Posted inଜାତୀୟ

ପାଟନାରେ ଲାଗିଲା ବିହାର ମୁଖ୍ୟମନ୍ତ୍ରୀଙ୍କ ‘ନିଖୋଜ’ ପୋଷ୍ଟର

ପାଟନା,୧୭।୧୨: ବିହାରର ରାଜଧାନୀ ପାଟନାରେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉକ୍ତ ପୋଷ୍ଟରରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଫଟୋ ସହ ସେ ନିଖୋଜ ହୋଇ ଯାଇଥିବା ଉଲ୍ଲେଖ କରାଯାଇଛି। ପାଟନାର ବିଭିନ୍ନ ସ୍ଥାନରେ ଏମିତି ପୋଷ୍ଟର ଲଗାଯିବା ସହ ଏଥିରେ ମୁଖ୍ୟମନ୍ତ୍ରୀ ଅଦୃଶ୍ୟ, ପୁଣି ମୁଖ୍ୟମନ୍ତ୍ରୀ ନିଖୋଜ ବୋଲି ଲେଖାଯାଇଛି। ଏହି ପୋଷ୍ଟରରେ ଆହୁରି ମଧ୍ୟ ଲେଖା ଯାଇଛି, ‘ମୁକ, ବଧିର ଓ ଅନ୍ଧ ମୁଖ୍ୟମନ୍ତ୍ରୀ’ ତଳକୁ ଲେଖାଅଛି ନିଖୋଜ।


ଅନ୍ୟ ଏକ ପୋଷ୍ଟରରେ ନୀତୀଶଙ୍କ ଫଟୋ ସହ ଲେଖାଅଛି ଧ୍ୟାନ ଦେଇ ଦେଖନ୍ତୁ ଏହି ଚେହେରାକୁ। କିଛିଦିନ ହେବ ନା ଦେଖାଯାଉଛନ୍ତି ନା ଶୁଣା ଯାଉଛନ୍ତି। ଯିଏ ତାଙ୍କୁ ଖୋଜିଦେବ ବିହାର ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବ।


ସେମତି ଆଉ କିଛି ପୋଷ୍ଟରରେ ଦେଖିବାକୁ ମିଳିଛି ନୀତୀଶଙ୍କ ଫଟୋସହ ଲେଖାଅଛି ଅଦୃଶ୍ୟ ମୁଖ୍ୟମନ୍ତ୍ରୀ। କେବଳ ଶପଥ ଗ୍ରହଣ ଉତ୍ସବ ଦିନ ଏହାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏସବୁ ଲେଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି) ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରକୁ ନେଇ ନୀତୀଶ ଚୁପ୍‌ ରହିବା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

କେ.ସମାସିଂହାରୁ ଆସିଲା ସାଙ୍ଘାତିକ ଦୃଶ୍ୟ: ଘର କାନ୍ଥ ଭାଙ୍ଗି ଧାନ ବସ୍ତା ଟେକିନେଲା ଦନ୍ତା

କୋଲାବିରା,୧୬।୭(ସଞ୍ଜୟ ପୂଜାରୀ ): ଝାରସୁଗୁଡ଼ା ଜିଲା କୋଲାବିରା ଓ ବାଗଡିହି ବନାଞ୍ଚଳରେ ବିଗତ ୩/୪ ଦିନ ହେଲା ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିବା ବେଳେ ଜନସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri