ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା ଚାଲିଛି। ଅପରପକ୍ଷେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜୀବିକା ମିଶନ କାର୍ଯ୍ୟକ୍ରମ ଚାଲିଛି। ସ୍ବଚ୍ଛଭାରତ ମିଶନ ଓ ଜୀବିକା ମିଶନକୁ ଏକତ୍ର କରି ପାରାଦୀପ ପୌରପାଳିକା ଜୈବିକ ଖତର ପ୍ରୟୋଗଶାଳା କରିଛି। ଏହି ପ୍ରୟୋଗଶାଳା ଏବେ ୧୬ଜଣ ମହିଳାଙ୍କୁ ସଶକ୍ତ କରିଛି। ଅର୍ଥାତ୍‌ ଯେଉଁ ଆବର୍ଜନା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜୁଥିଲା ତାହା ଏବେ ରୋଜଗାରର ମାଧ୍ୟମ ସାଜିଛି। ଏହା ରାଜ୍ୟର ପ୍ରଥମ ପୌରପାଳିକା ଭାବେ ସଫଳ ହୋଇଥିବାରୁ ଅନ୍ୟ ପୌରପାଳିକାର ଅଧିକାରୀମାନେ ଆସି ଦେଖୁଛନ୍ତି। ଫଳରେ ଏହା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି। ଏହିକ୍ରମରେ ଶୁକ୍ରବାର ଜଗତ୍‌ସିଂହପୁର ପୌରପାଳିକାର ୩ଜଣିଆ ପ୍ରତିନିଧି ଦଳ ଆସି ଜୈବିକ ଖତ ତିଆରି ପ୍ରଣାଳୀ ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ପୌରାଞ୍ଚଳରୁ ଦୈନିକ ୫୨ ଟନ୍‌ ଆବର୍ଜନା ବାହାରୁଛି। ସେହି ଆବର୍ଜନାକୁ ପ୍ରକ୍ରିୟାକରଣ କରିବା ପାଇଁ ୨୦୦୮/୦୯ରେ ପ୍ରଥମକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରିବାକୁ ସରକାର ଘୋଷଣା କରିଥିଲେ। ବିଶ୍ୱବ୍ୟାଙ୍କର ୪୩.୭୦ କୋଟି ଟଙ୍କାରେ ଉକ୍ତ ପ୍ରକଳ୍ପ ସ୍ଥାନ ପାଇଁ ୫ ବର୍ଷ ଚାଲିଗଲା। ଶେଷରେ ପାରାଦୀପ ଉପକଣ୍ଠ ରଙ୍ଗିଆଗଡ଼ର ଚାନ୍ଦିନୀଠାରେ ୫୦ ଏକର ଜାଗାରେ ଏହା ନିର୍ମାଣ କରାଗଲା। କିନ୍ତୁ ଏହାକୁ ପରିଚାଳନା କରିବା ପାଇଁ ଏକାଧିକ ଥର ଟେଣ୍ଡର ଡକାଯାଇଥିଲେ ହେଁ କୌଣସି ଭେଣ୍ଡର ଭାଗ ନେଲେ ନାହିଁ। ସେହି ପ୍ରକଳ୍ପକୁ ସେମିତି ଅଧୁରା ରଖି ୪ଟି ସ୍ଥାନରେ ଛୋଟ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଗଲା ଏବଂ ପ୍ରତି କଲୋନୀ ବସ୍ତିରେ ଖତଗଦା କରାଗଲା। ସହରାଞ୍ଚଳରୁ ଉଦ୍‌ବୃତ୍ତ ଆବର୍ଜନାକୁ ସେହି ଖତଗଦାରେ ଅଲଗା କରାଯାଉଛି। ଯଥା ପଲିଥିନ୍‌, ପ୍ଲାଷ୍ଟିକ୍‌, ଲୁହାଟିଣ, ପୁରୁଣା ଚପଲ, କାଠ ଆଦି ଶୁଖିଲା ଆବର୍ଜନାକୁ ସ୍ବଚ୍ଛସାଥି ମାଧ୍ୟମରେ ପ୍ରତିଦିନ କବାଡ଼ିଆଙ୍କୁ ବିକ୍ରି କରାଯାଉଛି। ବାସିଖାଦ୍ୟ ଓ ଅନ୍ୟ ଓଦା ଅଳିଆକୁ ବର୍ଜ୍ୟବସ୍ତୁ ପ୍ରକଳ୍ପରେ ଜୈବିକ ଖତ କରାଯାଉଛି। ସେହି ଆବର୍ଜନା ଜୈବିକ ଖତକୁ ୧ କିଲୋ ପ୍ୟାକେଟ କରି ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ପାରାଦୀପର କଳିଙ୍ଗ ବାଲିଯାତ୍ରା ଓ କଟକ ବାଲିଯାତ୍ରାରେ ବିକ୍ରି କାଯାଇଥିଲା। ଉକ୍ତ ଖତ କିଲୋ ପ୍ରତି ୬ ଟଙ୍କା ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାହା ୨୦ ଟଙ୍କାରେ ବିକ୍ରି ହୋଇଥିଲା ବୋଲି ପୌରନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି କହିଛନ୍ତି।
ଏବେ ୧୬ଜଣ ମହିଳା ସେହି ଜୈବିକ ଖତ ତିଆରି କରୁଛନ୍ତି। ସେମାନଙ୍କ ଖତ ବିକ୍ରି ଲବ୍ଧ ଅର୍ଥ ମାସିକ ୮ରୁ ୯ ହଜାର ଟଙ୍କା ହେଉଛି ବୋଲି କହିଛନ୍ତି। ଖତ ଶୁଖାଯାଇ ପ୍ୟାକେଟରେ ଭର୍ତ୍ତି କରିବା ପରେ ତାହା ଚା ପତି ଭଳି ଦେଖାଯାଉଛି। ଏବେ ୪ଟି ଯାକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ କେବଳ ମହିଳା କାମ କରିବେ। ଏହାଦ୍ୱାରା ଦୁଇଟିଯାକ ମିଶନ ସମାନ୍ତରାଳ ଭାବେ କାମ କରିବ ଏବଂ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କୁହାଯାଉଛି। ଏଥିପାଇଁ ପୌର କର୍ତ୍ତୃପକ୍ଷ ସହରାଞ୍ଚଳରେ ଥିବା ୧୭୪୧୧ ବସ୍ତିବାସିନ୍ଦା ଓ ୫୩୫୦ କ୍ୱାର୍ଟର ବାସିନ୍ଦାଙ୍କୁ ଦୁଇଟି ଲେଖାଏଁ ରଙ୍ଗିନ୍‌ ଆବର୍ଜନା ବାଲ୍‌ଟି ପ୍ରଦାନ କରିଛି। ଗୃହବାସିନ୍ଦା ଓଦା ଓ ଶୁଖିଲା ବର୍ଜ୍ୟକୁ ଅଲଗା ଭାବେ ରଖୁଛନ୍ତି। ତାକୁ ପ୍ରତିଦିନ ସକାଳେ ପୌର କର୍ମଚାରୀ ସଂଗ୍ରହ କରି ଅଣୁଖଦ ଗଦାରେ ରଖୁଛନ୍ତି। ସେହିଠାରେ ଶୁଖିଲାକୁ ବିକ୍ରି କରାଯାଉଛି। ଓଦାକୁ ଖତ ପାଇଁ ନିଆଯାଉଛି। ଶୁଖିଲା ବର୍ଜ୍ୟବିକ୍ରି ଅର୍ଥ ଗତ ମାସକ ମଧ୍ୟରେ ୧ ଲକ୍ଷ ଟଙ୍କାରୁ ଅଧିକ ହେଲାଣି। ଏହି ପ୍ରକ୍ରିୟାରେ ୩୭ଜଣ ସ୍ବଚ୍ଛ ସାଥି ଓ ସୁପର ଭାଇଜରଙ୍କ ସମେତ ୧୬ଜଣ ମହିଳା ରୋଜଗାର ପନ୍ଥା ତିଆରି କରି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri