ପାଇଖାନାରେ ବିତୁଛି ଜୀବନ

ନୟାଗଡ଼ ଅଫିସ,୧୩ା୬: ଘର ନ ଥିବାରୁ ପାଇଖାନାରେ ବିତୁଛି ଜୀବନ। ଦିନେ କି ମାସେ ନୁହେଁ, ଅଢ଼େଇ ବର୍ଷ ଧରି ଜଣେ ମହିଳା ୱାର୍ଡମେମ୍ବରଙ୍କ ପରିବାର ଏଠାରେ ରହିଆସୁଛନ୍ତି। ନୟାଗଡ଼ ଜିଲା ରଣପୁର ବ୍ଲକ ସୁର୍କାବାଡି ପଞ୍ଚାୟତର ଠଣାପଲ୍ଲୀ ପାଟଣାରେ ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ଦୃଶ୍ୟ। ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧି ହୋଇ ବି ଆବାସ ଯୋଜନା ଅପହଞ୍ଚ ହୋଇରହିଛି।
ଠଣାପଲ୍ଲୀପାଟଣା ଗଁାର ରମେଶ ସେନାପତି ଜଣେ ଦିନ ମଜୁରିଆ। ଫାଇଲିନ୍‌ରେ ଘରଟି ଆଂଶିକ ନଷ୍ଟ ହୋଇଯାଇଥିଲା। ଏଠାରେ ସ୍ତ୍ରୀ, ମା’, ପୁଅ, ଝିଅକୁ ନେଇ ୫ ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଚଳି ଯାଉଥିଲେ। ହେଲେ ଅଢ଼େଇବର୍ଷ ତଳେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଶେଷରେ ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନାରେ ଟିଣ ପକାଇ ରହିବାକୁ ବାଧ୍ୟ ହେଲେ। ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ରମେଶ ବ୍ଲକ, ପଞ୍ଚାୟତ, ଉପଜିଲାପାଳ, ପିଡି ଡିଆରଡିଏ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ ଦୁଃଖ ଘୁଞ୍ଚି ନ ଥିଲା। ପରେ ପରେ ସ୍ତ୍ରୀ ବନୀତା ୨ନଂ. ୱାର୍ଡର ୱାର୍ଡମେମ୍ବର ହୋଇଥିଲେ। ଏହା ସତ୍ତ୍ୱେ ସେ ଘର ସମସ୍ୟା ସମାଧାନ କରିପାରି ନ ଥିଲେ। ପାଇଖାନା ପ୍ୟାନ ଉପରେ ଚାଲିଛି ରୋଷେଇ। ଘରର ଆସବାବପତ୍ର ରଖାଯାଉଛି। କଷ୍ଟେମଷ୍ଟେ ୩ ଜଣ ଶୋଇ ପାରୁଛନ୍ତି। ଅନ୍ୟ ୨ଜଣଙ୍କୁ ବାହାରେ ଶୋଇବାକୁ ପଡୁଛି। ଏ ନେଇ ୱାର୍ଡସଭ୍ୟା ବନିତା କହନ୍ତି, ଆମେ ଗରିବ ଲୋକ। ୱାର୍ଡମେମ୍ବର ହୋଇଗଲେ କ’ଣ ଦୁଃଖ ପଳାଇଯିବ। ଆମେ ପ୍ରଶାସନକୁ ସମସ୍ୟା ଜଣାଇଛୁ। ଯଦି ପଦକ୍ଷେପ ନ ନେବେ ଆମେ କ’ଣ କରିପାରିବୁ। ସରପଞ୍ଚ ମିନତି ସାହୁ କୁହନ୍ତି, ବନିତାଙ୍କ ପରିବାର ଗରିବ ଶ୍ରେଣୀର। ସେ ପୁଣି ଆମର ଜଣେ ୱାର୍ଡମେମ୍ବର। ଘର ଭାଙ୍ଗିବା ଓ ପାଇଖାନାରେ ରହିବା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଅବଗତ କରାଇଛି। ଏପରି କି ତାଲିକାରେ ନଁା ସାମିଲ କରି ସ୍ବତନ୍ତ୍ର ଭାବେ ଆବାସ ଯୋଜନାରେ ଘର ଯୋଗାଇବାକୁ ଅନୁରୋଧ କରିଛି। ହେଲେ ବ୍ଲକ ତରଫରୁ ଏଯାବତ ମଞ୍ଜୁରୀ ମିଳି ନାହିଁ। ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ସ୍ବତନ୍ତ୍ର ଭାବେ ଏବେ ଆବାସ ଯୋଜନାରେ ଘର ମିଳୁନି। ଏ ନେଇ ଆମେ ଅବଗତ ନ ଥିଲୁ। ତଥାପି ଏଥିପ୍ରତି ଦୃଷ୍ଟି ଦେବୁ। ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କୁହନ୍ତି, ଆମେ ୱାର୍ଡ ସଭ୍ୟାଙ୍କ ସମସ୍ୟା ସମ୍ପର୍କରେ ଅବଗତ ନ ଥିଲୁ। ଏହାର ଯାଞ୍ଚ କରି ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri