ପାଗ ଭିଡ଼ିଲେଣି ଚାଷୀ : ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ହେବ ଚାଷ

 

ବାରିପଦା ଅଫିସ,୧୯ା୫- କରୋନା ପାଇଁ ଲକ୍‌ଡାଉନ ଯୋଗୁ ରବି ଚାଷରେ କ୍ଷତି ସହିଥିବା ମୟୂରଭଞ୍ଜ ଜିଲାର ଚାଷୀ ଏବେ ଖରିଫ ଚାଷ ପାଇଁ ପାଗ ଭିଡ଼ିଲେଣି। ପବିତ୍ର ଅକ୍ଷିତୃତୀୟାରେ ଅଖିମୁଠି ଅନୁକୂଳ ସରିଛି। ଜିଲାର ଅନେକ ସ୍ଥାନରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରି ଦେଲେଣି। ହଳ ଲଙ୍ଗଳ ଓ କିଛି ସ୍ଥାନରେ ଟ୍ରାକ୍ଟର ସାହଯ୍ୟରେ ଚାଷ କାର୍ଯ୍ୟ ଜାରି ରହିଛି। ବାହାର ରାଜ୍ୟରେ ଥିବା ଶ୍ରମିକମାନେ ଗାଁ ମୁହଁା ହୋଇଛନ୍ତି। ଫଳରେ ଆଗାମୀ ଦିନରେ ଗ୍ରାମରେ ଖାଲି ପଡ଼ୁଥିବା ଜମିରେ ଚାଷ କାର୍ଯ୍ୟ କରାଯିବ ବୋଲି ଅନୁମାନ କରାଯାଉଛି।
ଚଳିତ ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚାଷ କରାଯିବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥିମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୩ ହେକ୍ଟର ଉଚ୍ଚ ଜମି, ୧ ଲକ୍ଷ ୨୪ ହଜାର ୫୫୩ ହେକ୍ଟର ମଧ୍ୟମ ଏବଂ ୧ ଲକ୍ଷ ୨୬ ହଜାର ୩୮୪ ହେକ୍ଟର ଖାଲ ଜମି ରହିଛି। ଏହି ସବୁ ଜମ ପାଇଁ ୧୨୮୦୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି। ଜିଲାରେ ଥିବା ୫୨ଟି ଲ୍ୟାମ୍ପସରେ ୬୮୦୦ କୁଇଣ୍ଟାଲ, ଘରୋଇ ଡ଼ିଲର ମାଧ୍ୟମରେ ୪୦୦ କୁଇଣ୍ଟାଲ ଓ ପ୍ରଦର୍ଶନ କ୍ଷେତ୍ର ପାଇଁ ୨୦୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି। ଗତ ୧୦ ତାରିଖ ସୁଦ୍ଧା ଜିଲାର କେତେକ ଘରୋଇ ଡିଲର ଓ ୫୨ଟି ଲ୍ୟାମ୍ପସକୁ ୪୦୬୦ କୁଇଣ୍ଟାଲ ବିହନ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଚାଷୀମାନଙ୍କୁ ଦେଖି ବିହନ ପ୍ରଦାନ କରାଯିବ। ସେହିଭଳି ରାସାୟନିକ ସାର ୪୪୫୦୦ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୟୁରିଆ ୨୩୦୦୦ ଟନ୍‌, ଡିଏପି ୬୦୦୦ ଟନ୍‌, ଏମ୍‌ଓପି ୪୫୦୦ ଟନ୍‌ ଓ ଅନ୍ୟାନ୍ୟ ୧୧୦୫୦ ଟନ୍‌ ସାରର ଆବଶ୍ୟକତା ରହିଛି। ଜିଲାରେ ମୋଟ ୩ ଲକ୍ଷ ୮୯ ହଜାର ୯୮୧ ଜଣ ଚାଷୀ ରହିଛନ୍ତି। ସେଥିମଧ୍ୟରୁ ୩,୦୭,୭୬୭ ନାମ ମାତ୍ର ଚାଷୀ, ୬୧,୫୨୬ ଜଣ କ୍ଷୁଦ୍ର ଚାଷୀ, ୧୭୪୪୦ ଜଣ ଅର୍ଦ୍ଧ (ସେମି) ମଧ୍ୟମ ଚାଷୀ, ୩୦୬୩ ଜଣ ମଧ୍ୟମ ଚାଷୀ ଓ ୧୮୫ ଜଣ ବଡ଼ ଚାଷୀ ଅଛନ୍ତି। କୁଳିଅଣା ବ୍ଲକ ଅସନଯୋଡ଼ା ଗ୍ରାମର ଚାଷୀ ସୁରଜ କିସ୍କୁ କୁହନ୍ତି, ପ୍ରତିବର୍ଷ ସେ ନିଜର ୩ ଏକର ଜମିରେ ଚାଷ କରନ୍ତି। କିନ୍ତୁ କୌଣସି ବର୍ଷ ତାଙ୍କୁ କେଉଁଠାରୁ ଋଣ ମିଳୁ ନାହିଁ। କରୋନାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ଚାଷ ପାଇଁ କୌଣସି ସୁବିଧା ଯୋଗାଇ ଦେଲେ ସେ ଉପକୃତ ହୁଅନ୍ତେ ବୋଲି ପ୍ରକାଶ କରିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀଙ୍କୁ ପଚାରିବାରୁ କରୋନାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସଚେତନ କରାଯାଇଛି। ସାମାଜିକ ଦୂରତ୍ୱ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟ କରିବା ପାଇଁ କୁହାଯାଇଛି ବୋଲି କହିଛନ୍ତି। ମୟୂରଭଞ୍ଜ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ପ୍ରକାଶ ବାରିକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ୨୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୯୪୦୪ ଜଣ ଚାଷୀଙ୍କୁ ୩୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri