ପରମ୍ପରା : ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ

ଖଣ୍ଡପଡା,୩ା୯(ସ୍ବ.ପ୍ର.): ଭାଦ୍ର ଶୁକ୍ଳପକ୍ଷ ତୃତୀୟା ତିଥି ରବିବାର କଣ୍ଟିଲୋ ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । କେତେକ ସ୍ଥାନରେ ଅବିବାହିତ ଝିଅମାନେ ସର୍ବଗୁଣ ସମ୍ପନ୍ନ ସ୍ବାମୀ ପାଇବା ପାଇଁ ଏହା ପାଳିଥାନ୍ତି। ବ୍ରତ ଧାରିଣୀ ନିଷ୍ଠାର ସହ ତୃତୀୟା ସୂର୍ଯ୍ୟୋଦୟଠାରୁ ୪ର୍ଥୀ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିଥାନ୍ତି। ଏହି ସମୟରେ ସେମାନେ ଜଳପାନ ମଧ୍ୟ କରି ନ ଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ ମା’ ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ ନିଜ ଚାରି ପାଖରେ ଅଗ୍ନି ସଂଯୋଗ କରି କଠୋର ତପସ୍ୟା କରିଥିଲେ  ଏଥିରେ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ । ସେହି ଅନୁଯାୟୀ ନାରୀମାନେ ବାଲି ତୃତୀୟା ସକାଳେ ନଦୀ କିମ୍ବା ପୁଷ୍କରିଣୀରେ ସ୍ନାନ କରି ସାତମୁଠା ବାଲି ଆଣିଥାନ୍ତି । ସେହି ବାଲିରେ ଜଳାଶୟ କୂଳରେ ଶିବ ଲିଙ୍ଗ ସ୍ଥାପନା କରି ପୂଜା କରିଥାନ୍ତି । ସ୍ଥାନୀୟ ଅଞ୍ଚଳର ଜଣେ ମହିଳା କୁହନ୍ତି, ସ୍ବାମୀଙ୍କ ମଙ୍ଗଳ କାମନା କରି ଆମେ ଏହି ବ୍ରତ ପାଳନ କରିଥାଉ । ରବିବାର ଅପରାହ୍ନରେ ମହିଳାମାନେ ନଦୀରେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ ପୂର୍ବକ ଘର ଅଗଣା ତୁଳସୀ ଚଉରା ମୂଳେ ବାଲିରେ ଶିବ ଲିଙ୍ଗ ସ୍ଥାପନା କରିଥିଲେ  ପରେ ବିଭିନ୍ନ ପୂଜା ସାମଗ୍ରୀ ରଖି ନିଷ୍ଠାର ସହ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ। ସୋମବାର ସକାଳୁ ସେମାନେ ନଦୀରେ ବାଲୁକା ବିସର୍ଜନ କରି ସ୍ନାନ ସମ୍ପନ୍ନ କରି ବ୍ରତ ଉଦ୍‌ଯାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ନୈନାରାଣୀ ଓଏଭି ବ୍ଲକ ଟପ୍ପର: ଚାରିଆଡୁ ଶୁଭେଚ୍ଛା

କର୍ଲାମୁଣ୍ଡା,୨୦/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଛାତ୍ରୀ ନୈନାରାଣୀ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ଆଜି ଆମେରିକା-ଇରାନ ମଧ୍ୟରେ ହେବ ବଡ଼ ଡିଲ୍‌! ଟ୍ରମ୍ପଙ୍କ ଦାବି ପରେ ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୦।୪: ମଧ୍ୟପ୍ରାଚ୍ୟରେ ଅରାଜକତା ମଧ୍ୟରେ, ଆଶ୍ୱସ୍ତିର ଖବର ସାମ୍ନାକୁ ଆସୁଛି। ଇରାନ ଏହାକୁ ଅସ୍ବୀକାର କରିଚାଲିଥିବା ବେଳେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri