ପରିଚୟ ଫାଉଣ୍ଡେଶନ ପକ୍ଷରୁ ‘ଶ୍ରୀ ଆୱାର୍ଡସ୍‌’ର ୪ର୍ଥ ସଂସ୍କରଣ: ୧୨ ପ୍ରତିଭାଙ୍କୁ ‘ଶ୍ରୀ ଆଓ୍ବାର୍ଡ’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଶ୍ରୀ ଆୱାର୍ଡସ୍‌’ର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭା ସଦସ୍ୟ ତଥା ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ, ସମ୍ମାନିତ ଅତିଥିଭାବେ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ, କଲିକତାରେ ଅବସ୍ଥାପିତ ଚାଇନାର ବାଣିଜି୍ୟକ ଦୂତାବାସ ଅଧିକାରୀ ଝା ଲିଓ ପ୍ରମୁଖ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ଶ୍ରୀ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା।

ଅଜୟ ଅଗ୍ରୱାଲଙ୍କୁ ଚଳିତବର୍ଷ ଲାଗି ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡା. ନୀଳମାଧବ ରଥ, କଳା ଓ ସଂସ୍କୃତି କ୍ଷେତ୍ରରେ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ, ଏନ୍‌ଆର୍‌ଓ କ୍ଷେତ୍ରରେ ଉତ୍ତମ ତ୍ରିପାଠୀ, ସମାଜସେବା କ୍ଷେତ୍ରରେ ମଧୁସୂଦନ ଦାସ ଓ ଧୀରେନ୍ଦ୍ର ଠାକୁର ଓ ଶିକ୍ଷା କ୍ଷେତ୍ରରେ ଡ. ସତ୍ୟବ୍ରତ ମୀନକେତନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଉଦ୍ୟୋଗ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଣବ ପାଣି, ସାମ୍ବାଦିକତା କ୍ଷେତ୍ରରେ ଶିବ ମହାନ୍ତି, କ୍ରୀଡା କ୍ଷେତ୍ରରେ ପ୍ରଭାତ ବରାଳ ଓ ଡ. ପୀୟୂଷ ରଞ୍ଜନ ରାଉତ, ମନୋରଞ୍ଜନ କ୍ଷେତ୍ରରେ ଡ. ଅଭିନାଶ ନନ୍ଦ, ଫଟୋଗ୍ରାଫି କ୍ଷେତ୍ରରେ ମନୋଜ ସାହୁ ଓ ସ୍ବତନ୍ତ୍ର ବିଭାଗରେ ସମୀର କୁମାର ସାମଲଙ୍କୁ ଶ୍ରୀ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ଏହାସହ ବାତ୍ୟା ଫନୀର ତାଣ୍ଡବ ପରେ ରାଜ୍ୟର ପୁନର୍ଗଠନରେ ସହଯୋଗର ହାତ ବଢାଇଥିବା ବ୍ୟକ୍ତିବିଶେଷ ଓ ବାତ୍ୟା ବିପନ୍ନ ମହିଳାଙ୍କ ନିମନ୍ତେ କାର୍ଯ୍ୟ କରିଥିବା ଓଡିଶା ସମାଜର ସଦସ୍ୟ ଡ. ଐଶ୍ୱଯର୍‌ୟା ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଶିଷ୍ୟ ଦିଗ୍‌ବିଜୟସିନ୍‌ ଚୌହାନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀବାଦନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହାପରେ ଅନିନ୍ଦିତା ଦାସଙ୍କ ଦ୍ୱାରା ପରିବେଷିତ ଏକତା ଓ ସମତା ରକ୍ଷାଭିତ୍ତିକ ସଙ୍ଗୀତ ଶ୍ରୋତାଙ୍କୁ ଆକୃଷ୍ଟ କରିଥିଲା। ପ୍ରାଚୀତାରାଙ୍କ ଦ୍ୱାରା ଷ୍ଟୋରିଟେଲିଂ ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ଅନୁଷ୍କା କର ମନଛୁଆଁ ଗୀତ ପରିବେଷଣ କରିଥିଲେ। ଚାଇନାର ବାଣିଜି୍ୟକ ଦୂତାବାସ ଅଧିକାରୀ ଝା ଲିଓ ଫନୀ କ୍ଷତିଗ୍ରସ୍ତ ଅଞ୍ଚଳରେ ମହିଳାଙ୍କ ଆର୍ଥିକ ପ୍ରଗତି ଏବଂ ମହିଳା ସଶକ୍ତୀକରଣ ନିମନ୍ତେ ୧.୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିବାବେଳେ ପରିଚୟ ଫାଉଣ୍ଡେଶନ ପ୍ରତିଷ୍ଠାତା ସଭାପତି ରୋଜାଲିନ୍‌ ପାଟଶାଣୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?