ପରବିନ ବାବିଙ୍କ ଚରିତ୍ରରେ ନଜର ଆସିବେ ଏହି ସାଉଥ୍‌ ନାୟିକା

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ପ୍ରଥମ ଓ୍ବେବ ସିରିଜ୍‌ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଗଲେଣି। ୭୦ ଦଶକର ହିଟ୍‌ ନାୟିକା ପରବିନ ବାବିଙ୍କ ଉପରେ ଓ୍ବେବ ସିରିଜ ନିର୍ମାଣ କରିବାକୁ ଯାଉଛନ୍ତି ମହେଶ। ମଙ୍ଗଳବାର ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଓ୍ବେବ ସିରିଜର କଳାକାର ଓ ନିର୍ଦ୍ଦେଶକଙ୍କ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି। ସେ ତାଙ୍କ ଟିମ୍‌ ସହ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଓ୍ବେବ ସିରିଜ୍‌ ୭୦ ଦଶକର ବଲିଉଡ୍‌ ଦୁନିଆ କଥା କହିବ ବୋଲି ସେ କହିଛନ୍ତି। ଏଥିରେ ଅମଲା ପାଲ, ତାହିର ରାଜ ଭସିନ, ଅମୃତା ପୁରି ଆଦି ନଜର ଆସିବେ। ପୁଷ୍ପଦୀପ ଭରଦ୍ୱାଜ ଏହାର ନର୍ଦ୍ଦେଶନା କରିବେ ବୋଲି ମହେଶ କହିଛନ୍ତି। ଏପର୍ଯ୍ୟନ୍ତ ଏହାର ଟାଇଟଲ ଓ ରିଲିଜ୍‌ ଡେଟ୍‌ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏଥିରେ ସାଉଥ୍‌ ନାୟିକା ଅମଲା ପାଲ, ପରବିନ ବାବିଙ୍କ ଚରିତ୍ରରେ ନଜର ଆସିପାରନ୍ତି ବୋଲି ମହେଶ କହିଛନ୍ତି। ଅନ୍ୟ ଏକ ପ୍ରୋଜେକ୍ଟରୁ ସମୟ ବାହାର କରି ଅମଲା ଏହି ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି। କିଛିଦିନ ତଳେ ଅମଲା ଏ ସମ୍ପର୍କରେ କୌଣସି ସୂଚନା ନ ଦେଇ କେବଳ ଏତିକି କହିଥିଲେ ଯେ ସେ ହିନ୍ଦୀ ସିନେମା ସହ ସମ୍ପର୍କ ଥିବା ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଯାହାର ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ। ୭୦ ଦଶକର ନାୟିକା ପରବିନଙ୍କ ସହ ମହେଶଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ଏହି ଓ୍ବେବ ସିରିଜ ମହେଶଙ୍କ ପାଇଁ ଖୁବ୍‌ ଗୁରୁତ୍ୱ ରଖେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri