ପାରିବେଶିକ ଅସନ୍ତୁଳନ

ସବ୍ୟସାଚୀ ଅମିତାଭ
ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ। ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ପ୍ରକୃତି ବିଗିଡ଼ିବାରେ ଲାଗିଲାଣି, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେକାର ଫନୀ ମହାବାତ୍ୟା ହେଉ ଅବା ୧୯୯୯ ସୁପର ସାଇକ୍ଲୋନ୍‌ କିମ୍ବା ଅତୀତର ସୁନାମି ବା ନେପାଳ ଭୂମିକମ୍ପ- ପାରିବେଶିକ ଅସନ୍ତୁଳନଜନିତ ଭୟାବହତାର ଏସବୁ ଜ୍ୱଳନ୍ତ ଉଦାହରଣ। ଆଗାମୀ ଦିନରେ ପ୍ରକୃତିର ଏହି କ୍ରୂରତା କିଭଳି ଆକାର ଧାରଣ କରିବ, ତାହା ଆମ କଳ୍ପନାର ବାହାରେ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ବଢ଼ି ବଢ଼ି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢ଼ିବା ସହ ବୃଷ୍ଟିପାତ କମୁଛି। ଏହାଫଳରେ ଉପତ୍ାଦନ ବ୍ୟାହତ ହେବା ସହ ପରିବେଶ ନଷ୍ଟ ହେଉଛି।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ କାରଣରୁ କେଉଁଠି ମରୁଭୂମିରେ ପତ୍ର କଅଁଳିଲାଣି ତ ଆଉ କେଉଁଠି ସବୁଜ ଅଞ୍ଚଳ ଲଣ୍ଡା ହୋଇଗଲାଣି। ନେଚର କ୍ଲାଇମେଟ୍‌ ଚେଞ୍ଜ୍‌ ପତ୍ରିକାର ତଥ୍ୟ ଅନୁସାରେ, ଉତ୍ତର-ପଶ୍ଚିମ ୟୁରେସୀୟ ତୁନ୍ଦ୍ରା ଅଞ୍ଚଳ (ଫିନ୍‌ଲାଣ୍ଡରୁ ପଶ୍ଚିମ ସାଇବେରିଆ ମଧ୍ୟରେ ପରିବ୍ୟାପ୍ତ)ରେ ଏବେ ବୁଦା ବୁଦା ଗଛ ଉଠିଲାଣି। ଜଳବାୟୁରେ ଏପରି ବିଷମତା ଦେଖାଯାଉଥିବାରୁ ଆମ ପାରିପାର୍ଶ୍ୱିକ ଅବସ୍ଥା କଦର୍ଯ୍ୟ ହେବାରେ ଲାଗିଛି। ଏହି କାରଣରୁ ଋତୁଚକ୍ରରେ ପରିବର୍ତ୍ତନ ଦେଖାଯାଉଛି। ୬ ଋତୁ ଆଜି ଆମ ପାଇଁ ସାତ ସପନ। ପୌଷ ଓ ମାଘର ହାଡ଼ଭଙ୍ଗା ଶୀତ କେବଳ ପିଲାଙ୍କ ବହିରେ ରହିଛି। ଶୀତଦିନେ ଗରମ ପୋଷାକ ଆଗଭଳି ଦରକାର ପଡୁନି। ଫାଲ୍‌ଗୁନ-ଚୈତ୍ରରେ ଆଉ କୋଇଲିର କୁହୁତାନ ବି ଶୁଭୁନି। ହେମନ୍ତ, ଶରତ ଋତୁ ବି ହଜିଗଲାଣି। କେବଳ ବଢ଼ିଚାଲିଛି ଗ୍ରୀଷ୍ମଋତୁର ଅବଧି। ବୈଶାଖ-ଜ୍ୟେଷ୍ଠ କଥା ଛାଡ଼ନ୍ତୁ, ବର୍ଷର ଅଧିକାଂଶ ସମୟରେ ଏବେ ମୁଣ୍ଡଫଟା ଖରା। ଆକାଶରୁ ଅଗ୍ନି ବର୍ଷୁଛି। ଆଷାଢ଼ ମାସରେ ଆସୁଥିବା ମୌସୁମୀ ବି ନିଖୋଜ ହୋଇସାରିଲାଣି। ଧାରା ଶ୍ରାବଣ କହିଲେ ଗୋଟିଏ ପୁରୁଣା ଓଡ଼ିଆ ସିନେମାକୁ ବୁଝୁଛନ୍ତି ଆଜିର ପିଲାମାନେ।
ବର୍ଷ ବର୍ଷ ଧରି ପ୍ରକୃତି ଉପରେ ଚାଲିଛି ଅତ୍ୟାଚାର। ଜନବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡ଼କ କୋଠାବାଡ଼ି ନିର୍ମାଣ ପାଇଁ ବେଧଡ଼କ ଭାବେ ଚାଲିଛି ଗଛକଟା। ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ପରିମାଣ ବଢ଼ିବାରେ ଲାଗିଛି। କଳକାରଖାନାରୁ ବାହାରୁଥିବା ଗ୍ୟାସ୍‌ ଓ ଅନ୍ୟ ରାସାୟନିକ ପ୍ରକ୍ରିୟା ଏବଂ ପ୍ରତିକ୍ରିୟାରୁ ପ୍ରଦୂଷିତ ହେବାରେ ଲାଗିଛି ବାୟୁ, ଜଳ ଓ ମୃତ୍ତିକା। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍‌ ରହିଛି- ‘ବିଟ୍‌ ଏୟାର ପଲ୍ୟୁଶନ’। ପୃଥିବୀର ତାପମାତ୍ରା ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ହେଲା ବାୟୁ ପ୍ରଦୂଷଣ। ସ୍ଥିତି ଏପରି ଜାରି ରହିଲେ, ସେଦିନ ଆଉ ଡେରି ନାହିଁ ମେରୁ ନିକଟରେ ଜମାହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ତରଳିଯିବ। ଏହାଦ୍ୱାରା ସମୁଦ୍ର ପତ୍ତନ ଆଉ ୧୫ରୁ ୨୦ ଫୁଟ ବଢ଼ିଯିବ। ୧୫ରୁ ୨୦ ଫୁଟ କଥା ଛାଡ଼ନ୍ତୁ, ମାତ୍ର ୪-୫ ଫୁଟ୍‌ ସମୁଦ୍ର ପତ୍ତନ ବଢ଼ିଲେ ସାରା ବିଶ୍ୱ ଜଳରେ ଲୀନ ହୋଇଯିବ।
ଆମ ରାଜ୍ୟରେ ପ୍ରଚଣ୍ଡ ଗରମ ଓ ଅଗ୍ନିବର୍ଷା ମଧ୍ୟ ପରିବେଶଗତ ବିଷମତାରୁ ଜନ୍ମ ନେଇଛି। ଉପକୂଳରେ ଯେଉଁ ହେନ୍ତାଳ ବଣ ଥିଲା, ତାହା ଏବେ ଲୋପ ପାଇସାରିଛି। ପରିବେଶ ସୁରକ୍ଷା ପାଇଁ ଆମର ପ୍ରଚେଷ୍ଟା ଅତୀତ ଦିନମାନଙ୍କରେ ସନ୍ତୋଷଜନକ ରହିନି। ଏବେ କିନ୍ତୁ ପରିବେଶ ପାଇଁ ଚିନ୍ତା କରିବାର ସମୟ ଆସିଗଲାଣି। ସୁସ୍ଥ ପରିବେଶ ରହିଲେ ଆମେ ରହିବା, ଏହା ବୁଝିବାକୁ ପଡ଼ିବ। ବନୀକରଣ, ବ୍ୟାପକ ବୃକ୍ଷ ରୋପଣ, ସାମୁଦ୍ରିକ ଉପକୂଳରେ ଲୁଣା ଜଙ୍ଗଲ ସୃଷ୍ଟି ଓ ପରିବେଶଗତ ପରିଚାଳନାକୁ ଗୁରୁତ୍ୱ ଦେବାକୁ ହେବ।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri