Posted inଫୁରସତ

ପରିବାର ସଦସ୍ୟଙ୍କୁ ଘରେ ପହଞ୍ଚାଇବାକୁ ଚୋରି କରିଥିବା ବାଇକକୁ ଦୁଇ ସପ୍ତାହ ପରେ ପାର୍ସଲ କରି ଫେରାଇ ଦେଲେ

କୋଏମ୍ବାଟୁର,୧।୬: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଜାରି କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ପରେ ଘରମୁହାଁ ହୋଇଥିଲେ। ହେଲେ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ହଜାର ହଜାର କିଲୋମିଟର ଅତିକ୍ରମ କରିବାକୁ ଏମାନେ ପାଦରେ ଚାଲିବା ଆରମ୍ଭ କରିଥିଲେ। କେହି କେହି ସାଇକେଲରେ ମଧ୍ୟ ଶହ ଶହ କିଲୋମିଟର ଅତିକ୍ରମ କରି ଘରେ ପହଞ୍ଚିଥିବାର ଖବର ରହିଛି। ଏହି ସମୟରେ କିନ୍ତୁ ତାମିଲନାଡୁର ଜଣେ ବ୍ୟକ୍ତି ଘରେ ପହଞ୍ଚିବାକୁ ଯାହା କରିଛନ୍ତି ତାହା ଏବେ ଚର୍ଚ୍ଚାକୁ ଆସିଛି। ସେଠାରେ ଏକ ଚା’ ଦୋକାନରେ କାମ କରୁଥିବା ନିଜ ସ୍ତ୍ରୀ ପିଲାଙ୍କୁ ଘରେ ପହଞ୍ଚାଇବାକୁ ନିକଟରେ ତିବା ଏକ ବାଇକ୍‌ ଚୋରି କରିଥିଲେ। ଏଥିରେ ସେ ଘଷର ପହଞ୍ଚି ଯାଇଥିଲେ ସତ। ହେଲେ ନିଜର ସଚ୍ଚୋଟ ପଣିଆ ଯୋଗୁ ସେ ବାିକଟିକୁ ୨ ସପ୍ତାହ ପରେ ବାଇକ ମାଲିକଙ୍କ ନାଁରେ ପାର୍ସଲ କରିଦେଇଥିବା କୁହାଯାଏ। ତେବେ ସିସିଟିଭିରୁ କିଏ ବାଇକ ଚୋରି କରିଛି ଧରାପଡିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ କିନ୍ତୁ ସେ ବାଇକ ଟିକୁ ପାର୍ସଲ କରିଦେବା ଗାଡି ମାଲିକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ତେବେ ପାର୍ସଲର ଟଙ୍କା ଗାଡି ମାଲିକଙ୍କୁ ଦେବାକୁ ପଡିଥିଲା। କାରଣ ବାିକ ଚୋରି କରିଥିବା ବ୍ୟକ୍ତି ଜଣକ ପେ ଅନ୍‌ ଡେଲିଭରି କରିଦେଇଥିଲେ। ସେଥିପାଇଁ ଗାଡି ମାଲିକ ସୁରେଷ କୁମାର ପାର୍ସଲ ବାବଦରେ ଏକ ହଜାର ଟଙ୍କା ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri