Posted inଖେଳ

ପାକିସ୍ତାନରେ ଖେଳାଯିବା ପିଏସ୍‌ଏଲ-୫

ନୂଆଦିଲ୍ଲି,୨୯।୭(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ୫ମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ ଖେଳାଯିବ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହି ଲିଗ୍‌ ଆସନ୍ତା ବର୍ଷ ଫେବୃୟାରୀ ୨୦ରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟକ୍ରମ ରହିଛି। ସିଜନର ଫାଇନାଲ ମ୍ୟାଚ୍‌ ଲାହୋରଠାରେ ଅନୁଷ୍ଠିତ ହେବ। ୨୦୧୬ରୁ ଲିଗ୍‌ ଆରମ୍ଭ ହେବାଠାରୁ ଲିଗ୍‌ର ପ୍ରାୟତଃ ମ୍ୟାଚ୍‌ ଦୁବାଇ ଓ ଶାରଜାଠାରେ ଖେଳାଯାଉଛି। ଗତ ୩ ସଂସ୍କରଣ ହେଲା ପିସିବି କେବଳ ଫାଇନାଲ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ କରିପାରୁଛି। ପିସିବି ତା’ର ନିଷ୍ପତ୍ତି ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜକୁ ଜଣାଇଦେଇଛି। ନଭେମ୍ବରରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଫ୍ରାଞ୍ଚାଇଜମାନେ ସେହି ଖେଳାଳି କିଣିବେ, ଯେଉଁମାନେ ପାକିସ୍ତାନରେ ରହିବେ ଓ ଖେଳିବେ। ପିଏସ୍‌ଏଲରେ ଅଂଶଗ୍ରହଣ କରୁଥିବା କ୍ରିକେଟରଙ୍କୁ ମଧ୍ୟ ଏ ନେଇ ସୂଚନା ଦିଆଯିବ। ମିଳିଥିବା ସୂଚନା ଅନୁଯାୟୀ, ପିସିବି ଭେନ୍ୟୁର ମରାମତି ଓ ଉନ୍ନତି କରଣ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି। ଲାହୋର, କରାଚୀ, ରାଓ୍ବଲପିଣ୍ଡି ଓ ମୁଲତାନାଠାରେ ଯଥାକ୍ରମେ ୧୧, ୯, ୮ ଓ ୪ ମ୍ୟାଚ୍‌ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି। ପିଏସ୍‌ଏଲ ପାକିସ୍ତାନରେ ହେଲେ ପିସିବିର ରାଜସ୍ବ ସିଧାସଳଖ ବଢ଼ିଯିବ। କିନ୍ତୁ ଏବେ ପିସିବିକୁ ୬ ଫ୍ରାଞ୍ଚାଇଜ ସହ ଥିବା ଆର୍ଥିକ ବିବାଦକୁ ତୁରନ୍ତ ସମାଧାନ କରିବାକୁ ପଡ଼ିବ। ସେମାନେ ପ୍ରସାରଣ, ଟାଇଟଲ ଓ ସ୍ପନଶରଙ୍କଠାରୁ ଅଧିକ ଅଂଶ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri