ପଲ୍ୟୁସନ ଟେଷ୍ଟିଂ ଗାଡ଼ିିକୁ ହଟାଇଲେ ଲୋକେ

ବାରିପଦା ଅଫିସ,୧୧ା୯- ନୂତନ ମୋଟରଯାନ ଆଇନରେ ପରିବର୍ତ୍ତନ ହେବା ପରେ ଜରିମାନା ଭୟରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ରାଜ୍ୟ ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରିଛନ୍ତିି। ତଥାପିି ଲୋକଙ୍କ ମନରୁ ଜରିମାନା ଭୟ ଛାଡି ନାହିଁ। ଫଳରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ ଅଫିସ) ଗୁଡିକରେ ଲୋକଙ୍କ ଭିଡ଼ ଲାଗି ରହୁଛି। ଲୋକେ ନିଜ ନିଜ ଗାଡିର ବିଭିନ୍ନ କାଗଜପତ୍ର ଯଥା ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ମାଲିକାନା ପରିବର୍ତ୍ତନ, ପଲ୍ୟୁସନ ସାର୍ଟିଫିକେଟ, ଗାଡ଼ିି ପଞ୍ଜୀକରରଣ ପାଇଁ ଲାଇନ ଲଗାଉଛନ୍ତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବାରିପଦା ମୁର୍ଗାବାଡିସ୍ଥିତ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲମାନେ ଲୋକଙ୍କ କାର୍ଯ୍ୟ କରାଇ ଦେବା କହି ଠକୁଛନ୍ତି। କାର୍ଯ୍ୟାଳୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି। ଦଲାଲମାନେ କାର୍ଯ୍ୟାଳୟ ଭିତରେ ଓ ବାହାରେ ରହି କେତେକ କର୍ମଚାରୀମାନଙ୍କୁ ଧରି ବିଭିନ୍ନ କାର୍ଯ୍ୟ କରୁଛନ୍ତିି। ଲୋକଙ୍କଠାରୁ ମୋଟାଅଙ୍କର ଟଙ୍କା ଠକେଇ କରୁଛନ୍ତି। ଏ ସମ୍ପର୍କରେ ଏଆରଟିଓ ମନୋଜ କୁମାର ଟପ୍ପୋଙ୍କୁ ପଚାରିବାରୁ ଦଲାଲମାନଙ୍କୁ କାର୍ଯ୍ୟାଳୟକୁ ନ ଆସିବା ପାଇଁ ତାଗିଦ କରାଯାଇଛି ବୋଲି କହିଥିଲେ। ତେବେ ବର୍ତ୍ତମାନ ଲୋକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଦଲାଲମାନେ ଶୋଷଣ କରୁଥିବା ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରିଥିଲେ।
ସେହିପରି ଲୋକେ ଜରିମାନା ଭୟରେ କାଗଜପତ୍ର ଶୀଘ୍ର କରିବା ପାଇଁ ତପତ୍ର ହୋଇଛନ୍ତି। ଏହାର ସୁଯୋଗ ନେଇ ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଏକ ଚାରିଚକିଆ ଗାଡି ରଖି ବେଆଇନ ଭାବେ ପଲ୍ୟୁସନ ଟେଷ୍ଟିଂ କରି ସାର୍ଟିଫିକେଟ ଦିଆଯାଉଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଘଟଣା ଏଆରଟିଓ ଟପ୍ପୋଙ୍କ ନଜରକୁ ଆଣିବାରୁ ସେ ଗାଡ଼ିକୁ ସେଠାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷରେ ପଲ୍ୟୁସନ ଟେଷ୍ଟିଂ କରିବାକୁ ଆସିଥିବା ଗାଡିରେ ମଧ୍ୟ ପଲ୍ୟୁସନ ସାର୍ଟିଫିକେଟ ଲଗାଯାଇ ନ ଥିଲା। ଏକ ସଂସ୍ଥାକୁ ଏହି କାର୍ଯ୍ୟ ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଅନୁମତି ଦେଇଥିଲେ ମଧ୍ୟ କେଉଁ ଚାରିଚକିଆ ଯାନ ବ୍ୟବହାର କରାଯିବ ସେ ନେଇ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନ ଥିଲା। ଅନ୍ୟପକ୍ଷେ ଅଳ୍ପ କିଛି ସଂସ୍ଥାକୁ ପଲ୍ୟୁସନ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହି ସଂସ୍ଥା ଏଥିରେ ଅନ୍ତର୍ଭୁକ୍ତ ନାହିଁ। ଜିଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ କେଉଁ ପରିସ୍ଥିତିରେ ଏହି ସଂସ୍ଥାକୁ ଅନୁକମ୍ପା ଦେଖାଉଛନ୍ତି ତାହା ବୁଝାପଡୁନାହିଁ। ଏ ନେଇ ଏଆରଟିଓ ଟପ୍ପୋଙ୍କୁ ପଚାରିବାରୁ ଏ ନେଇ ସେ କିଛି ମତାମତ ଦେଇ ପାରିବେ ନାହିଁ ଓ ଗଣମାଧ୍ୟମକୁ ମତାମତ ନ ଦେବା ପାର୍ଁଇ ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ତାଙ୍କୁ ମନା କରିଛନ୍ତି ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଏକ ବର୍ଷ ହେବ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ରହିଛି। ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏହାର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri