Posted inଜାତୀୟ

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ମୁଲାୟମ୍‌ ସିଂ ଯାଦବ। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରତିଷ୍ଠାତା ମୁଲାୟମ ଶୁକ୍ରବାର ମୈନ୍‌ପୁରୀର ଏକ ନିର୍ବାଚନୀ ସଭାରେ ଗୋଟିଏ ମଞ୍ଚରେ ଏକତ୍ରିତ ହେବା ଜାତୀୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଘଟଣା ପାଲଟିଛି। ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନକଲି ନେତା’ ବୋଲି ସମାଲୋଚନା କରିବା ସହ ମୁଲାୟମ୍‌ଙ୍କୁ ପଛୁଆ ବର୍ଗର ଜଣେ ‘ପ୍ରକୃତ ନେତା’ ଭାବେ ଅଭିହିତ କରିଛନ୍ତି। ଏହାସହ ସେ ମୁଲାୟମ୍‌ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ମାୟାବତୀଙ୍କ ଋଣ କେବେ ଭୁଲି ପାରିବେନାହିଁ ବୋଲି କହି ପ୍ରଶଂସାରେ ତାଙ୍କୁ ପୋତି ଦେଇଛନ୍ତି ୭୯ ବର୍ଷୀୟ ମୁଲାୟମ୍‌।
ଏସ୍‌ପି-ବିଏସ୍‌ପି ମଧ୍ୟରେ ମେଣ୍ଟ ହୋଇଥିଲା। ଦୁଇ ଦଳ ମିଶି ଦୁଇବର୍ଷ ସରକାର ଚଳାଇଥିଲେ। ୧୯୯୫ ମେ ମାସରେ ଲକ୍ଷ୍ନୌସ୍ଥିତ ଭିଭିଆଇପି ଗେଷ୍ଟ ହାଉସ୍‌ରେ ଏସ୍‌ପି କର୍ମୀମାନେ ମାୟାବତୀଙ୍କୁ ଦୁର୍ବ୍ୟବହାର ଦେଖାଇବା ପରେ ମେଣ୍ଟ ଭାଙ୍ଗିଯାଇଥିଲା। ସେବେଠୁ ଦୁଇନେତା ପରସ୍ପରକୁ କେବେ ଚାହିଁ ନ ଥିଲେ। ଏହାର ୨୪ ବର୍ଷ ପରେ ରାଜନୀତିର ବାଧ୍ୟବାଧକତା ଉଭୟଙ୍କୁ ପୁଣି ଏକାଠି କରିଛି ଗୋଟିଏ ମଞ୍ଚରେ। ଖ୍ରୀଷ୍ଟିୟାନ୍‌ କଲେଜ ଗ୍ରାଉଣ୍ଡରେ ଆୟୋଜିତ ସଭାରେ ତାଙ୍କ ସହ ସାମିଲ ହୋଇଥିଲେ ମହାମେଣ୍ଟର ସୂତ୍ରଧର ତଥା ଏସ୍‌ପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମହାମେଣ୍ଟ ପକ୍ଷରୁ ମୈନ୍‌ପୁରୀ ଲୋକ ସଭା ଆସନର ପ୍ରାର୍ଥୀ ହୋଇଥିବା ମୁଲାୟମ୍‌ ମଞ୍ଚ ଉପରକୁ ଆସିବାବେଳେ ମାୟାବତୀ ତାଙ୍କୁ ଛିଡ଼ାହୋଇ ସ୍ବାଗତ କରିଥିଲେ। ଏସ୍‌ପିର ଦୁର୍ଗ ଭାବେ ପରିଚିତ ମୈନ୍‌ପୁରୀରେ ‘ମାୟାବତୀ ଜୀ’ଙ୍କୁ ସବୁବେଳେ ସମ୍ମାନ ଦେବାକୁ ଦଳୀୟ ସମର୍ଥକଙ୍କୁ ମୁଲାୟମ୍‌ ପରାମର୍ଶ ଦେଇଥିଲେ। ମୁଲାୟମ୍‌ କହିଥିଲେ, ଅନେକ ଦିନ ପରେ ମାୟାବତୀଙ୍କ ସହ ଗୋଟିଏ ମଞ୍ଚରେ ଛିଡ଼ା ହୋଇଛି। ଶେଷଥର ପାଇଁ ନିର୍ବାଚନ ଲଢ଼ୁଥିବାରୁ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ମତଦାତାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଦେଶରେ ବଢ଼ିଚାଲିଥିବା ନାରୀ ନିର୍ଯାତନାକୁ ନେଇ କେନ୍ଦ୍ର ଉପରେ ସେ ବର୍ଷିଥିଲେ। ତେବେ ୧୯୯୫ ଘଟଣାକୁ ମାୟାବତୀ ଭୁଲିପାରି ନ ଥିବା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ମାୟାବତୀ କହିଥିଲେ, ଗେଷ୍ଟ ହାଉସ୍‌ ଘଟଣା ସତ୍ତ୍ୱେ ସେ ମୁଲାୟମ୍‌ଙ୍କ ପାଇଁ କାହିଁକି ପ୍ରଚାର କରିଆସିଛନ୍ତି ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଥାଇପାରେ। ହେଲେ ଏସ୍‌ପି ସହିତ ମେଣ୍ଟ କରିବାର କଠିନ ନିଷ୍ପତ୍ତି ଦେଶ, ଜନସାଧାରଣ ଓ ଦଳୀୟ ଅଭିଯାନର ସ୍ବାର୍ଥ ପାଇଁ ନିଆଯାଇଛି। ମୁଲାୟମ୍‌ ସବୁ ବର୍ଗର ଲୋକଙ୍କୁ ନେଇ ଏସ୍‌ପି ଟିକେଟ ଦେଇଛନ୍ତି। ଦଳ ତାଙ୍କୁ ମୋଦିଙ୍କ ଭଳି ନକଲି ନୁହେଁ, ବରଂ ପଛୁଆ ବର୍ଗର ଅସଲ ନେତା ବୋଲି ମନେକରୁଛି। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳୁ ସରକାରୀ କଳର ଅପବ୍ୟବହାର କରିଆସିଛନ୍ତି। ଏବେ ତାଙ୍କର ନକଲି ଚୌକିଦାରି ଡ୍ରାମା ଭାଜପାକୁ ଆଉ ବଞ୍ଚାଇ ପାରିବନାହିଁ। ମାୟବତୀ ‘ଜୟ ଭୀମ’ ସ୍ଲୋଗାନ ସହ ‘ଜୟ ଲୋହିଆ’ ଯୋଡ଼ି ନିଜ ବକ୍ତବ୍ୟ ଶେଷ କରିଥିଲେ। ସେହିପରି ଅଖିଳେଶ କହିଥିଲେ, ଭାଜପା ବାଲା ‘ନୂଆ ଭାରତ’ ଗଢ଼ିବା କଥା କହୁଛନ୍ତି। ଆମେ କହୁଛି ନୂଆ ପ୍ରଧାନମନ୍ତ୍ରୀ ଦରକାର। ନୂଆ ପ୍ରଧାନମନ୍ତ୍ରୀ ଆସିଲେ ଦେଶ ଆପେ ବଦଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ମର୍ମନ୍ତୁଦ ଦୁର୍ଘଟଣା; ସ୍କୁଲ ଭ୍ୟାନକୁ ପିଟିଲା ପାସେଞ୍ଜର ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକାତା,୧୭।୭:ପଶ୍ଚିମବଙ୍ଗର ମୁର୍ଶିଦାବାଦ ବରହମପୁରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍ । ଏହି…

ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନକୁ ସବୁଜ ପତାକା ଦେଖାଇବେ ପିଏମ ମୋଦି; ଏହି ସବୁ ରୁଟ୍‌ରେ ଚାଲିବ…

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ଜିନ୍ଦଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନର ଶୁଭାରମ୍ଭ କରିବେ। ଏହାସହ ଭାରତ ବିଶ୍ୱର ସେହି କେତେକ ସୀମିତ ଦେଶଙ୍କ…

ପ୍ରେମ ବିବାହର ୩ ବର୍ଷ ପରେ ବଦଳିଗଲା ସ୍ବାମୀର ମନ, ଖାଇବାକୁ ଦେବା ବାହାନାରେ ପାହାଡ଼କୁ ନେଇ କାଟିଦେଲେ….

ଭୋପାଳ,୧୭।୭: ମଧ୍ୟପ୍ରଦେଶର ଦେବାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ତାଙ୍କ ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ନେଇ…

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri