Posted inଖେଳ

ପରଲୋକରେ ଚୁନିି ଗୋସ୍ବାମୀ

କୋଲକାତା, ୧ା୫ (ପି.ଟି.)-ଭାରତର ପୂର୍ବତନ ଆଇକନିକ୍‌ ଫୁଟ୍‌ବଲର ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଚୁନି ଗୋସ୍ବାମୀଙ୍କର ହୃଦ୍‌ଘାତରେ ସ୍ଥାନୀୟ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ସେ ତାଙ୍କ ସ୍ତ୍ରୀ ବାସନ୍ତୀ ଏବଂ ପୁତ୍ର ସୁଦିପ୍ତୋଙ୍କୁ ଛାଡି ଚାଲିଯାଇଛନ୍ତି। ୧୯୬୨ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ଅଧିନାୟକତ୍ୱ କରିଥିଲେ। ଗୋସ୍ବାମୀଙ୍କ ଡାଇବେଟିକ୍‌, ପ୍ରୋଷ୍ଟେଟ୍‌ ଓ ସ୍ନାୟୁଜନିତ ସମସ୍ୟା ରହିଥିଲା। ଗୁରୁବାର ସନ୍ଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ। ଅବିଭାଜିତ ବେଙ୍ଗଲର କିଶୋରଗଞ୍ଜ ଜିଲାରେ (ବର୍ତ୍ତମାନ ଏହା ବାଂଲାଦେଶରେ) ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟ୍ରାଇକରଙ୍କ ପ୍ରକୃତ ନାମ ସୁବିମଲ୍‌। କିନ୍ତୁ ସେ ତାଙ୍କ ଡାକନାମରେ ବିଶେଷ ଭାବେ ପରିଚିତ। ସେ ୧୯୫୬ ଓ ୧୯୬୪ ମଧ୍ୟରେ ୫୦ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତନ୍ମଧ୍ୟରେ ୧୯୬୦ ରୋମ୍‌ ଅଲିମ୍ପିକ୍ସ ଅନ୍ୟତମ। ୧୯୬୨ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକତ୍ୱ କରିବା ବ୍ୟତୀତ ସେ ଆହୁରି ମଧ୍ୟ ୧୯୬୪ରେ ଇସ୍ରାଏଲ୍‌ରେ ଅନୁଷ୍ଠିତ ଏସିଆ କପ୍‌ରେ ରୌପ୍ୟ ବିଜୟୀ ଦଳର ଅନ୍ୟତମ ସଦସ୍ୟ ଥିଲେ, ଯାହାକି ଏବେ ସୁଦ୍ଧା କୌଣସି କଣ୍ଟିନେଷ୍ଟାଲ ଟୁର୍ନାମେଣ୍ଟରେ ଦେଶର ଏହା ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେ ମୋଟ ୧୩ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି। ଭାରତର ୧୯୮୪ ଅଲିମ୍ପିକ କୋଚ୍‌ ବି.ଡି. ଚାଟାର୍ଜୀ ମୋହନବାଗାନ ଟିମ୍‌ ଦାୟିତ୍ୱରେ ଥିବାବେଳେ ମେରାଇନର୍ସ ଜୁନିୟର ଦଳ ପାଇଁ ଏକ ଟ୍ରାଏଲ୍‌ ବେଳେ ୧୩ ବର୍ଷୀୟ ଗୋସ୍ବାମୀଙ୍କୁ ମନୋନୀତ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଗୋସ୍ବାମୀ ଭାରତର ଅନ୍ୟତମ ଶ୍ରେଷ୍ଠ ମିଡ୍‌ଫିଲ୍‌ଡର ଖେଳାଳି ହୋଇପାରିଥିଲେ। ୧୯୫୪ରେ ପଦାର୍ପଣ ପରେ ସେ ୧୯୫୫ ରେ ତାଙ୍କ ପ୍ରଥମ ସନ୍ତୋଷ ଟ୍ରଫି ମ୍ୟାଚ ଖେଳିଥିଲେ।
ଗୋସ୍ବାମୀ ମଧ୍ୟ ଜଣେ ପୂର୍ବତନ କ୍ରିକେଟର ଥିଲେ। ସେ ୧୯୬୨ରୁ ୧୯୭୩ ମଧ୍ୟରେ ବେଙ୍ଗଲରୁ ୪୬ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ସେ ଜଣେ ଡାହାଣହାତୀ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ। ସେ ମିଡିୟମ ପେସ୍‌ ବୋଲିଂ କରିବା ସହ ଜଣେ ଦକ୍ଷ ଫିଲ୍ଡର ମଧ୍ୟ ଥିଲେ। ୧୯୬୬ରେ ଗ୍ୟାରି ସୋବର୍ସଙ୍କ ଓ୍ବେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ସେ ସେଣ୍ଟ୍ରାଲ ଓ ଇଷ୍ଟ ଜୋନ୍‌ ମିଳିତ ଦଳରୁ ଖେଳିଥିଲେ। ଦଳ ଯଦିଓ ଇନିଂସ ପରାଜୟ ବରଣ କରିଥିଲା ସେ କିନ୍ତୁ ୮ଟି ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ଅଧିନାୟକତ୍ୱରେ ବେଙ୍ଗଲ ୧୯୭୧-୭୨ ରଣ୍‌ଜୀ ଫାଇନାଲ ଖେଳିଥିଲା। ତେବେ ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଦଳ ବମ୍ବେଠାରୁ ପରାଜିତ ହୋଇଥିଲା। ଗୋସ୍ବାମୀ ଆହୁରି ମଧ୍ୟ ୧୯୭୦ ଦଶକରେ ଭାରତୀୟ ଫୁଟ୍‌ବଲର ଜଣେ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ଯେତେବେଳେ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌ ଆରମ୍ଭ ହୋଇଥିଲା ସେ ଉପଦେଷ୍ଟା କମିଟିର ଜଣେ ସଦସ୍ୟ ଥିଲେ। ଭାରତ ଯେତେବେଳେ ଏସିଆର ଅନ୍ୟତମ ଫୁଟ୍‌ବଲ ପାଓ୍ବାରହାଉସ୍‌ ଭାବେ ବିବେଚିତ ହେଉଥିଲା। ଗୋସ୍ବାମୀ, ନିକଟରେ ପରଲୋକ ଗମନ କରିଥିବା ପି.କେ. ବାନାର୍ଜୀ ଏବଂ ତୁଳସୀଦାସ ବଳରାମ ପ୍ରମୁଖଙ୍କୁ ନେଇ ଭାରତୀୟ ଫରଓ୍ବାର୍ଡ ବେଶ୍‌ ଶକ୍ତିଶାଳୀ ଥିଲା। ଏହି ସମୟକୁ ଭାରତର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା। ଗୋସ୍ବାମୀ ୧୯୬୨ରେ ଏସିଆର ଶ୍ରେଷ୍ଠ ଷ୍ଟ୍ରାଇକର ପୁରସ୍କାର ଲାଭ କରିଥିଲେ। ଭାରତୀୟ ଫୁଟ୍‌ବଲ ପାଇଁ ତାଙ୍କର ଅବଦାନ ପାଇଁ ସେ ଅର୍ଜୁନ ପୁରସ୍କାର (୧୯୬୩) ଓ ପଦ୍ମଶ୍ରୀ (୧୯୮୩) ସମ୍ମାନରେ ସମ୍ମାନିତ ହୋଇଥିଲେ। ଦେଶ ପାଇଁ ଫୁଟ୍‌ବଲ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ଭାରତୀୟ ପୋଷ୍ଟାଲ ଡିପାର୍ଟମେଣ୍ଟ ତରଫରୁ ତାଙ୍କ ୮୨ତମ ଜନ୍ମ ବାର୍ଷିକୀ ଅବସରରେ ଏକ ସ୍ମାରକ ଡାକଟିକେଟ ଛାପିିଥିଲା। ୧୯୬୮ରେ ଖେଳରୁ ଅବସର ନେବା ପୂର୍ବରୁ ଗୋସ୍ବାମୀ ତାଙ୍କ ସମଗ୍ର କ୍ୟାରିୟରେ ଏକମାତ୍ର କ୍ଲବ ମୋହନ ବାଗାନ ତରଫରୁ ଖେଳି ଆସୁଥିଲେ। ସେ ୧୯୬୦ରୁ ୧୯୬୪ପର୍ଯ୍ୟନ୍ତ ୫ ସିଜନ ଧରି କ୍ଲବର ଅଧିନାୟକତ୍ୱ କରିଥିଲେ। ୨୦୦୫ରେ ସେ ମୋହନ ବାଗାନ ରତ୍ନ ଉପାଧିରେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ କ୍ରୀଡ଼ା ମହଲରେ ଶୋକର ଛାୟା ଖେଳିଯାଇଛି। ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ସୁନୀଲ ଛେତ୍ରୀଙ୍କ ପର୍ଯ୍ୟନ୍ତ କ୍ରିକେଟ ଓ ଫୁଟ୍‌ବଲ ବ୍ୟକ୍ତିତ୍ୱମାନେ ଶୋକ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସ୍ଥିତ ୟୁନିଟ-୬ ଆଥଲେଟିକ ଆସୋସିଏଶନ ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

କେକେଆର୍‌ର ଐତିହାସିକ ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କେଉଁଠି ଅଛନ୍ତି କେଉଁ ଦଳ

ଲକ୍ଷ୍ନୌ,୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ୫୪ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୯୮ ରନ୍‌ରେ ପରାସ୍ତ କରିଛି। ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଟି-୨୦ ବିଶ୍ୱକପ ୨୦୨୪ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ଆରମ୍ଭରୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।...

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri