ପାଗ ଭିଡ଼ିଲେଣି ଚାଷୀ : ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ହେବ ଚାଷ

 

ବାରିପଦା ଅଫିସ,୧୯ା୫- କରୋନା ପାଇଁ ଲକ୍‌ଡାଉନ ଯୋଗୁ ରବି ଚାଷରେ କ୍ଷତି ସହିଥିବା ମୟୂରଭଞ୍ଜ ଜିଲାର ଚାଷୀ ଏବେ ଖରିଫ ଚାଷ ପାଇଁ ପାଗ ଭିଡ଼ିଲେଣି। ପବିତ୍ର ଅକ୍ଷିତୃତୀୟାରେ ଅଖିମୁଠି ଅନୁକୂଳ ସରିଛି। ଜିଲାର ଅନେକ ସ୍ଥାନରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରି ଦେଲେଣି। ହଳ ଲଙ୍ଗଳ ଓ କିଛି ସ୍ଥାନରେ ଟ୍ରାକ୍ଟର ସାହଯ୍ୟରେ ଚାଷ କାର୍ଯ୍ୟ ଜାରି ରହିଛି। ବାହାର ରାଜ୍ୟରେ ଥିବା ଶ୍ରମିକମାନେ ଗାଁ ମୁହଁା ହୋଇଛନ୍ତି। ଫଳରେ ଆଗାମୀ ଦିନରେ ଗ୍ରାମରେ ଖାଲି ପଡ଼ୁଥିବା ଜମିରେ ଚାଷ କାର୍ଯ୍ୟ କରାଯିବ ବୋଲି ଅନୁମାନ କରାଯାଉଛି।
ଚଳିତ ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚାଷ କରାଯିବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥିମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୩ ହେକ୍ଟର ଉଚ୍ଚ ଜମି, ୧ ଲକ୍ଷ ୨୪ ହଜାର ୫୫୩ ହେକ୍ଟର ମଧ୍ୟମ ଏବଂ ୧ ଲକ୍ଷ ୨୬ ହଜାର ୩୮୪ ହେକ୍ଟର ଖାଲ ଜମି ରହିଛି। ଏହି ସବୁ ଜମ ପାଇଁ ୧୨୮୦୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି। ଜିଲାରେ ଥିବା ୫୨ଟି ଲ୍ୟାମ୍ପସରେ ୬୮୦୦ କୁଇଣ୍ଟାଲ, ଘରୋଇ ଡ଼ିଲର ମାଧ୍ୟମରେ ୪୦୦ କୁଇଣ୍ଟାଲ ଓ ପ୍ରଦର୍ଶନ କ୍ଷେତ୍ର ପାଇଁ ୨୦୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି। ଗତ ୧୦ ତାରିଖ ସୁଦ୍ଧା ଜିଲାର କେତେକ ଘରୋଇ ଡିଲର ଓ ୫୨ଟି ଲ୍ୟାମ୍ପସକୁ ୪୦୬୦ କୁଇଣ୍ଟାଲ ବିହନ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଚାଷୀମାନଙ୍କୁ ଦେଖି ବିହନ ପ୍ରଦାନ କରାଯିବ। ସେହିଭଳି ରାସାୟନିକ ସାର ୪୪୫୦୦ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୟୁରିଆ ୨୩୦୦୦ ଟନ୍‌, ଡିଏପି ୬୦୦୦ ଟନ୍‌, ଏମ୍‌ଓପି ୪୫୦୦ ଟନ୍‌ ଓ ଅନ୍ୟାନ୍ୟ ୧୧୦୫୦ ଟନ୍‌ ସାରର ଆବଶ୍ୟକତା ରହିଛି। ଜିଲାରେ ମୋଟ ୩ ଲକ୍ଷ ୮୯ ହଜାର ୯୮୧ ଜଣ ଚାଷୀ ରହିଛନ୍ତି। ସେଥିମଧ୍ୟରୁ ୩,୦୭,୭୬୭ ନାମ ମାତ୍ର ଚାଷୀ, ୬୧,୫୨୬ ଜଣ କ୍ଷୁଦ୍ର ଚାଷୀ, ୧୭୪୪୦ ଜଣ ଅର୍ଦ୍ଧ (ସେମି) ମଧ୍ୟମ ଚାଷୀ, ୩୦୬୩ ଜଣ ମଧ୍ୟମ ଚାଷୀ ଓ ୧୮୫ ଜଣ ବଡ଼ ଚାଷୀ ଅଛନ୍ତି। କୁଳିଅଣା ବ୍ଲକ ଅସନଯୋଡ଼ା ଗ୍ରାମର ଚାଷୀ ସୁରଜ କିସ୍କୁ କୁହନ୍ତି, ପ୍ରତିବର୍ଷ ସେ ନିଜର ୩ ଏକର ଜମିରେ ଚାଷ କରନ୍ତି। କିନ୍ତୁ କୌଣସି ବର୍ଷ ତାଙ୍କୁ କେଉଁଠାରୁ ଋଣ ମିଳୁ ନାହିଁ। କରୋନାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ଚାଷ ପାଇଁ କୌଣସି ସୁବିଧା ଯୋଗାଇ ଦେଲେ ସେ ଉପକୃତ ହୁଅନ୍ତେ ବୋଲି ପ୍ରକାଶ କରିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀଙ୍କୁ ପଚାରିବାରୁ କରୋନାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସଚେତନ କରାଯାଇଛି। ସାମାଜିକ ଦୂରତ୍ୱ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟ କରିବା ପାଇଁ କୁହାଯାଇଛି ବୋଲି କହିଛନ୍ତି। ମୟୂରଭଞ୍ଜ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ପ୍ରକାଶ ବାରିକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ୨୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୯୪୦୪ ଜଣ ଚାଷୀଙ୍କୁ ୩୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?