ପାକିସ୍ତାନରେ ଜନ୍ମିତ ପ୍ରଶଂସକଙ୍କୁ ଟିକେଟ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍‌ ସେମିଫାଇନାଲଠାରୁ ମଜଭୁତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍‌ର ଟିକେଟ୍‌ ନ ଥାଇ ମଧ୍ୟ ଚାଚା ଧୋନୀଙ୍କୁ ସମର୍ଥନ କରିବା ଲାଗି ସିକାଗୋରୁ ମାଞ୍ଚେଷ୍ଟର ଆସିଛନ୍ତି। କାରଣ ସେ ନିଶ୍ଚିତ ଥିଲେ ଯେ, ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଧୋନୀ ଟିକେଟ୍‌ ବ୍ୟବସ୍ଥା କରିଦେବେ। ମୁଁ ଏଠାକୁ ଆସିବା ପରେ ଦେଖିଲି ଟିକେଟ ପାଇଁ ଲୋକେ ୮୦୦ରୁ ୯୦୦ ପାଉଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ମୁଦ୍ରାରେ ୭୯ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ଏଠାରୁ ସିକାଗୋ ଫେରିବା ପାଇଁ ମଧ୍ୟ ବିମାନରେ ସମାନ ଅର୍ଥ ଦରକାର। ଧୋନୀଙ୍କୁ ଧନ୍ୟବାଦ। ତାଙ୍କ ଯୋଗୁ ମୋତେ ଟିକେଟ୍‌ ପାଇଁ ସଂଘର୍ଷ କରିବାକୁ ପଡ଼ିଲା ନାହିଁ ବୋଲି ୬୩ ବର୍ଷୀୟ ପ୍ରଶଂସକ ତଥା ସିକାଗୋର ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି। ୨୦୧୧ ବିଶ୍ୱକପ୍‌ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ମୋହାଲିଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ ସେମିଫାଇନାଲରେ ବାଶିର ଟିକେଟ୍‌ ପାଇ ନ ଥିଲେ। ତାଙ୍କୁ ଧୋନୀ ସାହାଯ୍ୟ କରିଥିଲେ। ୮ ବର୍ଷ ପରେ ମଧ୍ୟ ସମାନ କାହାଣୀ ସାମ୍ନାକୁ ଆସିଛି। ଏହା କାହାକୁ ଅଛପା ନାହିଁ ଯେ ବାଶିର ନିଜ ଦେଶ ପରିିବର୍ତ୍ତେ ଧୋନୀଙ୍କ ଦଳକୁ ସମର୍ଥନ କରନ୍ତି। ବେଳେବେଳେ ନିଜ ସାଥୀ ଖେଳାଳିଙ୍କ ପାଇଁ ଅପହଞ୍ଚ ଥିବା ଧୋନୀ କଦାପି ବାଶିରଙ୍କୁ ନିରାଶ କରିନାହାନ୍ତି। ସେ ଏବେ ବ୍ୟସ୍ତ ଥିବାରୁ ମୁଁ ଫୋନ କରିନାହିଁ। କେବଳ ମେସେଜ ଜରିଆରେ ତାଙ୍କ ସହ ଯୋଗାଯୋଗ କରେ। ବହୁ ଆଗରୁ ଧୋନୀ ମୋତେ ଆଶ୍ୱାସନା ଦେଇଥିଲେ। ସେ ଜଣେ ଭଲ ମଣିଷ ମଧ୍ୟ। ସେ ଯାହା ମୋ ପାଇଁ ମୋହାଲି ମ୍ୟାଚ୍‌ବେଳେ କରିଛନ୍ତି ତାହା ଆଉ କେହି କରିପାରିବେ ବୋଲି ଚିନ୍ତା କରିପାରୁ ନାହିଁ। ମୁଁ ମାଗଣାରେ ଟିକେଟ୍‌ ପାଇଛି, ଯାହାକୁ ଉଭୟ ଦେଶର ପ୍ରଶଂସକ ଅପେକ୍ଷା କରି ରୁହନ୍ତି। ଚଳିତ ଥର ଏହା ମୋ ପାଇଁ ଉପହାର ଭଳି ହୋଇଛି ବୋଲି ସେ କହିଛନ୍ତି। ବାଶିର ପାକିସ୍ତାନ ଦଳ ରହୁଥିବା ହୋଟେଲରେ ଚେକ୍‌ଇନ୍‌ କରିବା ପରେ ସେଠାରେ ପାକ୍‌ ଦଳର ପ୍ରାୟ ଖେଳାଳିଙ୍କୁ ଭେଟିଥିଲେ। ଏହାପରେ ସେ ଭାରତୀୟ ଦଳର ହୋଟେଲରେ ଚେକ୍‌ଇନ୍‌ କରିଥିଲେ। କେବଳ ଧୋନୀଙ୍କ ଲାଗି ନୁହେଁ ବରଂ ତାଙ୍କ ହାଇଦ୍ରାବାଦୀ ପତ୍ନୀଙ୍କ ପାଇଁ ସେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରନ୍ତି। ଭାରତୀୟ ଦଳର ସୁପରଫ୍ୟାନ ଭାବେ ପରିଚିତ ସୁଧୀର ମଧ୍ୟ ତାଙ୍କ ଭଲ ବନ୍ଧୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri