Posted inଖେଳ

ପରାଜୟରେ ନିଜକୁ ଉତ୍ତରଦାୟୀ କରିଥାନ୍ତି ଧୋନୀ: ମୋହିତ

ନୂଆଦିଲ୍ଲୀ,୨୬।୫ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଦ୍ରୁତ ବୋଲର ମୋହିତ ଶର୍ମା। ସେ ଜଣେ ପ୍ରକୃତ ଅଧିନାୟକ। ଦଳ ଯେତେବେଳେ ପରାଜୟ ବରଣ କରିଥାଏ ସେ ନିଜକୁ ଉତ୍ତରଦାୟୀ କରିଥାନ୍ତି। ନିଜର ଉଚ୍ଚକୋଟୀର ନେତୃତ୍ୱ ପାଇଁ ସେ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି।
ଧୋନୀଙ୍କ ନେତୃତ୍ୱରେ ୩୧ ବର୍ଷୀୟ ଦ୍ରୁତ ବୋଲର ମୋହିତ ଧୋନୀଙ୍କ ନେତୃତ୍ୱରେ ଭାରତ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି। ଏଥର ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ କରୋନା ଭାଇରସ କାରଣରୁ ଲକ୍‌ଡାଉନ ଜାରି ରହିଥିବାର ଆଇପିଏଲ୍‌ ଆରମ୍ଭ ହୋଇପାରିନାହିଁ। କ୍ରୀଡ଼ାରେ ଜଣେ ଅଧିନାୟକ ଓ ଜଣେ ଲିଡରଙ୍କ ମଧ୍ୟରେ ଫରକ ରହିଛି। ସେ ଜଣେ ପ୍ରକୃତ ନେତା ବୋଲି ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ଦ୍ୱାରା ଆୟୋଜିତ ଏକ ଇନ୍‌ଷ୍ଟାଗ୍ରାମ ସେସନରେ ଅଂଶଗ୍ରହଣ କରି ମୋହିତ ଏହି କଥା କହିଛନ୍ତି।
ଯେତେବେଳେ ଦଳ ବିଜୟ ହାସଲ କରିଥାଏ ତାଙ୍କୁ କେହି ଆଗରେ ଥିବାର ଲକ୍ଷ୍ୟ କରି ନ ଥିଲେ। କିନ୍ତୁ ଦଳ ଯେତେବେଳେ ପରାସ୍ତ ହୋଇଥାଏ ତେବେ ତାଙ୍କୁ ସମସ୍ତଙ୍କ ଆଗରେ ଦେଖିବାକୁ ମିଳିଥାଏ। ପରାଜୟ ପାଇଁ ସେ ସବୁବେଳେ ନିଜକୁ ଦାୟୀ କରିଥାନ୍ତି। ଏହା ହେଉଛି ଜଣେ ପ୍ରକୃତ ଲିଡର ତଥା ଅଧିନାୟକର ପରିଚୟ। ମୋହିତ ପିଠିରେ ଅସ୍ତ୍ରୋପଚାର କରାଇଥିବାରୁ କିଛ ମାସ ପାଇଁ ଖେଳି ନ ଥିଲେ। ବ୍ୟାକ୍‌ ଇଞ୍ଜୁରି କାରଣରୁ ସେଦ ୧୦ କ୍ରିକେଟରୁ ଦୂରେଇ ରହିଥିଲେ। ତେବେ ଏଥିପାଇଁ ଦୁଇ ବର୍ଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ସେ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଦିଲ୍ଲୀର ମେଣ୍ଟର ରିକି ପଣ୍ଟିଂଙ୍କଠାରୁ ବହୁତ କିଛି ଶିକ୍ଷା କରିହେବ ବୋଲି ସେ ଆଶା ରଖିଛନ୍ତି। ଏବେ ସପ୍ତାହରେ ୫ ଦିନ ଟ୍ରେନିଂ କରୁଛି ଓ ବାକି ଦୁଇ ଦିନ ରିକଭର କରୁଛି ବୋଲି ମୋହିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri