ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ ‘ପ୍ରେମ୍‌’ ଅବତାରର ଫ୍ୟାନ୍‌, ତେବେ ନିଶ୍ଚୟ ପରଦାରେ ପ୍ରେମ୍‌ଙ୍କୁ ଦେଖିବାକୁ ଅପେକ୍ଷା କରି ରହିଥିବେ। ଆଉ ଏହି ଅପ୍‌ଡେଟ୍‌ ସହ ଆପଣଙ୍କ ଅପେକ୍ଷା ଆହୁରି ଉତ୍ସାହଜନକ ହେବାକୁଯାଉଛି।
ସଲ୍‌ମାନ ଏବଂ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଯୋଡ଼ି ବଲିଉଡ୍‌ରେ ଏକ ସଫଳ ଯୋଡ଼ି ଭାବେ ପରିଚିତ। ଇଏ ହେଉଛନ୍ତି ସେହି ନିର୍ଦ୍ଦେଶକ, ଯିଏ ସଲ୍‌ମାନଙ୍କୁ ଘରେ ଘରେ ପରିଚିତ କରାଇ ଷ୍ଟାର୍‌ଡମ୍‌ ହାସଲ କରିବା ପଛରେ ଥିଲେ। ତାଙ୍କ ଫିଲ୍ମଗୁଡ଼ିକରେ ‘ପ୍ରେମ୍‌’ ଚରିତ୍ରରେ ଅଭିନୟ କରି ସଲ୍‌ମାନ ଖୁବ୍‌ ଲୋକପ୍ରିୟତା ହାସଲ କରିବା ସହ ସୁପର୍‌ଷ୍ଟାର ହୋଇପାରିଲେ। ସୂରଜ ହିଁ ସଲ୍‌ମାନଙ୍କୁ ‘ପ୍ରେମ୍‌’ ନାମରେ ପପୁଲାର କରାଇଥିଲେ। ଦୁହେଁ ଏକାଠି ‘ମୈନେ ପ୍ୟାର କିୟା’, ‘ହମ୍‌ ଆପ୍‌କେ ହେଁ କୌନ୍‌’, ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଏବଂ ‘ପ୍ରେମ ରତନ୍‌ ଧନ ପାୟୋ’ ଭଳି ସଫଳ ଚଳଚ୍ଚିତ୍ରମାନ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏପଟେ ସୂରଜ ବାରମ୍ବାର ସଲ୍‌ମାନଙ୍କ ସହ ପୁଣି ଏକ ଫିଲ୍ମ କରିବାକୁ ଯୋଜନା ବନାଉଛନ୍ତି ବୋଲି ଇସାରା ବି ଦେଉଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସୂରଜ ଖୁଲାସା କରି କହିଛନ୍ତି, ସେ ସଲ୍‌ମାନଙ୍କୁ ନୂଆ ଷ୍ଟୋରି ଶୁଣାଇଛନ୍ତି। ସଲ୍‌ମାନଙ୍କୁ କାହାଣୀ ପସନ୍ଦ ମଧ୍ୟ ଆସିଛି। ଏବେ ନୂଆ ଫିଲ୍ମ ପାଇଁ ସ୍କ୍ରିପ୍ଟ କାମ କରୁଛନ୍ତି ବୋଲି ସୂରଜ କହିଛନ୍ତି।
ସୂରଜ ପୁଣି କହିଛନ୍ତି, ଏହି ସ୍କ୍ରିପ୍ଟ କାମ ଶେଷ ହେବାକୁ ୧-୨ ବର୍ଷ ସମୟ ଲାଗିଯିବ। ଡ୍ରାମା, ଇମୋଶନରେ ଭରପୂର ଏହା ଏକ ଫ୍ୟାମିଲି ଫିଲ୍ମ ହେବ ବୋଲି ସୂରଜ ସୂଚନା ଦେଇଛନ୍ତି। ଏହି ଅପ୍‌ଡେଟ୍‌ ସହ ପୁଣିଥରେ ପରଦାରେ ସଲ୍‌ମାନଙ୍କ ‘ପ୍ରେମ୍‌’ ଅବତାର ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଚଳିତବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ: ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌’ ରିଲିଜ୍‌ ହେବ। ସେହିଭଳି ୨୦୨୧ ଇଦ୍‌ ଅବସରରେ ‘କଭି ଇଦ୍‌ କଭି ଦିଓ୍ବାଲି’ ଫିଲ୍ମ ରିଲିଜ୍‌ ହେବ ବୋଲି ନିକଟରେ ସଲ୍‌ମାନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri