ପର୍ଯ୍ୟଟନ କେନ୍ଦ୍ରରେ ଜମା ହୋଇଛି ପଥରଗୁଣ୍ଡ

କେନ୍ଦୁଝର, ୩।୨(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ା ଫଳରେ ପର୍ଯ୍ୟଟକଙ୍କ ଆଗ୍ରହ ବଢୁଛି। ଏଥିପାଇଁ ଏହି କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବା ସହ ଏଣ୍ଟ୍ରି ଫି ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଏଣ୍ଟ୍ରି ଫି ଆଦାୟକୁ ଏକ ସଂସ୍ଥାକୁ ଠିକାରେ ଦିଆଯାଇଛି। ଏଥିପାଇଁ ସ୍ଥାନୀୟ ଯୁବକ ସଂଘ ଲକ୍ଷାଧିକ ଟଙ୍କା ଦେଇ ଏହି କାମ ନେଇଛି। ତେବେ ଏହି କେନ୍ଦ୍ରର ଚାରିପାଖରେ ଥିବା ଜଙ୍ଗଲର ସୁରକ୍ଷା କରାଯାଉ ନ ଥିବା, ରାସ୍ତା ନାମରେ ଜଙ୍ଗଲ କାଟି ସଫା କରାଯିବା ସହ ଜଙ୍ଗଲ ମଧ୍ୟରେ ବାଲି, ପଥର ଜମା କରାଯାଉଥିବାରୁ ପରିବେଶ ପ୍ରଦୂଷିତ ହେବା ସହ ବହୁମାତ୍ରାରେ ନଷ୍ଟ ହେଉଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଏଠାକୁ ଜିଲା ଓ ଜିଲା ବାହାରୁ ପର୍ଯ୍ୟଟକ ଆସିଥା’ନ୍ତି ା ଏଣୁ ଏହି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ନିକଟରେ ଏଭଳି ପ୍ରଦୂଷଣ ଯୋଗୁ ଲୋକେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ା ଏପରି କି ପର୍ଯ୍ୟଟକମାନେ ଭୋଜିଭାତ କରିବା ପାଇଁ ଏଠାକୁ ଆସୁଥିଲେ ହେଁ ଏହି ସବୁ ବାଲି, ପଥର ଜଙ୍ଗଲ ମଧ୍ୟରେ ଜମା ହୋଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହୁଛନ୍ତି। ଏହାଦ୍ୱାରା ଜଙ୍ଗଲର ସବୁଜିମା ନଷ୍ଟ ହେବା ସହ ଏହି ସ୍ଥାନର ମନୋରମ ଦୃଶ୍ୟ କ୍ଷତିଗ୍ରସ୍ତ ହେଉଛି ା ଏହା ନିକଟ ବୈତରଣୀ ନଦୀରେ ପୋଲ ନିର୍ମାଣ ହେଉଥିବାରୁ ଉକ୍ତ ପୋଲ ପାଇଁ ବ୍ୟବହାର ହେଉଥିବା ବାଲି, ପଥର ଇତ୍ୟାଦି କେନ୍ଦ୍ର ନିକଟରେ ଗଦା କରାଯାଉଥିବା ଅଭିଯୋଗ ହେଉଛି ା ଏଥିପାଇଁ ଅର୍ଥ ଆଦାୟ ହେଉଥିଲେ ହେଁ ସ୍ଥାନୀୟ ଜଣେ ପ୍ରଭାବଶାଳୀ ରାଜନୈତିକ ନେତାଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି ା ଏଣୁ ତୁରନ୍ତ ଏଠାରେ ବାଲି, ପଥର ଜମାକୁ ବନ୍ଦ କରିବା ସହ ଜଙ୍ଗଲ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜଙ୍ଗଲ ସୁରକ୍ଷା ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ା ଏ ନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାୟକ କହିଛନ୍ତି ଯେ, ଉକ୍ତ ବାଲି ପଥର ବ୍ୟକ୍ତିଗତ ଜମିରେ ଜମା ହୋଇଛି। ପର୍ଯ୍ୟଟନ କେନ୍ଦ୍ର ଜମିରେ ବା ଜଙ୍ଗଲରେ ଜମା ହୋଇଥିଲେ ପଦକ୍ଷେପ ନିଆଯିବ ା ସେହିପରି ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି ଯେ, ପର୍ଯ୍ୟଟନ କେନ୍ଦ୍ରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ପ୍ରଦୂଷଣମୁକ୍ତ ରଖିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri