ପରିଣତରେ ପୂରଣ ହୋଇଛି ପିଲାବେଳ ଇଚ୍ଛା

ଅନୁଗୋଳ ଅଫିସ, ୨୨।୬ (ଅମିତ କୁମାର ସାମଲ) : କେମିତି ମପାଯାଏ ଦିନର ତାପମାତ୍ରା। କିପରି ଠିକ୍‌ ଆକଳନ କରାଯାଏ ଖରା, ବର୍ଷା ଓ ଶୀତର। ପାଣିପାଗ ବିଭାଗର ଏହି ନିତିଦିନିଆ କାର୍ଯ୍ୟ କେଉଁ ଉପାୟରେ ପରିଚାଳନା କରାଯାଏ ତାହା ଜାଣିବାକୁ ପିଲାଦିନରୁ ଭାରି ଇଚ୍ଛା ଥିଲା। ହେଲେ କେବେ ସୁଯୋଗ ପାଇ ନ ଥିଲେ ଅନୁଗୋଳ ନିବାସୀ ଭଗବାନ ପାଣି। ୨୦୦୭ରେ କିରାଣି ଚାକିରିରୁ ଅବସର ନେବା ପରେ ସେହି ଇଚ୍ଛା ପୂରଣ ହୋଇଛି ତାଙ୍କର। ପରିଣତ ବୟସରେ ଜିଲା ପାଣିପାଗ ବିଭାଗର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଥିବା ପାଣି ଏଇ ଦୀର୍ଘବର୍ଷ ମଧ୍ୟରେ କେବଳ ତାପମାତ୍ରା ବିଷୟରେ ଜାଣିନାହାନ୍ତି ବରଂ ରାଜ୍ୟବାସୀଙ୍କୁ ଅନୁଗୋଳର ପାଣିପାଗ ସମ୍ପର୍କରେ ଦୈନିକ ସୂଚନା ମଧ୍ୟ ଦେଇ ଆସିଛନ୍ତି।
ଭଗବାନ କହିଛନ୍ତି, ପାଣିପାଗ ନେଇ ଅନେକ ସମୟରେ କରାଯାଉଥିବା ଠିକ୍‌ ଅନୁମାନ ପିଲାବେଳେ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିଲା। କେଉଁ କାରିଗରି ଜ୍ଞାନକୌଶଳ ବଳରେ ଏପରି ପୂର୍ବାନୁମାନ ଲଗାଯାଇପାରୁଛି ତାହା ଜାଣିବାକୁ ସେ ଆଗ୍ରହୀ ଥିଲେ। ୨୦୦୭ରେ ଜିଲା ମୁଖ୍ୟ କାର୍ଯ୍ୟାଳୟ କିରାଣି ପଦରୁ ଅବସର ନେବା ପରେ ଉକ୍ତ ଜ୍ଞାନକୌଶଳ ସମ୍ପର୍କରେ ଜାଣିବାର ସୁଯୋଗ ଜୁଟିଥିଲା। ଜିଲା କାର୍ଯ୍ୟାଳୟରେ ଥିବା ପାଣିପାଗ ବିଭାଗର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯିବା ପରେ ସେ ଖୁସିହୋଇ ଯାଇଥିଲେ। ଏଥିପାଇଁ ୭ ଦିନିଆ ପ୍ରଶିକ୍ଷଣ ନେବାକୁ ତାଙ୍କୁ କୋଲକାତା ପଠାଯାଇଥିଲା। ଟ୍ରେନିଂ ଶେଷ କରି ଅନୁଗୋଳ ଅଫିସରେ ପହଞ୍ଚିବା ପରେ ପ୍ରଥମେ କିଛିଟା ସମସ୍ୟା ଅନୁଭବ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାହା ଦୂର ହୋଇଯିବା ସହ ଖରା, ବର୍ଷା ସମ୍ପର୍କରେ ସେ ସୂଚନା ଦେଇପାରିଲେ। ଏବେ ଦୈନିକ ସକାଳ ସାଢ଼େ ଆଠଟା ଭିତରେ ତାଙ୍କୁ କାର୍ଯ୍ୟାଳୟରେ ପହଞ୍ଚି ଭୁବନେଶ୍ୱର ପାଣିପାଗ ବିଭାଗକୁ ରିପୋର୍ଟ ଦେବାକୁ ପଡ଼ୁଛି। ପାଗ ଯେତେ ପ୍ରତିକୂଳ ଥିଲେ ବି ସେ ଅଫିସ ଆସି ନିର୍ଦ୍ଧାରିତ ସମୟରେ ହିଁ ରିପୋର୍ଟ ପ୍ରଦାନ କରୁଛନ୍ତି। କିରାଣି ପଦବୀରୁ ଅବସର ପରେ ସେ କେବଳ ଜିଲାର ପାଣିପାଗ ସୂଚନା ଦେଉନାହାନ୍ତି, ସାଧାରଣ ନିର୍ବାଚନ ବେଳେ ମଧ୍ୟ ଅନ୍ୟ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଅନୁଗୋଳ ଉପଜିଲାପାଳଙ୍କ ଅଧୀନରେ ଥିବା ନିର୍ବାଚନମଣ୍ଡଳୀରେ ଆଡଭାଇଜର କାର୍ଯ୍ୟ ତାଙ୍କୁ ପ୍ରଦାନ କରାଯାଉଛି। ପରିଣତ ବୟସରେ ଦୈନିକ ୮ ଘଣ୍ଟା ଖଟୁଥିଲେ ବି ପିଲାବେଳ ଇଚ୍ଛା ପୂରଣ ହୋଇପାରିଥିବାରୁ ଖୁସି ଥିବା ଭଗବାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri