ପର୍ଯ୍ୟଟନ କେନ୍ଦ୍ରରେ ଜମା ହୋଇଛି ପଥରଗୁଣ୍ଡ

କେନ୍ଦୁଝର, ୩।୨(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ା ଫଳରେ ପର୍ଯ୍ୟଟକଙ୍କ ଆଗ୍ରହ ବଢୁଛି। ଏଥିପାଇଁ ଏହି କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବା ସହ ଏଣ୍ଟ୍ରି ଫି ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଏଣ୍ଟ୍ରି ଫି ଆଦାୟକୁ ଏକ ସଂସ୍ଥାକୁ ଠିକାରେ ଦିଆଯାଇଛି। ଏଥିପାଇଁ ସ୍ଥାନୀୟ ଯୁବକ ସଂଘ ଲକ୍ଷାଧିକ ଟଙ୍କା ଦେଇ ଏହି କାମ ନେଇଛି। ତେବେ ଏହି କେନ୍ଦ୍ରର ଚାରିପାଖରେ ଥିବା ଜଙ୍ଗଲର ସୁରକ୍ଷା କରାଯାଉ ନ ଥିବା, ରାସ୍ତା ନାମରେ ଜଙ୍ଗଲ କାଟି ସଫା କରାଯିବା ସହ ଜଙ୍ଗଲ ମଧ୍ୟରେ ବାଲି, ପଥର ଜମା କରାଯାଉଥିବାରୁ ପରିବେଶ ପ୍ରଦୂଷିତ ହେବା ସହ ବହୁମାତ୍ରାରେ ନଷ୍ଟ ହେଉଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଏଠାକୁ ଜିଲା ଓ ଜିଲା ବାହାରୁ ପର୍ଯ୍ୟଟକ ଆସିଥା’ନ୍ତି ା ଏଣୁ ଏହି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ନିକଟରେ ଏଭଳି ପ୍ରଦୂଷଣ ଯୋଗୁ ଲୋକେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ା ଏପରି କି ପର୍ଯ୍ୟଟକମାନେ ଭୋଜିଭାତ କରିବା ପାଇଁ ଏଠାକୁ ଆସୁଥିଲେ ହେଁ ଏହି ସବୁ ବାଲି, ପଥର ଜଙ୍ଗଲ ମଧ୍ୟରେ ଜମା ହୋଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହୁଛନ୍ତି। ଏହାଦ୍ୱାରା ଜଙ୍ଗଲର ସବୁଜିମା ନଷ୍ଟ ହେବା ସହ ଏହି ସ୍ଥାନର ମନୋରମ ଦୃଶ୍ୟ କ୍ଷତିଗ୍ରସ୍ତ ହେଉଛି ା ଏହା ନିକଟ ବୈତରଣୀ ନଦୀରେ ପୋଲ ନିର୍ମାଣ ହେଉଥିବାରୁ ଉକ୍ତ ପୋଲ ପାଇଁ ବ୍ୟବହାର ହେଉଥିବା ବାଲି, ପଥର ଇତ୍ୟାଦି କେନ୍ଦ୍ର ନିକଟରେ ଗଦା କରାଯାଉଥିବା ଅଭିଯୋଗ ହେଉଛି ା ଏଥିପାଇଁ ଅର୍ଥ ଆଦାୟ ହେଉଥିଲେ ହେଁ ସ୍ଥାନୀୟ ଜଣେ ପ୍ରଭାବଶାଳୀ ରାଜନୈତିକ ନେତାଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି ା ଏଣୁ ତୁରନ୍ତ ଏଠାରେ ବାଲି, ପଥର ଜମାକୁ ବନ୍ଦ କରିବା ସହ ଜଙ୍ଗଲ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜଙ୍ଗଲ ସୁରକ୍ଷା ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ା ଏ ନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାୟକ କହିଛନ୍ତି ଯେ, ଉକ୍ତ ବାଲି ପଥର ବ୍ୟକ୍ତିଗତ ଜମିରେ ଜମା ହୋଇଛି। ପର୍ଯ୍ୟଟନ କେନ୍ଦ୍ର ଜମିରେ ବା ଜଙ୍ଗଲରେ ଜମା ହୋଇଥିଲେ ପଦକ୍ଷେପ ନିଆଯିବ ା ସେହିପରି ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି ଯେ, ପର୍ଯ୍ୟଟନ କେନ୍ଦ୍ରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ପ୍ରଦୂଷଣମୁକ୍ତ ରଖିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri