ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା ଚାଲିଛି। ଅପରପକ୍ଷେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜୀବିକା ମିଶନ କାର୍ଯ୍ୟକ୍ରମ ଚାଲିଛି। ସ୍ବଚ୍ଛଭାରତ ମିଶନ ଓ ଜୀବିକା ମିଶନକୁ ଏକତ୍ର କରି ପାରାଦୀପ ପୌରପାଳିକା ଜୈବିକ ଖତର ପ୍ରୟୋଗଶାଳା କରିଛି। ଏହି ପ୍ରୟୋଗଶାଳା ଏବେ ୧୬ଜଣ ମହିଳାଙ୍କୁ ସଶକ୍ତ କରିଛି। ଅର୍ଥାତ୍‌ ଯେଉଁ ଆବର୍ଜନା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜୁଥିଲା ତାହା ଏବେ ରୋଜଗାରର ମାଧ୍ୟମ ସାଜିଛି। ଏହା ରାଜ୍ୟର ପ୍ରଥମ ପୌରପାଳିକା ଭାବେ ସଫଳ ହୋଇଥିବାରୁ ଅନ୍ୟ ପୌରପାଳିକାର ଅଧିକାରୀମାନେ ଆସି ଦେଖୁଛନ୍ତି। ଫଳରେ ଏହା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି। ଏହିକ୍ରମରେ ଶୁକ୍ରବାର ଜଗତ୍‌ସିଂହପୁର ପୌରପାଳିକାର ୩ଜଣିଆ ପ୍ରତିନିଧି ଦଳ ଆସି ଜୈବିକ ଖତ ତିଆରି ପ୍ରଣାଳୀ ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ପୌରାଞ୍ଚଳରୁ ଦୈନିକ ୫୨ ଟନ୍‌ ଆବର୍ଜନା ବାହାରୁଛି। ସେହି ଆବର୍ଜନାକୁ ପ୍ରକ୍ରିୟାକରଣ କରିବା ପାଇଁ ୨୦୦୮/୦୯ରେ ପ୍ରଥମକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରିବାକୁ ସରକାର ଘୋଷଣା କରିଥିଲେ। ବିଶ୍ୱବ୍ୟାଙ୍କର ୪୩.୭୦ କୋଟି ଟଙ୍କାରେ ଉକ୍ତ ପ୍ରକଳ୍ପ ସ୍ଥାନ ପାଇଁ ୫ ବର୍ଷ ଚାଲିଗଲା। ଶେଷରେ ପାରାଦୀପ ଉପକଣ୍ଠ ରଙ୍ଗିଆଗଡ଼ର ଚାନ୍ଦିନୀଠାରେ ୫୦ ଏକର ଜାଗାରେ ଏହା ନିର୍ମାଣ କରାଗଲା। କିନ୍ତୁ ଏହାକୁ ପରିଚାଳନା କରିବା ପାଇଁ ଏକାଧିକ ଥର ଟେଣ୍ଡର ଡକାଯାଇଥିଲେ ହେଁ କୌଣସି ଭେଣ୍ଡର ଭାଗ ନେଲେ ନାହିଁ। ସେହି ପ୍ରକଳ୍ପକୁ ସେମିତି ଅଧୁରା ରଖି ୪ଟି ସ୍ଥାନରେ ଛୋଟ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଗଲା ଏବଂ ପ୍ରତି କଲୋନୀ ବସ୍ତିରେ ଖତଗଦା କରାଗଲା। ସହରାଞ୍ଚଳରୁ ଉଦ୍‌ବୃତ୍ତ ଆବର୍ଜନାକୁ ସେହି ଖତଗଦାରେ ଅଲଗା କରାଯାଉଛି। ଯଥା ପଲିଥିନ୍‌, ପ୍ଲାଷ୍ଟିକ୍‌, ଲୁହାଟିଣ, ପୁରୁଣା ଚପଲ, କାଠ ଆଦି ଶୁଖିଲା ଆବର୍ଜନାକୁ ସ୍ବଚ୍ଛସାଥି ମାଧ୍ୟମରେ ପ୍ରତିଦିନ କବାଡ଼ିଆଙ୍କୁ ବିକ୍ରି କରାଯାଉଛି। ବାସିଖାଦ୍ୟ ଓ ଅନ୍ୟ ଓଦା ଅଳିଆକୁ ବର୍ଜ୍ୟବସ୍ତୁ ପ୍ରକଳ୍ପରେ ଜୈବିକ ଖତ କରାଯାଉଛି। ସେହି ଆବର୍ଜନା ଜୈବିକ ଖତକୁ ୧ କିଲୋ ପ୍ୟାକେଟ କରି ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ପାରାଦୀପର କଳିଙ୍ଗ ବାଲିଯାତ୍ରା ଓ କଟକ ବାଲିଯାତ୍ରାରେ ବିକ୍ରି କାଯାଇଥିଲା। ଉକ୍ତ ଖତ କିଲୋ ପ୍ରତି ୬ ଟଙ୍କା ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାହା ୨୦ ଟଙ୍କାରେ ବିକ୍ରି ହୋଇଥିଲା ବୋଲି ପୌରନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି କହିଛନ୍ତି।
ଏବେ ୧୬ଜଣ ମହିଳା ସେହି ଜୈବିକ ଖତ ତିଆରି କରୁଛନ୍ତି। ସେମାନଙ୍କ ଖତ ବିକ୍ରି ଲବ୍ଧ ଅର୍ଥ ମାସିକ ୮ରୁ ୯ ହଜାର ଟଙ୍କା ହେଉଛି ବୋଲି କହିଛନ୍ତି। ଖତ ଶୁଖାଯାଇ ପ୍ୟାକେଟରେ ଭର୍ତ୍ତି କରିବା ପରେ ତାହା ଚା ପତି ଭଳି ଦେଖାଯାଉଛି। ଏବେ ୪ଟି ଯାକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ କେବଳ ମହିଳା କାମ କରିବେ। ଏହାଦ୍ୱାରା ଦୁଇଟିଯାକ ମିଶନ ସମାନ୍ତରାଳ ଭାବେ କାମ କରିବ ଏବଂ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କୁହାଯାଉଛି। ଏଥିପାଇଁ ପୌର କର୍ତ୍ତୃପକ୍ଷ ସହରାଞ୍ଚଳରେ ଥିବା ୧୭୪୧୧ ବସ୍ତିବାସିନ୍ଦା ଓ ୫୩୫୦ କ୍ୱାର୍ଟର ବାସିନ୍ଦାଙ୍କୁ ଦୁଇଟି ଲେଖାଏଁ ରଙ୍ଗିନ୍‌ ଆବର୍ଜନା ବାଲ୍‌ଟି ପ୍ରଦାନ କରିଛି। ଗୃହବାସିନ୍ଦା ଓଦା ଓ ଶୁଖିଲା ବର୍ଜ୍ୟକୁ ଅଲଗା ଭାବେ ରଖୁଛନ୍ତି। ତାକୁ ପ୍ରତିଦିନ ସକାଳେ ପୌର କର୍ମଚାରୀ ସଂଗ୍ରହ କରି ଅଣୁଖଦ ଗଦାରେ ରଖୁଛନ୍ତି। ସେହିଠାରେ ଶୁଖିଲାକୁ ବିକ୍ରି କରାଯାଉଛି। ଓଦାକୁ ଖତ ପାଇଁ ନିଆଯାଉଛି। ଶୁଖିଲା ବର୍ଜ୍ୟବିକ୍ରି ଅର୍ଥ ଗତ ମାସକ ମଧ୍ୟରେ ୧ ଲକ୍ଷ ଟଙ୍କାରୁ ଅଧିକ ହେଲାଣି। ଏହି ପ୍ରକ୍ରିୟାରେ ୩୭ଜଣ ସ୍ବଚ୍ଛ ସାଥି ଓ ସୁପର ଭାଇଜରଙ୍କ ସମେତ ୧୬ଜଣ ମହିଳା ରୋଜଗାର ପନ୍ଥା ତିଆରି କରି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ପାଇଁ ଗଛଟିଏ: ଚାରାରୋପଣ ପାଇଁ ଆଗ୍ରହ ଦେଖାଦେଉଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୭୭ତମ ବନ ମହୋତ୍ସବ ତଥା ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri