଣତ ହୋଇଯାଇଥିଲା। କାର୍ଯ୍ୟରେ ବାଧା ଉପୁଜିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୩ଟା ଓ ପରେ ଦିନକ ଲାଗି ମୁଲତବୀ ରଖିଥିଲେ। ଏମ୍‌ପିଙ୍କ ଗୃହରେ ଏଭଳି ଆଚରଣ ମୋତେ କଷ୍ଟ ଦେଇଛି ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି।
ସଭାରେ ଭାଜପାର ମୁଖ୍ୟ ସଚେତକ ସଞ୍ଜୟ ଜୟଶ୍ୱାଲ୍‌ ଗୃହରେ କହୁଥିବା ବେଳେ କଂଗ୍ରେସ ଏମ୍‌ପିମାନେ ଜୋର୍‌ରେ ପାଟିକରି ତାଙ୍କ ମୁହଁ ସାମ୍ନାରେ ପ୍ଲାକାର୍ଡ ଧରି ବାଧା ଦେଇଥିଲେ। ଭାଜପା ଏମ୍‌ପିମାନେ ଏହାର ପ୍ରତିବାଦ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଭାଜପା ଓ କଂଗ୍ରେସ ଏମ୍‌ପିମାନେ ଧକ୍କା ମରାମରି ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। କଂଗ୍ରେସର ଦଳିତ ଏମ୍‌ପି ରାମ୍ୟା ହରିଦାସ ଭାଜପା ଏମ୍‌ପିମାନେ ଗୃହରେ ଅପମାନିତ କରିଥିବା ନେଇ ବାଚସ୍ପତି ବିର୍ଲାଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାଜସ୍ଥାନର ଭାଜପା ଏମ୍‌ପି ଜସ୍‌କୌର ମୀନା ତାଙ୍କୁ ଶାରୀରିକ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି। ମୀନା ମଧ୍ୟ ଏମ୍‌ପି ହରିଦାସଙ୍କ ବିରୋଧରେ ପାଲ୍‌ଟା ଅଭିଯୋଗ ଆଣିଛନ୍ତି। ଭାଜପାର କେତେକ ମହିଳା ଏମ୍‌ପି ବାଚସ୍ପତିଙ୍କୁ ଭେଟି ଏମ୍‌ପି ମୀନା ଓ ଚିକ୍କମାଗଲୁରୁ ଏମ୍‌ପି ଶୋଭା କରାଣ୍ଡ୍‌ଲାଜେଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି।
ସଭାରେ ମଧ୍ୟ ଦିଲ୍ଲୀ ହିଂସାକାଣ୍ଡକୁ ନେଇ ହଟ୍ଟଗୋଳ ହେବାରୁ ଗୃହକୁ ଦିନକ ଲାଗି ମୁଲତବୀ ଘୋଷଣା କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଏଏପି, ଟିଏମ୍‌ସି, ଏସ୍‌ପି, ବିଏସ୍‌ପି, ଡିଏମ୍‌କେ ଓ ବାମଦଳର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ବାଜି କରିଥିଲେ। ସରକାର ଶୋଇରହି ନିଜ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବା ଏମାନେ ଅଭିଯୋଗ କରିଥିଲେ। ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ସେମାନଙ୍କୁ ନିଜ ସ୍ଥାନକୁ ଯିବା ଲାଗି ଅନୁରୋଧ କରିଥିବା ବେଳେ କେହି ଶୁଣି ନ ଥିଲେ। ଆଖିରେ କଳା ପଟି ବାନ୍ଧି କେତେକ ବିକ୍ଷୋଭ କରିଥିଲେ। ହଟ୍ଟଗୋଳ ଯୋଗୁ ଶେଷରେ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri