ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨

ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଜିଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ, ଅନୁଗୋଳର ମୁଖ୍ୟ ଜନଗହଳି ଅଞ୍ଚଳ ରାଜାଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ କୌଣସି ସର୍ବସାଧାରଣ ପରିସ୍ରାଗାର ନାହିଁ। ଏହି ଅଞ୍ଚଳ ଦେଇ ଜିଲାର ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରୁଥିବା ବେଳେ ନିକଟରେ ବ୍ଲକ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀ, ପୌରପାଳିକା, ସମନ୍ବିତ ଶିଶୁ ବିକାଶ, ବନଖଣ୍ଡ କାର୍ଯ୍ୟାଳୟ ଓ ତହସିଲ ଅଫିସ ଆଦି ରହିଛି। ଦୈନିକ ବହୁ ସଂଖ୍ୟକ ଲୋକ ଏସବୁ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ପରିସ୍ରାଗାର ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜିଲାବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ତେଣୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ବସ୍‌ଷ୍ଟାଣ୍ଡର ରାଜାଛକ ଅଞ୍ଚଳରେ ପରିସ୍ରାଗାର ନିର୍ମାଣ ପାଇଁ ବିଷ୍ଣୁଚରଣ ସାହୁ, ରଞ୍ଜନ ରାଉଳ, ପ୍ରଫୁଲ୍ଲ ମହାଳିକ, ସନ୍ତୋଷ ନାଏକ, ରମେଶ ଚନ୍ଦ୍ର ସାହୁ, ଅଭୟ କୁମାର ପ୍ରଧାନ, ଟୁନା ରାଉଳ, ପ୍ରଦୀପ କୁମାର ଜେନାଙ୍କ ସମେତ ସମସ୍ତ ଅଟୋଚାଳକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri